ମଧୁସ୍ମିତା ମିଶ୍ର
ସୁଦୂର ଚ଼ାଇନା ଦେଶରୁ ଆସିଛି
କରୋନାର ଭାଇରସ
ଶପଥ ନେଇଛି ଦେଶକୁ କୁଆଡ଼େ
କରିଦେବ ସିଏ ଶେଷ ।
ଅମଣିଷ ସେହି ଚ଼ାଇନାବାସୀଙ୍କ
ଅସାବଧାନତା ପାଇଁ
ଅନେକ ଦେଶର ଅସଂଖ୍ୟ ଜନତା
ମୃତ୍ୟୁ କୋଳେ ଗଲେ ଶୋଇ ।
ପଶୁପକ୍ଷୀଙ୍କର କଞ୍ଚାମାଂସ ଖାଇ
ରୋଗକୁ ଆଣିଲେ କିଣି
ମହାମାରୀ ହୋଇ ଆସିଛି କରୋନା
(ପୁଣି) କେତେ ଜୀବନ ନେଲାଣି ।
ଆମେରିକା ଇଟାଲି ଦକ୍ଷିଣକୋରିଆ
ଚୀନ୍ ଲଣ୍ଡନ ଆଉ ଜାପାନ
କରୋନା ଭୟରେ ଆତଙ୍କିତ ସେ ଯେ
(ପୁଣି) ଅଛି ଆମ ହିନ୍ଦୁସ୍ଥାନ ।
ପରିଷ୍କାର ଆଉ ସତର୍କ
କରୋନା ହୋଇବ ଦୂର
ଏହି ଅନୁରୋଧ କରୁଅଛି ଆଜି
ଭଉଣୀ ଭାଇଙ୍କୁ ମୋର ।
ଜନଗହଳିକୁ ଯିବା ନାହିଁ ଆମେ
ହାତ ସଫା କରୁଥିବା ନିତି
ତା'ହେଲେ କରୋନା ଡ଼ରି ପଳାଇବ
ନଥିବ ଆମର ଭୀତି ।
ଜଗନ୍ନାଥ ପରା ଭାରତବାସୀଙ୍କୁ
ରଖିଛନ୍ତି ବାହୁ ତଳେ
ଚ଼କ୍ର ଆଢ଼ୁଆଳେ ରଖିବେ ସଭିଙ୍କୁ
କରୋନା ହାରିବ ବଳେ ।
ଗଡ଼ସାହି - କଣାସ - ପୁରୀ
୭୫୨୦୧୭
ଜୟ ସାହିତ୍ୟ, ଜୟ ସମାଜ
ସୁଦୂର ଚ଼ାଇନା ଦେଶରୁ ଆସିଛି
କରୋନାର ଭାଇରସ
ଶପଥ ନେଇଛି ଦେଶକୁ କୁଆଡ଼େ
କରିଦେବ ସିଏ ଶେଷ ।
ଅମଣିଷ ସେହି ଚ଼ାଇନାବାସୀଙ୍କ
ଅସାବଧାନତା ପାଇଁ
ଅନେକ ଦେଶର ଅସଂଖ୍ୟ ଜନତା
ମୃତ୍ୟୁ କୋଳେ ଗଲେ ଶୋଇ ।
ପଶୁପକ୍ଷୀଙ୍କର କଞ୍ଚାମାଂସ ଖାଇ
ରୋଗକୁ ଆଣିଲେ କିଣି
ମହାମାରୀ ହୋଇ ଆସିଛି କରୋନା
(ପୁଣି) କେତେ ଜୀବନ ନେଲାଣି ।
ଆମେରିକା ଇଟାଲି ଦକ୍ଷିଣକୋରିଆ
ଚୀନ୍ ଲଣ୍ଡନ ଆଉ ଜାପାନ
କରୋନା ଭୟରେ ଆତଙ୍କିତ ସେ ଯେ
(ପୁଣି) ଅଛି ଆମ ହିନ୍ଦୁସ୍ଥାନ ।
ପରିଷ୍କାର ଆଉ ସତର୍କ
କରୋନା ହୋଇବ ଦୂର
ଏହି ଅନୁରୋଧ କରୁଅଛି ଆଜି
ଭଉଣୀ ଭାଇଙ୍କୁ ମୋର ।
ଜନଗହଳିକୁ ଯିବା ନାହିଁ ଆମେ
ହାତ ସଫା କରୁଥିବା ନିତି
ତା'ହେଲେ କରୋନା ଡ଼ରି ପଳାଇବ
ନଥିବ ଆମର ଭୀତି ।
ଜଗନ୍ନାଥ ପରା ଭାରତବାସୀଙ୍କୁ
ରଖିଛନ୍ତି ବାହୁ ତଳେ
ଚ଼କ୍ର ଆଢ଼ୁଆଳେ ରଖିବେ ସଭିଙ୍କୁ
କରୋନା ହାରିବ ବଳେ ।
ଗଡ଼ସାହି - କଣାସ - ପୁରୀ
୭୫୨୦୧୭
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।