5/31/2020

କରୋଣା

₹₹₹₹₹₹₹
ଛବିରାଣୀ ପତି 


କlରୁଣ୍ୟରେ ଭରା କରୁଣ କାହାଣୀ
ଅଂଶୀଦାର ସାରା ବିଶ୍ବ
ସେ ବନ୍ୟା ପ୍ଲାବନେ ଅଭିଭୂତ ସଭିଁ
ସଂସାର ହେବକି ନିଶ୍ଵ !! ।

କରୋନା ଭୂତାଣୁ ଜନକ ଚାଇନା
ମୁଣ୍ଡରେ ଚଡ଼କ ଆଜି
ସନ୍ଦିଗ୍ଧ ବ୍ୟାଧିରେ ଇରାନ , ଇଟାଲୀ
କୋରିଆ , ଜାପାନ ଆଦି ।।

ଚଉଷଠି ଦେଶ ରୋଗରେ ଆକ୍ରାନ୍ତ
ମିଳୁନି ତା' ପ୍ରତିଶୋଧ
ଘୁ ଘୁ ମାଡ଼େ ବାତ୍ୟା ମହାମାରୀ
କେ କରିବ ପ୍ରତିରୋଧ ? ।।

ମାସ୍କ୍ , ସାନିଟlଇଜର କଳାବଜାରୀ
ହେଲାଣି ଆକାଶ ଛୁଆଁ..!!
ଶାକାହାରୀ ହୋଇ ସ୍ୱଚ୍ଛତା ରଖିଲେ
ଭାଇରସ ହେବ ଛlନିଆଁ ।।

ପାଶ୍ଚାତ୍ୟ ସଭ୍ୟତା ଡାକିଆଣି ଆମେ
ଆଣିଛେ ଡାକି ଦୁର୍ଗତି
ଆଦର୍ଶ, ସଂସ୍କାର ,ନିତି ମାନୁଥିଲେ
ଭୂତାଣୁ ପାଇବ ଭିତ୍ତି ।।

ଦୁବୃର୍ତ୍ତଙ୍କ ପରି ଦୈତ୍ୟ ସଙ୍ଗେ ଧରି
ବିସ୍ତାରୁଛି ଯେଉଁ କାୟା....
ନିର୍ଭୟରେ ଆମେ ରହିବା ସତର୍କ
ଆତଙ୍କେ ନହୋଇ ବାୟା ।।

ମଧ୍ୟଶାସନ , ବିରିଡ଼ି , ଜଗତସିଂହପୁର 
ଫୋନ ନମ୍ବର - ୯୩୩୭୯୬୦୦୬୦

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।