5/31/2020

ଛବି

ସିପ୍ରା ନାତା (ନମ୍ରତା)
📏📏📏📏📏📏
ତୁମ ଛବି ....ହଁ , ତୁମରି ଛବି
ଚତୁଃପାଶ୍ୱର୍ରେ ତୁମେ ...
ତୁମ ଆଗମନର ଝଙ୍କାର...
ହୁଏତ ମୋ' ଶବ୍ଦର ରୂପରେଖ ଅସ୍ପଷ୍ଟ
ଏତେ ନିବିଡ଼ତା ପରେ କିଏ କ'ଣ ଭୁଲ ବୁଝିପାରେ ?
ନିର୍ବାକ ଓଠରେ ସ୍ପନ୍ଦନ
ଦେହାତୀତ ପ୍ରେମର ସ୍ବାକ୍ଷର
କେବଳ ତୁମେ ହିଁ ଦେଇପାର ,
କରିପାର ଅସ୍ତିତ୍ୱର ଵର୍ଣ୍ଣନ  ।।


ତୁମେ ଯେ ପ୍ରେୟସୀ
ତୁମ ପାଇଁ ଅମୀୟ ପ୍ରେମରେ ବିଭୋରିତ ମନ
ଖିଆଲର ଗଜଲ , ଶାୟରୀର ଗୁଞ୍ଜନ
ସ୍ୱପ୍ନର ଅଞ୍ଜନ ବୋଳେ , ନିଃଶ୍ୱାସର ତାପ
ଆଉ ବକ୍ଷର ସ୍ପନ୍ଦନ ବଢେ ,
ମୋ ଦେହର ଗନ୍ଧ , ସ୍ବେଦ , ହାଡ , ରକ୍ତ , ମାଂସ
ଗଦା ଗଦା ଆକାଂକ୍ଷାର ମୋହ
ସବୁତକ ତୁମକୁ ଅର୍ପିତ ,
ମାସ ମାସ ଧରି ଥିବା ନିର୍ଲିପ୍ତ ମନକୁ
ତୁମେ କର ଉଜ୍ଜୀବିତ ।।

ନବ ନବ ଚପଳତା ନେଇ
ତାରା ଜହ୍ନ ଆସେ ,
ମୋ' ସ୍ମୃତିର ଆଶା ଆଉ ଆକାଂକ୍ଷା ଆକାଶେ
ସତେ କ'ଣ ଆଉ ଜନ୍ମ ଥାଏ , ମୃତ୍ୟୁ ଥାଏ ,
ତୁମ ସାଥେ ଏତେ ନିବିଡ଼ତା ପରେ
ତନ୍ଦ୍ରାମଗ୍ନ ତୁମ ପ୍ରେମେ
ଶବ୍ଦର ଅସ୍ତିତ୍ୱ ମୋ' ହଜେ ,
ମାଳ ମାଳ ବଉଦର ଭସା ଭସା ରୂପ
ଦିଗନ୍ତ ପ୍ରସାରୀ ମହାଶୂନ୍ୟ କୋଳେ
ତୁମ ମୁହଁ ପରି ଦିଶେ ରଙ୍ଗ ବେରଙ୍ଗର
ବିଦେହୀ ଆତ୍ମାର ପ୍ରେମ ପରି   ।।
"""""""""""""""""""
ତୁଳସୀଚ଼ୌରା , ବାରିପଦା 
ଦୂରଭାଷ - ୮୨୪୯୮୫୦୧୬୮
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।