ରାଜକିଶୋର ସାହୁୁ (ଶିକ୍ଷକ)ସମୁଦି :-
କି କଥା ଶୁଣିଲା କାନ ସମୁଦୁଣୀ
କି ରୋଗ ହୋଇଲା ଆସି ,
ଏ ସୁନା ରାଇଜେ ଶୁଣା ତ ନଥିଲା
ବୟସ ମୋ' ହେଲା ଅଶି ||
ଚାଇନାରୁ ଆସି ଚମକାଇ ଦେଲା
ସାରା ଦୁନିଆକୁ ଆଜି
କେମିତି ବଞ୍ଚିବା କଅଣ କରିବା
ଉପାୟ ନପାଏ ଖୋଜି ||
ସମୁଦୁଣୀ :-
ସ୍କୁଲ ବଅନ୍ଦ କଲେଜ ବଅନ୍ଦ
ବଅନ୍ଦ ସିନେମା ଘର ,
ଧର୍ମ ଅନୁଷ୍ଠାନ ପର୍ଯ୍ୟଟନ ସ୍ଥଳ
ସବୁ ହେଲା ଜନଶୂନ୍ୟ ||
ଅଦେଖା ଭୁତାଣୁ କାୟା ବିସ୍ତାରିଛି
କରୋନା ନାମଟି ତା'ର ,
ବେଳୁବେଳ କରେ ସେ ନରସଂହାର
କିବା ଅଛି ପ୍ରତିକାର ||
ସମୁଦି :-
ହାତରେ ଛୁଇଁଲେ ଲାଗୁଅଛି ଡର
ରହିଛି କି ସବୁଠାରେ ,
ନାକ ପାଟି ଦେଇ ଶରୀରକୁ ଗଲେ
ଲକ୍ଷଣ ପ୍ରକାଶ କରେ ||
ଥଣ୍ଡା କାଶ ଜ୍ବର ଲାଗି ରହିଥାଏ
ବାନ୍ତି ହୁଏ ବାରବାର ,
ସେପରି ଲକ୍ଷଣ ଜଣାଯାଏ ଯେବେ
ନକରି ଡେରି ତାହାର ||
ଝଅଟ କରିବ ଚିକିତ୍ସା ତାହାର
ନେବ ସ୍ୱାସ୍ଥ୍ୟ ପରାମର୍ଶ ,
ଏଣେତେଣେ ପକାଇବା ନାହିଁ ଛେପ
ପରିବେଶକୁ ରଖିବ ସ୍ୱଚ୍ଛ ||
ହାତକୁ ଧୋଇବ ସାବୁନ ପାଣିରେ
ଗରମ ଖାଇବ ଖାଦ୍ୟ ,
ଲୋକାରଣ୍ୟ ସ୍ଥାନ ଆମିଷ ହାଟକୁ
ଯିବାକୁ କର ନିଷେଧ ||
ଗଳା ସଫା କର ଗରମ ପାଣିରେ
କଥା କହିବ ଦୂରେଇ
ରୁମାଲେ ଘୋଡେଇ ପାଟି ନାକ ସବୁ
ରୋଗକୁ ଦେବା ଏଡେଇ ||
ଦରକାର ହେଲେ ଯିବା ବାହାରକୁ
ବାରମ୍ବାର ହାତ ଧୋଇ ,
ସଚେତନ ହେଲା ଶ୍ରେଷ୍ଠ ପ୍ରତିକାର
ସବୁ ରଖ ମନଦେଇ ||
ସଭିଏଁ ହୋଇଲେ ସଚେତନ ଏବେ
ରୋଗଟି ଦୂରେଇ ଯିବ ,
ସ୍ୱାସ୍ଥ୍ୟ ନିୟାମକ ବିଧାନେ ପାଳିଲେ
ହଟହଟାଟି ନଥିବ ||
ସମୁଦୁଣୀ :-
ସାହାହେବେ ଯେବେ କାଳିଆ ସାଆନ୍ତ
ମୋ' ଦେଶ ବଡ ଠାକୁର ,
ମହାମାରୀ ଯିବ ମୋ' ଦେଶୁ ପଳାଇ
ରୋଗ କ୍ଳେଶ ହେବ ଦୂୂର ||
ମଠସାହି
ସାକ୍ଷୀଗୋପାଳ
ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।