5/31/2020

କରୋନା ଆତଙ୍କ



               ବାସନ୍ତୀ ଲତା ଜେନା         

କରୋନା ଆତଙ୍କ ଖେଳିଛି ବିଶ୍ୱରେ
          ଚତୁର୍ଦିଗ ଭୟାକୁଳ
ଯୁଆଡେ ଚାହିଁଲେ ଚହଳ ଶୁଭୁଛି
     ବୁଡ଼ାଇବ ଜାତି କୁଳ l ୧l
ମହାମାରୀ ଠାରୁ   ଅତି ଭୟଙ୍କର
      ନର ମୁଣ୍ଡ କରେ ଗ୍ରାସ
ଯୁଆଡେ ଯାଉଛି    ଆତଙ୍କ ଭରୁଛି
   ନ ପାଇବେ କେହି ତ୍ରାସ l ୨l
କରୋନା ରୋଗର   ଔଷଧ  ନାହିଁ ତ
        ଉତ୍ପାତ ସେପାଇଁ ତା'ର
ନିର୍ଜୀଵ ସଜୀଵ    କାହାକୁ  ଛାଡ଼ୁନି
      ବଢ଼ାଉଛି ବଂଶ ତା'ର l ୩l
ଚୀନ୍‌ରେ  ଜନ୍ମିଲା   ବିଶ୍ୱକୁ ଗ୍ରାସିଲା
          ଥଳକୁଳ ବୁଡ଼ାଉଛି
ଶହେ  ଶତାବନ     ଦେଶରେ ପହଞ୍ଚି
      କାୟା ବିସ୍ତାର କରୁଛି  l ୪l
ଥଣ୍ଡା କାଶ କଫ    ଏ ରୋଗ ଲକ୍ଷଣ
       ସହଜରେ ବ୍ୟାପି  ଯାଏ
ଏହି ରୋଗ ଠାରୁ   ଦୂରତା ରଖିଲେ
   କରୋନା ବ୍ୟାପି ନ ଥାଏ  l ୫l
ସତର୍କ  ରହିବା    ସଜାଗ  ରହିବା
       ଭୟଭୀତ ନ ହୋଇବା
ସାବୁନ୍‌ ପାଣିରେ    ହାତକୁ ଧୋଇବା
    ଗାମୁଛାରେ ପୋଛୁଥିବା  l ୬l
ଆଖି ନାକ ପାଟି    ନ ଛୁଇଁବା ଆମେ
       ମଇଳା ଥିଲେ ହାତରେ
ବାହାରକୁ  ଗଲେ  ମାସ୍କ୍‌କୁ ପିନ୍ଧିବା
   ନ ଯିବା ତ ଗହଳିରେ l ୭l
ମଲ୍‌ ସିନେମା ହଲ୍‌ ମେଳା ମହୋତ୍ସବ
         ଏ  ସବୁଠି ଭିଡ଼ ହୁଏ
ଏପରି  ସ୍ଥାନକୁ    କେବେ ଯିବା ନାହିଁ
     ସତର୍କତା ଲୋଡ଼ା ହୁଏ l ୮l
ହ୍ୟାଣ୍ଡ୍‌ସେକ୍‌ ନ କରି ପ୍ରଣାମ କରିଲେ
        ସ୍ପର୍ଶ ରୋଗ ହେବ ନାହିଁ
ଆମିଷ ଭକ୍ଷଣ   ପରିତ୍ୟାଗ କଲେ
       କରୋନାକୁ ଡର ନାହିଁ  l ୯l

 🙈🙉🙊🙈🙉🙊🙈🙉🙊
ଗାନ୍ଧିନଗର - ନବରଙ୍ଗପୁର 🙏
 ପିନ୍‌ ନମ୍ବର - ୭୬୪୦୫୯    🙏
ସମ୍ପର୍କ - ୮୬୫୮୬୫୫୯୭୯  🙏
WHATSAPP - 9437432921
 🙈🙉🙊🙈🙉🙊🙈🙉🙊

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।