ମାନସୀ ବେହୁରା ( /ମାନୀ/ ଜାହ୍ନବୀ / ଜାନୁ )କୋରୋନା-କୋରୋନା-କୋରୋନା--
କୋରୋନା ଦେଲାଣି ତାଡନା,
କୋରୋନା ଭୟରେ ସଭିଏଁ-
ପାଇଲେଣି କେତେ ଯନ୍ତ୍ରଣା ।୧।
କୋରୋନା ଭୟେ କାମବାଲି--
ଘରକୁ ମୋ' ଆଉ ଆସେନା,
ହାଲିଆ ହେଲିଣି କାମ କରି--
କରିବାକୁ ନାହିଁ ବାହାନା ।୨।
ଇଏ କି ରୋଗର ପ୍ରଭାବ--
ପ୍ରିୟର ଖବର ପାଏନା,
ପ୍ରିୟ ସଂଗେ କଥା ନ ହୋଇ-
ହୁଏଟି ମନ ଆନମନା ।୩।
ଝାଡୁ ପୋଛା ବାସନ ଧୂଆରେ-
ଅଣ୍ଟା ପିଠି ହୁଏ ଯନ୍ତ୍ରଣା,
ପ୍ରିୟ ସଂଗେ କଥା ହେବି କେବେ
ଭାବି ଭାବି ଦିନ ସରେନା ।୪।
କୋରୋନା ରୋଗର ପ୍ରକୋପରେ-
କ୍ଷୀରବାଲା କ୍ଷୀର ଦିଏନା,
ମୋ' କୁନି ପୁଅ କାନ୍ଦଇ କେତେ-
ତାକୁ ବୁଝାଇ ଆଉ ପାରେନା ।୫।
ଲୂଗା କାଚି ହାତ ବିନ୍ଧୁଛି-
ଫୋନ୍ ପ୍ରିୟଙ୍କ ଧରେନା,
ଫୋନ୍ ଆସିଲେ ତାଙ୍କର-
କଥା ଟିକେ ହୋଇ ପାରେନା ।୬।
ଆଗ ପଛ ଘର ଅଗଣା-
ଝାଡୁ ଦେଇ ମୋତେ ଆସେନା,
ଝାଡୁ ଦେଲାବେଳେ ମୋଠାରୁ-
ଗାଳି ଖାଏ କେତେ ଚାଇନା ।୭।
ଚେପା ମୁହାଁ ଚେପା ଚାଇନା-
ଯାହା ତ ଦେଲୁଣି ଗଞ୍ଜଣା,
ଦେଶବାସୀଙ୍କର ଅଭିଶାପରେ-
ନିତି ଖାଉ ଥିବୁ ସୋଦଣା ।୮।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।