ପଣ୍ଡିତ ଶ୍ରୀନାଥ ବାହିନୀପତି ସ୍ମୃତି ସଂସଦ
ନବମ ବାର୍ଷିକ ସାହିତ୍ଯ ଆସର
ଭାଟପଡ଼ା, ନିରାକାରପୁର , କଣାସ (ପୁରୀ)
ମହାଶୟ/ମହାଶୟା ,
ଚଳିତ ମାସ ୨୭ ତାରିଖ ରବିବାର ଦିନ ପୁରୀ ଜିଲ୍ଲାର କଣାସ ବ୍ଲକର ଭାଟପଡ଼ା ଗ୍ରାମର ତାରିଣୀ ଛକ ନିକଟସ୍ଥ ବାତ୍ଯାଶ୍ରୟସ୍ଥଳୀ ଠାରେ ପଣ୍ଡିତ ଶ୍ରୀନାଥ ବାହିନୀପତି ସ୍ମୃତି ସଂସଦର ନବମ ବାର୍ଷିକ ସାହିତ୍ଯ ଆସର ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶା ତଥା ଓଡ଼ିଶା ବାହାରୁ ମାନ୍ଯଗଣ୍ଯ ଅତିଥି , ସମ୍ବର୍ଦ୍ଧିତ ପ୍ରତିଭା ଓ କବି/କବୟିତ୍ରୀମାନେ ଯୋଗଦେବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ଯକ୍ରମ ଦିନ ଦଶଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚଟାରେ ସମାପନ ହେବ । ସାହିତ୍ଯ ସଭା , କବିତା ପାଠୋତ୍ସବ , ସମ୍ବର୍ଦ୍ଧନା ପର୍ବ କରାଯିବ ବୋଲି ପ୍ରତିଷ୍ଠାତା/ସମ୍ପାଦକ କୁମାରକବି ପ୍ରଶାନ୍ତ ବାହିନୀପତି ସୂଚନା ପ୍ରଦାନ କରିଛନ୍ତି ।
ଏହି ସାରସ୍ବତ ସାହିତ୍ଯାସର ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନ ସାହିତ୍ଯ ସଭା ଓ ଆଲୋଚନାଚକ୍ର ; ଆଲୋଚନାର ବିଷୟବସ୍ତୁ "ଆଧୁନିକ ସାହିତ୍ଯର ରୂପରେଖ" ସ୍ଥିରୀକୃତ ହୋଇଛି । ଏଥିରେ ସଭାପତିତ୍ବ କରିବେ ଓଡ଼ିଶାର ବିଶିଷ୍ଟ ବ୍ଯଙ୍ଗକବି ବ୍ଯଙ୍ଗ ସମ୍ରାଟ ସମ୍ପଦ କୁମାର ରଥ , ମୁଖ୍ଯ ଅତିଥି ଡକ୍ଟର ସଞ୍ଜୟ କୁମାର ପଣ୍ଡା (ଓଡ଼ିଶା ସାହିତ୍ଯ ଏକାଡ଼େମୀ ସଦସ୍ୟ), ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ପ୍ରଦ୍ଯୁମ୍ନ ଶତପଥି (ବରିଷ୍ଠ ସାମ୍ବାଦିକ) , ବିଶିଷ୍ଟ ଅତିଥି ଡକ୍ଟର ଲକ୍ଷ୍ମଣ ସାହୁ (ମହାନଦୀ ବିହାର ସ୍ନାତକୋ ମହାବିଦ୍ଯାଳୟ ଅଧ୍ଯକ୍ଷ ), ସ୍ବତନ୍ତ୍ର ଅତିଥି ଏନ୍. ଏ. ଶାହଃ ଅନ୍ସାରୀ (ଅଧ୍ଯକ୍ଷ - ରେଡ଼ିଓ ନମସ୍କାର), ସ୍ବତନ୍ତ୍ର ଅତିଥି ସତ୍ଯ ପ୍ରକାଶ କର (ଝାଡ଼ଖଣ୍ଡ) ଏବଂ ଦ୍ବିତୀୟ ଅଧିବେଶନରେ ସଭାପତିତ୍ୱ କରିବେ ହୀରେନ୍ଦ୍ର ନାରାୟଣ ସିଂହଦେଓ(ଝାଡ଼ଖଣ୍ଡ) , ସମ୍ମାନୀତ ଅତିଥି ସଂଗ୍ରାମ କେଶରୀ ରାଉତରାୟ (ସଭାପତି - ଉଦୟ ଭାନୁ) । ଏଥିରେ ପଠିତ କବିତାରୁ ତିନୋଟି ଶ୍ରେଷ୍ଠ କବିତାକୁ ପୁରସ୍କାର ଦିଆଯିବ । ବିଚାରକ ଭାବେ ବ୍ଯଙ୍ଗ ସମ୍ରାଟ ସମ୍ପଦ କୁମାର ରଥ , ପିନାକୀ ମିଶ୍ର (ଓଡ଼ିଆ ସାହିତ୍ଯ ଏକାଡ଼େମୀ ସଦସ୍ୟ) , କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି (ସମ୍ପାଦକ - ଉଦୟ ଭାନୁ) ।
ସମସ୍ତ ସାରସ୍ବତ ସାଧକ/ସାଧିକା ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ହେବେ ବୋଲି ସଂସଦର ପ୍ରତିଷ୍ଠାତା/ସମ୍ପାଦକ କୁମାରକବି ପ୍ରଶାନ୍ତ ବାହିନୀପତି ଆମନ୍ତ୍ରଣ କରିଛନ୍ତି ।
