5/31/2020

ଆମକୁ ପୁଣି ଫେରିବାକୁ ହେବ

ରୀତା ଅପରାଜିତା ମହାନ୍ତି 

ଆଜିକାଲି କଣ ପାଇଁ କପଡ଼ା ପିନ୍ଧିବାର ଶୈଳୀ ଦିନ କୁ ଦିନ ବଦଳିଗଲାଣି .......?
ଆମ ପରମ୍ପରା ରେ ଲାଜ ଆମର ଗୋଟିଏ ଗହଣା
ଏ କଥା ଆମେ ଭୁଲିଗଲୁଣି ।
ପିଠା,ଭାତ,ଶାଗ,ଡାଲମା ରେ
ନିଜ ଦେଶୀ ଖାଦ୍ୟକୁ ଛାଡି
ଚାଉମିନ,ପିଜ୍ଜା,ରୋଲର ମୋହରେ ପଡ଼ିଗଲୁଣି
ସବୁଜ ସୁନ୍ଦର ମଲ୍ଲୀ, ମଧୁମାଳତୀ, ଚମ୍ପା ପରି
ସୁନ୍ଦର ଫୁଲ ଛାଡି
ପ୍ଲାଷ୍ଟିକ ଫୁଲ ଆମ ଘରର ଶୋଭା ବଢାଏ।
ସେ ଫୁଲ କଣ ଠାକୁର ପୂଜାକାମ ରେ ଲାଗିବ ?
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ବର
ଗୁରୁ ସାକ୍ଷାତ ପରମ ବ୍ରହ୍ମ
ଶିକ୍ଷା ପାଇଁ ଗୁରୁଙ୍କୁ ନପୂଜିଲେ ପ୍ରକୃତ ଶିକ୍ଷା କାହୁଁ ମିଳିବ ....   ?

ସମ୍ପର୍କରେ ସ୍ୱାର୍ଥ ରହିଲେ
ସେଥିରେ ଆପଣାପ କେଉଁଠି ଆସିବ . ....?
ପ୍ରେମ ଯଦି ନିଃସ୍ୱାର୍ଥପର ହେବ
ସେଥିରେ ତ୍ୟାଗ ମନୋଭାବ ଥିବ
ରାଧା -କୃଷ୍ଣଙ୍କ ପ୍ରେମ ପରି
ତା ସିନା ଯୁଗ ଯୁଗକୁ ପୂଜା ପାଇବ।
ଆମକୁ ପୁଣି ନିଜ ସଭ୍ୟତା ଓ ସଂସ୍କୃତି କୁ ଆପଣେଇବାକୁ ହେବ।
ନିଜ ସଭ୍ୟତା ଓ ପରମ୍ପରାକୁ ଛାଡି ମଣିଷ କେବେ ମଣିଷ ହେଇପାରିବ .. ...?

ଭୁବନେଶ୍ବର -୨୧ , ପ୍ଲଟ୍‌ ନଂ - ୮୩ (ସି) , ଆମ୍ରପଲ୍ଲୀ 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।