ତ୍ରିପତି ପ୍ରଧାନ
ମୟୁର ଚୂଳିଆ କଦମ୍ବ ମୂଳିଆରାଧିକା ଜୀବନ ଧନ
ଲଭି ତୁ ଜନମ ଏ ମର୍ତ୍ତ୍ୟ ଭୁବନ
ଆସ ହେ ଚକା ନୟନ (୧)
ଗଜ ଉଧାରିଲ ନକ୍ର କୁ ନାସିଲ
ମୃଗ ବିପଦ ଉଦ୍ଧରି
ଧର୍ମ ଉଦ୍ଧlରଣ କର ହେ ତାରଣ
ଗରବ ଗଞ୍ଜନ ହରି (୨)
ସତ୍ୟ ଯୁଗେ ହରି ବନ୍ଧେ ବିଜେ କରି
ହୀରଣ୍ୟ ଥିଲ ବିଦାରି
ତ୍ରେତୟା ରାବଣ ନାଶି କୁମ୍ଭକର୍ଣ୍ଣ
ପୃଥିବୀ ଭାର ନିଵାରି (୩)
ଦ୍ୱାପରେ କହ୍ନେୟା କାଇଁଞ୍ଚ ମାଳିଆ
ଗୋପୀ ଗୋପା ମନ ଚୋରି
ପ୍ରେମ ରଙ୍ଗ ବୋଳି ଖେଳୁଥିଲ ହୋଲି
କଂସାସୁର ବଧକରି (୪)

ଗୋପୀ ହୃଦଚୋରା ରାଧାଚିତ୍ତ ଚୋରା
ଯଶୋଦା ଗଣ୍ଠି ରତନ
ତୋର ଖେଳ ହୋଲି ଗ୍ରାସିଦେଵ ବୋଲି
ବିଜେ ରାକ୍ଷସ କରାନ (୫)
ଭାଙ୍ଗି ଟାଣପଣ ସରଗ ରାଜନ
ଗିରି ଗୋବର୍ଦ୍ଧନ ତୋଳି
ଧର୍ମ ଦାଣ୍ଡେ ତୋର ଅଧର୍ମ ବଢ଼ିଲା
ତାର ହେ ନନ୍ଦ ଶଙ୍ଖାଳି (୬)
ଯାଉଛି ଶରଣ ଆହେ ଜନାର୍ଦ୍ଧନ
ଦୀନ ଦୁଃଖୀ ଦୁଃଖହାରୀ
କଳିରେ କାଳିଆ ଦାରୁ ରୂପେ ଠିଆ
( ଆସ)ଜୀବନ୍ତ ରୂପକୁ ଧରି (୭)
ସଂସ୍କୃତ ଶିକ୍ଷକ
ଚ଼ିକିଟି - ଗଞ୍ଜାମ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।