କଲ୍ଯାଣୀ ହୋତା
@@@@@@@
କରୋନା.... କରୋନା....କରୋନା
କରୋନା କୁ ଭୟ କରନା
ତୁ ପରା ସେହି ବିଜ୍ଞାନ ଯୁଗର ଚତୁର ମାନବ
ଆତ୍ମସମର୍ପଣ କଲେ , ରଖିବେ ଦେବାଧିଦେବ
ସେହି ଦିବ୍ୟଶକ୍ତି ତୋର ଆଜି ଶ୍ରେଷ୍ଠ ବିଚାରକ
ମାରିବ କିମ୍ବା ତାରିବ ଅବା ସାଜି ତୋ' ରକ୍ଷକ
ବିଭ୍ରାଟ ଆଜି ସାରା ସଂସାରେ କ୍ରୂର ମହାମାରୀ
କରାଳ ଅଟ୍ଟହାସ୍ୟ ବଦନେ ଡାକୁଛି ହାତଠାରି ଧରଣୀ ମା'ର ଅସହ୍ୟ ବୁକୁଫଟା ଆତୁର କୋହ
ଅପାଳ ପାଉଁଶ ହେବକି ତା'ର ବକ୍ଷର ମାତୃତ୍ୱ
ସତେ କି କାଳ ଗର୍ତ୍ତେ ଲୀନ ହେବ ତା' ସଂସାର
ନିଶ୍ଚିହ୍ନ ହେବକି ଶସ୍ୟ ଶ୍ୟାମଳା ସୃଷ୍ଟିଟି ତା'ର
ଉଠ ଜାଗ୍ରତ ହୁଅ ହେ' ବୈଷୟିକ ଜ୍ଞାନୀ ବିଜ୍ଞାନୀ
ତୁମ ସଭ୍ୟତା ଲୁପ୍ତ ପ୍ରାୟ ହେବାକୁ ବସିଲାଣି ।।
💯💯💯💯💯💯💯💯💯💯💯💯💯💯
ପାରବେଢ଼ା , ଶ୍ରୀରାମ ନଗର , ଜୟପୁର , କୋରାପୁଟ
💯💯💯💯💯💯💯💯💯💯💯💯💯💯
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।