
ଗୌରାଙ୍ଗ ଚ଼ରଣ ବେଉରା
✈✈✈✈✈✈✈✈✈✈
💮💮💮💮💮💮💮
💮💮💮💮💮💮
💮 💮 💮 💮 💮💮
💮 💮 💮 💮 💮
💮 💮 💮 💮
ଜଗତର ନାଥ କାଳିଆ ସାଆନ୍ତ
ରତନ ବେଦୀରେ ବସି ,
କରୋନା ଉତ୍ପାତ ବିଶ୍ୱର ବ୍ୟୁତ୍ପାତ
ପରଖୁଛ ଦିବାନିଶି ॥
ତୁମରି ସୃଷ୍ଟିରେ କରୋନାର ସୃଷ୍ଟି
ତାହା ବି ତୁମରି ଦାନ ,
ତୁମେ କି ଦେଇଛ ତା'ରେ ସଂଜୀବନୀ
ନିଏ ଅମୃତ ଜୀବନ ॥
ଟେକିଥିଲ ଦିନେ ଗିରି ଗୋବର୍ଦ୍ଧନ
ମାନବ ଜୀବନ ପାଇଁ ,
ଆଜି କିମ୍ପା ତୁମେ ରହିଛ ମଉନ
ଷାଠିଏ ପଉଟି ଖାଇ ॥
କିବା ଭୂତାଣୁରେ ରଚିବ ପ୍ରଳୟ
କଳିଯୁଗ କରି ଧ୍ୱଂସ ,
କଳା ଧଳା ଘୋଡା ବାର ହାତ ଖଡ୍ଗ
ସତେ କରିବେ ହବିଷ ? ॥
ପତିତପାବନ ସତେ କି ମଉନ
ପତିତ ଉଦ୍ଧାର ପାଇଁ ,
ଆତୁରେ ଡାକୁଛି ତୁମରି ଭକତ
କରୋନାର ଦଣ୍ତ ପାଇଁ ॥
ବିଶ୍ୱଜନ ମୁଖେ ଶୁଭେ ହା'ହା'କାର
କରୋନାର ଚକ୍ରବ୍ୟୁହେ ,
ବିଶ୍ୱାସ ହରାଏ ଅମୃତ ଆତ୍ମାର
ବନ୍ଧୁ ପରିଜନ ମୋହେ ॥
ତୁମରି ନିର୍ଦ୍ଦେଶେ ସକଳ ଜୀବର
ପ୍ରାଣ ହୁଏ ଆତଯାତ ,
ନିର୍ଦ୍ଦେଶ କି ତବ କରୋନାର ଭାବ
ମାନବ ହେବ ନିପାତ ॥
ତୁମେ ତ ପ୍ରଳୟ ହେ ମଙ୍ଗଳମୟ
ତୁମେ ଜୀବନ କାଣ୍ତାରୀ ,
ମାନବକୁ ଦେଇ ଦିବ୍ୟ ସଂଜୀବନୀ
ନାଶ କରୋନା ଅଇରୀ ॥
ଢାଳିଦିଅ ବାରେ ଆଶିର୍ବାଦ ଫଲ୍ଗୁ
ଜଗତ ଜନଙ୍କ ପାଇଁ ,
ମୁଁ ଛାର ଭକତ ବନ୍ଦଇ ଚରଣ
ଜଗତ ମଙ୍ଗଳ ନେଇ ॥
🚲🚲🚲🚲🚲🚲🚲🚲🚲🚲🚲🚲
ପ୍ରଧାନ ଶିକ୍ଷକ (କୁଲିଆମାଲ ଉଚ୍ଚବିଦ୍ୟାଳୟ )
🚲🚲🚲🚲🚲🚲🚲🚲🚲🚲🚲🚲
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।