***********************
ନେତାଜୀ କହିଲେ
ଗୁଳିର ଜବାବ ଗୁଳିରେ ଦେବାକୁ ହବ
ରକ୍ତ ଦିଅ -- ମୁଁ ସ୍ୱାଧୀନତା ଆଣିଦେଵି l
ବାପୁଜୀ କହିଲେ
ସତ୍ୟ , ଅହିଂସା ମାନବ ଧର୍ମ
ତରବାରୀ , ଗୁଳି ଲୋଡ଼ା ନାହିଁ
ଅହିଂସା ମାର୍ଗରେ ଏକଜୁଟ ହୁଅ
ବ୍ରିଟିଶ୍ ବାହୁଡ଼ିବ , ଦେଶ ସ୍ୱାଧୀନ ହେବ l
ବୁଦ୍ଧ କହିଲେ, କାମନାର ବିନାଶରେ ଦୁଃଖ ର ବିନାଶ
ନିର୍ବାଣ ହିଁ ଏକମାତ୍ର ମୁକ୍ତିର ମାର୍ଗ l
ଦ୍ଵନ୍ଦରେ ଜନତା ----
ଦଉଡି ଦଉଡି ନୟାନ୍ତ
କାଳିଆ ଟଙ୍କା କେବେ ମିଳିବ
ପୁଅ ଏଥର ଇଣ୍ଟରଭିଉରେ ଭଲ କରିଛି
ହେ ଭଗବାନ ! ଭଲ ଚାକିରୀଟା କେମିତି ହବ
ଅଯୋଧ୍ୟାରେ ମନ୍ଦିର / ମସଜିଦ ତୋଳାଯିବ
'ମାର୍ଗ' ମିଳୁନି ଏସବୁ କେମିତି ହେବ
ସୁଭାଷ , ଗାନ୍ଧୀ ନା ବୁଦ୍ଧ !
ମାର୍ଗ କିଏ ଦେଖାଇବ l

*********************
ମାର୍ଫତ ଶରତ କୁମାର ପୃଷ୍ଟି ,
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ,
(ଯାଜପୁର)
**************************
ଜୟ ସାହିତ୍ଯ , ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।