ସୁଚି଼ତ୍ରା ରଥ
ଡଲି ସବୁଦିନ ଆମ ଘରକୁ ଆସିଲା ବେଳକୁ ତା'ର ସାମସଙ୍ଗ୍ କି ପ୍ଯାଡ୍ ଫୋନଟା ବ୍ଲାଉଜ୍ ଭିତରେ ଗେଞ୍ଜି ଦେଇ ଆସିଥାଏ । କେବେ କେମିତି ଫୋନ୍ ଆସିଲେ ଲାଉଡ୍ ସ୍ପିକର୍ ଦେଇ କଥା ହୁଏ । ଆଜି ସେମିତି ଫୋନ ଆସିଲା ବେଳେ ରୋଷେଇ ଘରୁ ମୁଁ ଶୁଣୁଥାଏ ତା'ର କଥୋପକଥନ ।-- କି ରୁଗ ଗୁଟେ ଆସିଛି ପରା ଗୋ ଭାରି ଭୟଙ୍କର୍ । ସେଥିପାଇଁ ତ ମୋ' ଚିଣ୍ଟୁର ପରୀକ୍ଷା ହେଲାନି ନା !
-- ଆମ ଆଡେ କଣ ଆସିଛି କି ?
- ହଇ ପରା । ଟିଭି ଦେଖୁନ କି ତମେ ! ସରକାର ସବୁ , ବୋଲେ ଦୋକାନ ବଜାର , ଲୁକବାକ ଯିବା ଆସିବା ସବୁ ବନ୍ଦ କରିଛନ୍ତି ଏକା । କାଲି ପରା ଘରୁ କେହି ବାହାରିବେ ନେଇଁ ।
-- ତୁ କାମକୁ ଯାଉନୁ ତ !
-- ମୁଁ କିଇଁତି ଯିବିନି ? ମାଲିକ ସହିବେକି ଏକା ! ସେ ବାଡିପୋଡାଟା ତ ଧନ୍ଦା ପତର କିଛି କଲାନି ଘରେ ବସିଲା । ଚାରି ପ୍ରାଣୀ ମୁହଁରେ ଆହାର ଦେବି କି ନାଇଁ କୁହ । ୟା'କୁ ତାକୁ ମାଗି ଧାର କରଜ କେତେ ବଢିଲାଣି । ଝିଅର ସେକେଣ୍ଡ ଇଅର ବହି ପାଇଁ ତଥାପି ପଇସା ଯୁଗାଡି ପାରୁନି ...............।
ଏମିତି କଥାବାର୍ତ୍ତା ଭିତରେ ବାସନମଜା ସାରିଦେଲା ଡଲି । ଗଲା ବେଳକୁ ମୁଁ କହିଲି , "ଡଲି କାଲି ଘରୁ ବାହାରିବା ମନା । ତମେ ଆସିବନି ବୋଧେ ।"
-- ଆସିବିନି କିଇଁତି ଦିଦି ? ତମେ ହଇରାଣ ହବନି କି ହେ ?
ହସିଦେଇ କହିଲି, "ନାହିଁ , ମୁଁ ଚଳେଇ ଦେବି । ତମେ ଆସନି ।
ମୁଁ ତା' ଆଖିରେ ଦେଖୁଥିଲି କୄତଜ୍ଞତାର ଚିହ୍ନ , କିନ୍ତୁ ମନେ ମନେ ସାଲ୍ଯୁଟ କରୁଥିଲି , ତା'ର ନିଷ୍ଠା ଓ ସଚ୍ଚୋଟପଣକୁ ।
🙏ପୁରୀ🙏
**********
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।