ଶୀତ ବୋଧେ ଆସିନି ଏଯାଏଁ
ଆମ ଗାଁ କୁଆଁରୀଙ୍କ
ପୁନେଇଁ ତାଟରେ
ରାସ୍ତା ସାରା ଛୁରିଅନା
ଭୁରୁଭୁରୁ ବାସ୍ନା
ଶରତ ସନ୍ଧ୍ୟାର ଚିତ୍ର
ଏବେ ସୁଦ୍ଧା ଅଛି ଆକାଶରେ
ସକାଳୁଆ କଅଁଳ କୁହୁଡ଼ି
ଅଚାନକ ଆସୁନାହିଁ ମାଡିଛପା ଛପା ଓଦା ଦିଶେ
ଦୁବ ଘାସ ସବୁ
ଚକରାଟା ଧାନ ଖଳା
ସଫା ବି କରିନି
ବନମାଟି ଗୋବରରେ
ଏଯାଏଁ ଲିପିନି
ସଜାଡିନି ମେରି ଓ ଦାଉଣୀ
ବୋଧହୁଏ ବିଲରେ ତା'
ବିଓଳି ପାଚିନି
ଆମ ଗାଁ ନେତ ବୁଢ଼ୀ
ଆଜି କାଲି ନିଆଁ ପୁଆଁଉନି
ଚାଳ ଘର ଛପରରୁ
ଧୂଆଁ ବି ଉଠୁନି
ମୋତେ ଲାଗେ ଶୀତ ବୋଧେ
ଏଯାଏଁ ଆସିନି
ସିଙ୍ଗିଟାଳି,କୁଜଙ୍ଗ,ପାରାଦ୍ବୀପ
୮୨୪୯୩୦୯୪୬୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।