ପଙ୍କଜିନୀ ଭୋଇ
ଲୋଡ଼ା ନାହିଁ ପାରିଜାତ
ପୁଷ୍ପ ଉଦ୍ୟାନ,
ପ୍ରଭାତ ଆସିଲେ,
ତୁ ପ୍ରସ୍ଫୁଟିତ ହେଲେ
ତତେ ଟିକେ ଚାହିଁ
ଫୁଟେଇ ଦେବି ମୁଁ
ମୋ ଓଠରେ-
ଦୁଇ ଧାର ହସ,
ତୋ' ମହକରେ-
ହଜେଇ ଦେବି ମୁଁ ନିଜକୁ;
ମୁଦ୍ରିତ ନୟନେ
ସୁଖର ସହରେ ।।
ମାଗୁନାହିଁ ତତେ
ତୋର ରୂପ ରଙ୍ଗ,
ଦବୁ ଯଦି ଦେ' ମହକାଇ
ମୋ' ମନକୁ ଟିକେ;
ମନ ମୋହକ ତୋ' ମହକରେ
ତୋ' ମହକରେ ।।
ଲାଞ୍ଜି,କେଗାଁ,କଳାହାଣ୍ଡି
ଜୟ ସାହିତ୍ଯ , ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।