ଦୀନବନ୍ଧୁ ବେଜ
ବନ୍ଧବାଡ ସବୁ ହେଲା ଉବୁଟୁବୁ
ବେକେ ହୋଇଲାଣି ପାଣି ,
କେତେବେଳେ ଯେବେ କ'ଣ ହୋଇବ
କେହି ପାରୁନାହିଁ ଜାଣି ।
ବାଆ ବତାସର ବେଗ ଯେ ପ୍ରଖର
ବହେ ଚତୁର୍ଦିଗ ହୋଇ,
ଦେହଟି ତାହାର ଅଦୃଶ୍ୟ ଦ୍ରବ୍ୟର
ରହିଛି ମିଶ୍ରଣ ହୋଇ ।
ଜଳ ବିନା ଜୀବ ଯେପରି ନିଶ୍ଚିହ୍ନ
ଜଳରେ ଜହର ଅଛି,
ଟୋପାଏ ଜହର ଅମୃତଠୁ ଦୂର
ଭୋଳା ମହେଶ ଜାଣିଛି ।
ପବନ ବହିଲେ ଜୀବ ରହେ ଭଲ
ଜୀବନ ଉଜାଣି ଖେଳ,
ପବନ ବି ଏଠି ଘାତକଠୁ ବେଶି
ହେଲେ ଭୂତାଣୁର ମେଳ ।
ଭୁତାଣୁ ଏଠି ଭୟଙ୍କର ବେଶି
ଧରେ ଛାଡେର ଅବସ୍ଥା,
କରୋନା ଭୁତାଣୁ ଚୁଟି ଧରି ଟାଣୁ
କରିବା ଆଶୁ ବ୍ୟବସ୍ଥା ।
ହେଣ୍ଡୱ।ସରେ ହାତକୁ ଧୋଇବୁ
ଛୁଇଁବୁ ନାହିଁ କାହାକୁ ,
ଛୁଇଁଲେ ତୁରନ୍ତ ସ୍ପିରିଟ୍ରେ ହାତ
ଡର ରହିବନି କରୋନାକୁ ।
କାଶ ଛିଙ୍କ ବେଳେ ମାସ୍କ ରହିଥିଲେ
ଭୁତାଣୁରୁ ମିଳେ ରକ୍ଷା,
ଡାକ୍ତରଖାନାରେ ଚେକ କରାଇଲେ
ଜାରି ରହେରେ ପରୀକ୍ଷା ।
ହେଲେ ନେଗେଟିଭ ରହିବ ଏଲିଭ
ଭଗବାନ ବଡ଼ଲୋକ,
ହେଲେ ପଜିଟିଭ ଦୁଃଖ ଗଡ୍ଗିଭ୍
ଅକଳନ ହେବ ଦୁଃଖ ।
ତେଣୁ ସାବଧାନ ହୁଅ ସାଧୁଜନ
ହେଳା ନକର ଏହାକୁ,
ଭେଳା ବୁଡିଯିବ ଅନ୍ଧାର ଦିଶିବ
ସର୍ବେ ଯିବା ଶ୍ମଶାନକୁ ।
######(୦)#######
ସ ଲ ନା ହାଇସ୍କୁଲ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।