5/31/2020

ନିଧି ବୁଢାର କରୋନା ବିଚାର

ବିଶ୍ବେଶ୍ବର ମାଝୀ 
ବିଶ୍ବେ ବିପର୍ଯ୍ୟୟ ଭରି ଆସିଲା ଭାରତ
ହେଳା କଲେ ଜନସଂଖ୍ୟା ହେବ କ୍ଷୟ ଦୃତ । 
ନିଧି ବୁଢା ଦାଣ୍ଡ ଘରେ କରୋନା ଭାଇରସ
ମୁହଁ ମାଡି ପଡିଅଛି ମନ ତା' ବିରସ ।

ପରିବାରକୁ ବସାଇ ବୁଝାଏ ମଉସା
କରୋନାକୁ ଡର ନାହିଁ କର ତା ବେଉସା ।  
ହାତକୁ ରଖିବା ସଫା ଖାଇବା ଗରମ
ପିଇବା ଗରମ ପାଣି ପକାଇ ରସୁଣ ।
ଅଯଥାରେ ଭିଡଭାଡ ଜାଗାକୁ ନଯିବା 
ନୋଅଟ କାରବାରକୁ ବାରଣ କରିବା ।
ଡିଜିଟାଲ ପେମେଣ୍ଟରେ କରି କିଣାବିକା
କରୋନା ଭାଇରସକୁ କର ଅଣଦେଖା ।
ସାନିଟାଇଜର ହାତରେ ଲଗାଇ ସହସା
ନାକ ପାଟି ଆଖି ଛୁଇଁବାକୁଟି ଭରସା ।
ଶୀତତାପ ନିୟନ୍ତ୍ରଣ କରି ପରିହାର
ରବି କିରଣକୁ ନିଶ୍ଚେ କରିବା ଆହାର ।
ଆରସେନିକ୍-୩୦ ହୋମିଓ ପ୍ରତିଷେଧକ
ନେଇ ଆମ ଶରୀରକୁ କରିବା ନିରୋଗ ।
ଆସୁଛି ଚଡକ ଯାତ ଉଡା ଝାମୁ ଯାତ
ବେଳ ଥାଉଁ ସାବଧାନ ନିଧି ବୁଢା ମତ ।
ବୈକୁଣ୍ଠ , ଅଳକାପୁରୀ , 
ଚ଼ନ୍ଦ୍ରଶେଖରପୁର , ଭୁବନେଶ୍ୱର
ମୋ - ୯୪୩୭୬୯୭୧୬
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।