ସବିତା ନାୟକ

ଫଗୁଣଟା ଆଉ ସରାଗ ଵାଣ୍ଟୁନି ଫଗୁଣ ଗୁମୁରି କାନ୍ଦୁଅଛି ଆଜିଯାଏଁ
ତା' ପାଇଁ ପୁଲକ ଜାଗୁନି ତା' ଅସ୍ତିତ୍ବ ଲୋପ ପାଇଛି ରଙ୍ଗ ଅଵିରଟା ଫିକା ପାଲଟିଛି କାଳ ବୈଶାଖୀର ତାଣ୍ଡଵ କେବେ ତ
ସ୍ନେହ ପ୍ରେମ ସୁଧା ଝରୁନି । ତା' ବୁକୁରେ ରଚି ଯାଇଛି ।
ଫଗୁଣ ଆସିଲେ ପ୍ରକୃତି ହସେ ଋତୁରାଜ ତା'ର ଥାଟ ପଟୁଆରେ
ହସେ ବନଭୂଇଁ ସରାଗେ ମୋହି ପାରୁ ନାହିଁ କାହାକୁ
ଉଜୁଡା ଦୁଃଖରେ ଫଗୁଣ ବସିଛି ଆମ୍ର କୁଞ୍ଜରେ କେବେ ଡାକୁଅଛି
ସନ୍ନ୍ଯାସିନୀ ପରି ଵିରାଗେ । କୋଇଲି ମେଲାଇ ସୁରକୁ ।
ଫଗୁଣକୁ ଫିକା କରିଅଛି ଆଜି ଏ ମନୁଷ୍ଯ କୃତ ରୋଗଟିର ଲାଗି
କରୋନା ନାମକ ରୋଗଟା ବିଶ୍ଵେ ପଡ଼ିଅଛି ଭାଳେଣି
ଚୀନ୍ରୁ ଆସି ଵିଶ୍ଵକୁ ବିଧ୍ବଂସି ଉହାନ୍ ସହରୁ ଜନମ ଲଭି ସେ
ଦେଖାଉଛି ତା'ର ବାଗଟା । କାୟା ତା' ବିସ୍ତାରି ଦେଲାଣି ।
ମହାମାରୀ ସାଜି ଜୀବନ ନେଉଛି ହେ' ଫଗୁଣ ତୁମେ ଫେରିଯାଅ ଏବେ
ଆତ୍ମଘାତୀ ମୃତ୍ୟୁ ରୂପରେ ଆର ବରଷକୁ ଆସିବ
ଆତଙ୍କିତ ସର୍ବେ ବିଶ୍ଵଵାସୀ ଆଜି ଜିଇଁଥିବୁ ଯେବେ କରୋନା ଦାଉରୁ
କରୋନା ଭୂତାଣୁ ଆଗରେ । ଆମକୁ ଟିକିଏ ଭେଟିବ ।
ଝଙ୍କଡ଼ ସାହିତ୍ଯ ସଂସଦ
ତେନ୍ତୁଳି ପଦା , ତିର୍ତ୍ତୋଲ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।