✖✖✖✖✖✖✖
ୟୁ . ଚନ୍ଦ୍ରଶେଖର
✖✖✖✖✖✖✖
ମାଆ ମାଉସୀ ଭାଇ ବନ୍ଧୁବର୍ଗ ଗଣ
କରୋନା ସତର୍କ ପାଇଁ କହୁଅଛି ଶୁଣ ।
ଦୁଇ ହାତ ସାବୁନ୍ରେ ସଫା କରୁଥିବ
ଗୋଡ ଭଲେ ଧୋଇ ସଦା ଘରେ ପ୍ରବେଶିବ ।
ଜନ ଗହଳି ଆଦିରେ ନିଜକୁ ଦୁରେଇ
କାଶ , ଛିଙ୍କାଦିରେ ରୁମାଲେ ରୋକିବ ଭାଇ ।
ଆଖି , ନାକ ,କାନ ଆଦି ହାତରେ ନ ଛୁଇଁ
ବଜାରୀ ଥଣ୍ଡା ପାନୀୟ ନ ପିଇବ ଭାଇ ।
ମୁହେଁ ମୁଖା ପରିଧାନି ବାହାରକୁ ଯିବ
ପାଣି ସଦା ଗରମାଇ ନିତି ପିଉଥିବ ।
ସାକ୍ଷାତରେ ହାତମିଶା ଭୁଲି ଆଲିଙ୍ଗନ
ସଂସ୍କାରରେ ନମସ୍କାର କରିବୁ ରେ ଧନ ।
ସାଧାରଣ ଥଣ୍ଡା , କାଶ , ଜ୍ୱର ଆଦି ହେଲେ
ନିକଟ ଚିକିତ୍ସାଳୟେ ଦେଖାଇବ ଭଲେ ।
କରୋନାକୁ ଜମା ତୁମେ ଭୟ ନ କରିବ
ସତର୍କ , ସାବଧାନେ ସେ ଆପେ ଦୂର ହେବ ।

ସାନ ଆର୍ଯ୍ଯପଲ୍ଲୀ (ଗଞାମ)
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।