✍🏽ଚ଼ିନ୍ମୟୀ ସାହୁ✍🏽

ଆହେ କଳା ମେଘ କଳା ଗୋସାଇଁ
କୃପା ବାରି ପାଇଁ କୃପଣ ନୋହି
ବରଷି ଦିଅ ହେ ଦିବ୍ୟ ପାଦୁକ
ନାଶ ଯାଉ କରୋନାର ଆତଙ୍କ ଯେ
ତୁମ ଯଶ କୀର୍ତ୍ତି ରହୁ
ନିରାଶ ନ ହେଉ କୋଟି ଆର୍ତ୍ତନାଦ
ତୁମେ ପ୍ରଭୁ ଥାଉ ଥାଉ ।
ଦେଖାଅ ତୁମରି ଦିବ୍ୟ ଆଲୋକ
ଖେଳିଯାଉ ମନେ ଆଶା ପୁଲକ
ମିଛ ସ୍ବପ୍ନାଦେଶ ହେଉ ହେ ସତ
ଉପଚାର ବିଧି ମିଳୁ ତ୍ୱରିତ ହେ
ଭକ୍ତ ପ୍ରୀତି ଜଣା ହେଉ
ଲୋକହସା ନୋହି ତୋ' ଆଶ୍ରିତ ଜନ
ବିପଦୁଁ ଉଦ୍ଧାର ପାଉ ।
ହେ ମହାବାହୁ...ହେ ମହାବାହୁ
ଏତିକି ସୁଦୟା ହେଉ ନକ୍ର ପରି ନାଶି
କରୋନା ପ୍ରକୋପ ତୁମ ଯଶ ରହିଥାଉ ।
ମୂଳିସିଂ , ସହର (ଜଗତସିଂହପୁର)
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।