ଭଜରାମ ସେଠୀ
*******************
ସମାଜ ଦିନକୁ ଦିନ ଅଧଃପତନ ହେବାରେ ଲାଗିଛି । ବଣ୍ୟପ୍ରାଣୀ କିମ୍ବା ପକ୍ଷୀ ମାନଙ୍କ ଯତ୍ନ ନେବା ପରିବର୍ତ୍ତେ ସେମାନଙ୍କୁ ଆମ ମାନବ ସମାଜ ନଷ୍ଟ କରିବାରେ ଲାଗୁଛନ୍ତି , ଯଦ୍ଦ୍ବାରା ପରିବେଶ ସନ୍ତୁଳନ ହରାଇ ବସିବାକୁ ଯାଉଛି । ମେଣ୍ଢା- ଛେଳି ଭଳି ପ୍ରାଣୀଙ୍କୁ ପାଳନ କରି ମଣିଷ ଲାଭବାନ ହୁଅନ୍ତି ସତ; ହେଲେ ସେମାନଙ୍କୁ ଠିକ୍ ଭାବେ ପରିବହନ କରିପାରୁନାହାଁନ୍ତି, ଏଇ ଯେମିତି କିଏ ସେମାନଙ୍କୁ ମୁଣା, ଅଖା,ବାଉଁଶ ଟୋକେଇ,ସାଇକେଲ ପଛରେ ଝୁଡ଼ିରେ ବାନ୍ଧି ପରିବହନ କରାଯାଉଛି ! ଏହା ପ୍ରତି ସର୍କାର କଡ଼ା ନଜର ଦେଲେ ପଶୁମାନଙ୍କୁ ବ୍ଯବସାୟୀମାନେ ଉପଯୁକ୍ତ ବା ଯତ୍ନଶୀଳ ମନୋଭାବ ନେଇ ପରିବହନ କରିପାରିବେ ।
ଛେଳି, ମେଣ୍ଢା ଚାଷକଲେ ଆମଦେଶରେ ଗରିବ ପରିବାର ଉନ୍ନତି ହୋଇ ପାରିବ । ପଶୁଚାଷ କରୁଥିବା ଚାଷୀ ମାନଙ୍କୁ ସରକାର ବ୍ଯାଙ୍କ ଋଣ ମାଧ୍ୟମରେ ପ୍ରୋତ୍ସାହନ କରାଇବା ଦରକାର । ଋତୁକାଳୀନ ତୃଣଚାଷ ବା ସବୁଦିନିଆ ଘାସଚାଷ କରିବାପାଇଁ ସାହାଯ୍ୟ , ରାଷ୍ଟ୍ରୀୟ କୃଷି ସମୃଦ୍ଧି ଯୋଜନା ଦ୍ବାରା ପଶୁପାଳନର ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବା ଦରକାର । ମେଣ୍ଢା ,ଛେଳି ପାଳନ କରୁଥିବା ଚାଷୀମାନଙ୍କୁ ଛେଳି- ମେଣ୍ଢାକୁ କେମିତି ପରିବହନ କରିବେ ସେଥି ସକାଶେ ଉପଯୁକ୍ତ ତାଲିମ ଦେବା ଦରକାର । ପ୍ରତ୍ୟେକ ବ୍ଳକ ସଦର ଚିକିତ୍ସାଳୟରେ ଉପଯୁକ୍ତ ସେବା ଉପଲବ୍ଧ ହେବା ଦରକାର । ପଶୁଚାଷୀଙ୍କ ପାଖକୁ ଯାଇ ମେଣ୍ଢା, ଛେଳିକୁ ଠିକ୍ ସମୟରେ ଟୀକାକରଣ, ଔଷଧ ସେବନ, ଜୀବାଣୁ ନ ହେବା ପାଇଁ ଉପଯୁକ୍ତ ପରାମର୍ଶ ଦେଲେ ପଶୁମାନଙ୍କ ଯତ୍ନହେବା ସହିତ ଚାଷୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ , ଦେଶର ଆର୍ଥିକ ସମସ୍ଯା ମଧ୍ୟ କିଛି ପରିମାଣରେ ପରିବର୍ତ୍ତନ ଘଟିବ ।
କେହି କେହି ମେଣ୍ଢା ପାଳକମାନେ ମେଣ୍ଢାମାନଙ୍କୁ ପଶୁଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାନ୍ତି ନାହିଁ । ରୋଗାକ୍ରାନ୍ତରେ ମୃତ୍ୟୁ ହେବା ମେଣ୍ଢାକୁ ବଜାରରେ ମାଂସ କରି ବିକ୍ରୀକରନ୍ତି , ଯା'ଦ୍ବାରା ମଣିଷମାନେ ସେହି ମାଂସକୁ ଖାଇ ନାନାଦି ସଂକ୍ରାମଣ ଜନିତ ରୋଗରେ ସମ୍ମୁଖୀନ ହେବାକୁ ପଡ଼ୁଥାଏ । ଏହି ଭଳି ପରିସ୍ଥିତିରେ ଏମାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ କରାଯିବା ଦରକାର । ପଶୁ ପକ୍ଷୀଙ୍କୁ ଯତ୍ନ ନ ନେଉଥିବା ଚାଷୀଙ୍କୁ ଆଇନ୍ ଦ୍ୱାରା ଦଣ୍ଡ ଦିଆଗଲେ ପଶୁପକ୍ଷୀଙ୍କୁ ଠିକ୍ ଭାବେ ପାଳନ ହୋଇପାରିବ, ରୋଗାକ୍ରାନ୍ତ ପଶୁମାନଙ୍କୁ ଭ୍ରାମ୍ଯମାଣ ଚିକିତ୍ସା ମାଧ୍ୟମରେ ଚିକିତ୍ସକଙ୍କ ଦ୍ବାରା ରୋଗମୁକ୍ତ କରାଇବା ପାଇଁ ଶିକ୍ଷା ପ୍ରଦାନ କରାଯିବ ଉଚିତ । ତିନି ସପ୍ତାହକୁ ଥରେ କିମ୍ବା ମାସକୁ ଗୋଟିଏ ଥର ରୋଗ ନିଦାନ ପରୀକ୍ଷା କରିବା ଉଚିତ ।
ଯଦି ମେଣ୍ଢା - ଛେଳି - ବୋଦା ଭଳି ପଶୁ ମାନଙ୍କ ପାଇଁ ଉପଯୁକ୍ତ ମେଣ୍ଢା ଗୁହାଳ ତିଆରି କରି ସେମାନଙ୍କୁ ଯତ୍ନ ନିଆଯିବ ଏବଂ ପରିବହନ ପାଇଁ ସେମାନଙ୍କୁ ଉପଯୁକ୍ତ ଯାନବାହନ ଦ୍ବାରା ସ୍ବାଧୀନ ଭାବେ ପରିବହନ କରାଯାଏ , ତେବେ ପଶୁମାନଙ୍କୁ ସଠିକ୍ ଭାବେ ଯତ୍ନ ନିଆଯାଇ ପାରିବ ଏବଂ ପ୍ରାଣୀ ସଂରକ୍ଷଣ କରାଯାଇ ପାରୁଛି ବୋଲି ସମାଜରେ ସମସ୍ତେ ଗ୍ରହଣ କରିପାରିବା ।
**********************************
ନିରାଳ,ଆସିକା,ଗଞ୍ଜାମ,ଓଡ଼ିଶା
ଜୟ ସାହିତ୍ୟ, ଜୟ ସମାଜ



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।