ଜଗଦୀଶ ସାହୁ
ବାହାସ୍ଫୋଟ ମାରି କହୁଥିଲା ଯିଏ କାହାକୁ ଡରେନି ବୋଲି
କରୋନା ନାଆଁଟା ଶୁଣୁ ଶୁଣୁ ସିଏ ନିଜକୁ ଯାଉଛି ଭୁଲି
ଦମ୍ଭ ପଣ ଯାଏ ଚ଼ାଲି
ସୁନ୍ଦର ସୃଷ୍ଟିକି ନଷ୍ଟ କରୁ କରୁ ନିଜେ କହେ ମଲି ମଲି ॥
ଗର୍ବ କରୁଥିଲା ବିଜ୍ଞାନ ବଳରେ ଅସାଧ୍ୟ କରି ସାଧନ
ଚମକାଇ ଦେବ ଏ ସାରା ବିଶ୍ବକୁ ଦେଖାଇବ ନିଜ ଜ୍ଞାନ
ସହିଲେନି ଭଗବାନ
ଆମେ କିବା ଛାର ଜନ
ତ୍ରିପୁର ବିଜୟୀ ବଳି ରାଜନକୁ ପାତାଳରେ ଦେଲେ ସ୍ଥାନ ॥
ଜିଭ ସୁଆଦକୁ ଜୀବ ମାରି ଖାଉ ଦୟା ମାୟା ନାହିଁ ଚିତ୍ତେ
କାରଖାନା ପାଇଁ ଜଙ୍ଗଲ କାଟିଲୁ ଘର ଭାଙ୍ଗି ଦେଲୁ କେତେ
ଜୀବ ଜନ୍ତୁ ଥିଲେ ଯେତେ
କରିଲେ ଚିତ୍କାର ଶୁଣିଲେ ଠାକୁରଯମ ରାଜା ସଙ୍ଗେ ଗୁପତ ବିଚ଼ାର
କରୋନା ଭୂତାଣୁ ସାଜି ଯମ ଦୁତ
ସାରା ସଂସାରକୁ କରୁଛି ବିବ୍ରତ
ଛାନିଆରେ ଦିନ ବିତେ ॥
ସଚ଼େତନ ହେବା ବଡ଼ ଅଉଷଧ ଜୀବେ ରଖ ଦୟା ଭାବ
କାଶ ଛିଙ୍କ ହେଲେ ମୁହଁରେ ମାସ୍କ୍ ନିଶ୍ଚେ ପିନ୍ଧିବାକୁ ହେବ
ହାତ ନିତି ଧୋଉଥିବ
ସାବୁନ୍ ଲଗାଇ ଗହଳି ଦୂରେଇ ଆଖି ନାକ ନଛୁଇଁବ ।।
ସଞ୍ଜପଡ଼ା , ହିନ୍ଦୋଳ , ଢ଼େଙ୍କାନାଳ
ମୋ - ୯୦୭୮୧୮୫୬୧୬
ଜୟ ସାହିତ୍ଯ , ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।