କୁମୁଦ ବନ୍ଧୁ ନାଏକ
ଚାଇନା ଦେଶରୁ ବାହାରିଲା ଏହା
ବ୍ୟାପି ଗଲା ଜଗତରେ,
କେଉଁ କାରଣରୁ ଜନ୍ମିଲା କା'ଠାରୁ
କେହି ଜାଣିଲେନି ତାରେ ।
ଆମେରିକା କହେ ଚାଇନା ବିଜ୍ଞାନୀ
କଲେ କରୋନା ନିର୍ମାଣ,
ଚାଇନା କହୁଛି ଆମେରିକା ଏହା
ଛାଡିଲା ମୋ' ଦେଶେ ପୁଣ ।
କେ' କହେ ଚାଇନା ଖାଆନ୍ତି ସଭିଙ୍କୁ
ଯେତେ ଛନ୍ତି ଦେହ ଧାରୀ,
ସିଝା, ରନ୍ଧା କଥା ଛାଡ଼ି ଦିଅ ଦୂରେ
କଞ୍ଚା ତାଙ୍କୁ ପ୍ରିୟ ଭାରି ।
ଯହିଁରୁ ହେଉ ସେ ବାହାରି ଯାଇଛି
ମହାମାରୀ ରୂପ ନେଇ,
ହୁତୁହୁତୁ ହୋଇ ବ୍ୟାପୁଛି ବିଶ୍ବରେ
ଔଷଧ ତା' କିଛି ନାହିଁ ।
ସଚେତନ ହେଲେ ବ୍ଯାପିବନି ରୋଗ
ଜ୍ଞାନୀଙ୍କର ମତ ଏହି,
ଜ୍ଞାନୀ ଓ ଡାକ୍ତର କହୁଛନ୍ତି ଯାହା
ଏକମତ ତହିଁ ମୁହିଁ ।
ଏ ରୋଗ ବ୍ୟାପୁଛି ରୋଗିଣାର ସ୍ପର୍ଶେ
ଅବା ଛିଙ୍କ,ଛେପ ଠାରୁ,
ବ୍ୟାପି ପାରିବନି ଏହି ରୋଗ କେବେ
ରହିଲେ ତହିଁରୁ ଦୂରୁ ।
ଆମେ ଯଦି ଆମ ସଂସ୍କୃତି ମାନିବା
ହେବାନାହିଁ ରୋଗଗ୍ରସ୍ତ,
ଆମ ସଂସ୍କୃତିର ନିୟମ ଆଗରେ
କରୋନା ହେବ ପରାସ୍ତ ।
ହସ୍ତ ମିଳନ କି ନାକ ଘଷା ଆଉ
ଚୁମ୍ବନ କାହାକୁ ଦେଇ,
ଆମ ସଂସ୍କୃତିରେ ଏହି ପ୍ରଥା କହ
ରହିଅଛି କାହିଁ ଭାଇ ।
ହାତ ଯୋଡ଼ି ନମି କରି ପ୍ରଣୀପାତ
ସ୍ବାଗତ ଆମର ପ୍ରଥା,
ତାହାଠୁ ଅଧିକ ପ୍ରଚଳିତ ଆମ
ଶ୍ରେଷ୍ଠଙ୍କ ଚରଣେ ମଥା ।
ବନ୍ଧୁଙ୍କ ଆଗମେ ଦେଉ ଢାଳେ ଜଳ
ଗୋଡ଼ ହାତ ଧୋଇବାକୁ,
ବାହାରୁ ଅଶୁଦ୍ଧି ଆସିଥିଲେ କିଛି
ଯାଉ ବହି ବାହାରକୁ ।
ଯାହାଙ୍କର ଘରେ ତୁଳସୀର ସେବା
ହୁଏ ସଞ୍ଜ ସକାଳରେ,
ରାନ୍ଧୁଣୀ ଯାହାର ସ୍ନାହାନ ନ କରି
ପାକ କାର୍ଯ୍ୟକୁ ନ କରେ ।
ଗୋବର ପାଣିର ଛିଟା ଅଗଣାରେ
ନିତି ପଡେ ପ୍ରଭାତରୁ,
ଗୃହର ପ୍ରଥମ କର୍ମ ଯା' ଆରମ୍ଭ
ଗୋମୟ ପ୍ରଲେପ ଠାରୁ ।
ଧୂପ ଦୀପ ସାଥେ କର୍ପୁର ଜଳଇ
ପ୍ରାତଃ ସାୟଂ ଯାହା ଘରେ,
ତୁଳସୀର ପତ୍ର ସମର୍ପି ଖାଦ୍ୟକୁ
ନିତ୍ଯ ଯେ' ଆହାର କରେ ।
ଯାହା ଘରେ ନିତି ବାଜେ ଶଙ୍ଖ ଘଣ୍ଟ
ପୂଜିତ ଜଗତ ନାଥ,
ସେହି ଘରେ ପୁଣି ଆମିଷ ପ୍ରବେଶ
ଏହା ନୁହେଁ ଯୁକ୍ତି ଯୁକ୍ତ ।
ଏହି ଆମ ପରଂପରାରେ ଚଳିଲେ
ଖୁସିରେ ରହିବା ଭାଇ,
କରୋନା କାହିଁକି ଆସିବ ତାକୁ କି
ମରିବାର ଭୟ ନାହିଁ ?
କୁଲୁଟା - ସୁନ୍ଦରଗଡ (ଓଡ଼ିଶା)
ଦୂରଭାଷ ନଂ - ୯୬୬୮୬୭୬୪୪୮
ଜୟ ସାହିତ୍ୟ, ଜୟ ସମାଜ
ଚାଇନା ଦେଶରୁ ବାହାରିଲା ଏହା
ବ୍ୟାପି ଗଲା ଜଗତରେ,
କେଉଁ କାରଣରୁ ଜନ୍ମିଲା କା'ଠାରୁ
କେହି ଜାଣିଲେନି ତାରେ ।
ଆମେରିକା କହେ ଚାଇନା ବିଜ୍ଞାନୀ
କଲେ କରୋନା ନିର୍ମାଣ,
ଚାଇନା କହୁଛି ଆମେରିକା ଏହା
ଛାଡିଲା ମୋ' ଦେଶେ ପୁଣ ।
କେ' କହେ ଚାଇନା ଖାଆନ୍ତି ସଭିଙ୍କୁ
ଯେତେ ଛନ୍ତି ଦେହ ଧାରୀ,
ସିଝା, ରନ୍ଧା କଥା ଛାଡ଼ି ଦିଅ ଦୂରେ
କଞ୍ଚା ତାଙ୍କୁ ପ୍ରିୟ ଭାରି ।
ଯହିଁରୁ ହେଉ ସେ ବାହାରି ଯାଇଛି
ମହାମାରୀ ରୂପ ନେଇ,
ହୁତୁହୁତୁ ହୋଇ ବ୍ୟାପୁଛି ବିଶ୍ବରେ
ଔଷଧ ତା' କିଛି ନାହିଁ ।
ସଚେତନ ହେଲେ ବ୍ଯାପିବନି ରୋଗ
ଜ୍ଞାନୀଙ୍କର ମତ ଏହି,
ଜ୍ଞାନୀ ଓ ଡାକ୍ତର କହୁଛନ୍ତି ଯାହା
ଏକମତ ତହିଁ ମୁହିଁ ।
ଏ ରୋଗ ବ୍ୟାପୁଛି ରୋଗିଣାର ସ୍ପର୍ଶେ
ଅବା ଛିଙ୍କ,ଛେପ ଠାରୁ,
ବ୍ୟାପି ପାରିବନି ଏହି ରୋଗ କେବେ
ରହିଲେ ତହିଁରୁ ଦୂରୁ ।
ଆମେ ଯଦି ଆମ ସଂସ୍କୃତି ମାନିବା
ହେବାନାହିଁ ରୋଗଗ୍ରସ୍ତ,
ଆମ ସଂସ୍କୃତିର ନିୟମ ଆଗରେ
କରୋନା ହେବ ପରାସ୍ତ ।
ହସ୍ତ ମିଳନ କି ନାକ ଘଷା ଆଉ
ଚୁମ୍ବନ କାହାକୁ ଦେଇ,
ଆମ ସଂସ୍କୃତିରେ ଏହି ପ୍ରଥା କହ
ରହିଅଛି କାହିଁ ଭାଇ ।
ହାତ ଯୋଡ଼ି ନମି କରି ପ୍ରଣୀପାତ
ସ୍ବାଗତ ଆମର ପ୍ରଥା,
ତାହାଠୁ ଅଧିକ ପ୍ରଚଳିତ ଆମ
ଶ୍ରେଷ୍ଠଙ୍କ ଚରଣେ ମଥା ।
ବନ୍ଧୁଙ୍କ ଆଗମେ ଦେଉ ଢାଳେ ଜଳ
ଗୋଡ଼ ହାତ ଧୋଇବାକୁ,
ବାହାରୁ ଅଶୁଦ୍ଧି ଆସିଥିଲେ କିଛି
ଯାଉ ବହି ବାହାରକୁ ।
ଯାହାଙ୍କର ଘରେ ତୁଳସୀର ସେବା
ହୁଏ ସଞ୍ଜ ସକାଳରେ,
ରାନ୍ଧୁଣୀ ଯାହାର ସ୍ନାହାନ ନ କରି
ପାକ କାର୍ଯ୍ୟକୁ ନ କରେ ।
ଗୋବର ପାଣିର ଛିଟା ଅଗଣାରେ
ନିତି ପଡେ ପ୍ରଭାତରୁ,
ଗୃହର ପ୍ରଥମ କର୍ମ ଯା' ଆରମ୍ଭ
ଗୋମୟ ପ୍ରଲେପ ଠାରୁ ।
ଧୂପ ଦୀପ ସାଥେ କର୍ପୁର ଜଳଇ
ପ୍ରାତଃ ସାୟଂ ଯାହା ଘରେ,
ତୁଳସୀର ପତ୍ର ସମର୍ପି ଖାଦ୍ୟକୁ
ନିତ୍ଯ ଯେ' ଆହାର କରେ ।
ଯାହା ଘରେ ନିତି ବାଜେ ଶଙ୍ଖ ଘଣ୍ଟ
ପୂଜିତ ଜଗତ ନାଥ,
ସେହି ଘରେ ପୁଣି ଆମିଷ ପ୍ରବେଶ
ଏହା ନୁହେଁ ଯୁକ୍ତି ଯୁକ୍ତ ।
ଏହି ଆମ ପରଂପରାରେ ଚଳିଲେ
ଖୁସିରେ ରହିବା ଭାଇ,
କରୋନା କାହିଁକି ଆସିବ ତାକୁ କି
ମରିବାର ଭୟ ନାହିଁ ?
କୁଲୁଟା - ସୁନ୍ଦରଗଡ (ଓଡ଼ିଶା)
ଦୂରଭାଷ ନଂ - ୯୬୬୮୬୭୬୪୪୮
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।