ଗୋଲୋକ ବିହାରୀ ପଲାଇ କରୋନା ଭୟ କରେ ଅଥୟ
ହୃଦୟ ଦିଏ ଚିରି
ବେଳକୁ ବେଳ ହୁଅଇ କାଳ
ସତେକି ମହାମାରୀ......(୦)
ଦେଶୁ ବିଦେଶ ବିଦେଶୁ ବିଶ୍ବ
ଯାଏରେ ଖରେ ମାତି
ଶୀତଳ ଦେଶେ ହିମ ପରଶେ
ଦେଖାଏ କରାମତି
ଭୂତାଣୁ ତା'ର କି ଭୟଙ୍କର
ସହଜେ ନୁହେଁ ବାରି
କରୋନା ଭୟ କରେ ଅଥୟ
ହୃଦୟ ଦିଏ ଚିରି.......(୧)
ଦେଶ ଚାଇନା କଲା ବହିନା
ଜଘନ୍ୟ ପୂତିମୟୁ
କଞ୍ଚା ମାଁଉସ ପଚା ଆଇଁଷ
ଖାଇ କାଢିଲା ଭାଉ
କରିଲା ଜାତ କରୋନା ଭୂତ
ଦେଖାଇ ବାହାଦୂରି
କରୋନା ଭୟ଼........(୨)
ବାହାରି ନାହିଁ ଔଷଧ କାହିଁ
ତାକୁ ରୋକିବା ପାଇଁ
ଏ ବିଶ୍ଵ ଆଜି ହେଉଛି ଖୋଜି
ଗୁମର ପଣ ନେଇ
ଭାରତ ଭୁଇଁ ହାରିବ ନାହିଁ
ଦେବରେ ଦିଶା ଭରି
କରୋନା ଭୟ ........(୩)
ସଚେତନତା ଆମ ଦକ୍ଷତା
ସଫା ସୁତୁରା ବେଶ
ସୁରକ୍ଷା ବଳେ ରଖିବା ହେଳେ
ସୁରକ୍ଷିତ ଏ ଦେଶ
ପାରିବା ବଞ୍ଚି ଜୀବନ ସଞ୍ଚି
ପରିଚ୍ଛନ୍ନତା ବରି
କରୋନା ଭୟ଼.......(୪)
ସର୍ଦ୍ଦି ଓ ଜର କାଶ ଛିଙ୍କର
ଲକ୍ଷଣ ଦେଲେ ଦେଖା
ସ୍ବାସ୍ଥ୍ୟ ବିଭାଗେ ଅତି ସରାଗେ
ଲଭିବ ଭାଗ୍ୟ ରେଖା
ସର୍କାରୀ କଳ ଡାକ୍ତରୀ ଦଳ
ସେବିବେ ସେବାକାରୀ
କରୋନା ଭୟ........(୫)
ଆସିଲେ କାଶ ରୁମାଲ୍ ମାସ୍କ
ଅବା ଟିସୁ ପେପରେ
ହଠାତ୍ ନେଇ ମୁହଁରେ ଦେଇ
ଘୋଡାଇ ଦେବା ଖରେ
ନିଜେ ନିଜର ଦେବା ନଜର
ନ ହୋଇ ସ୍ଵେଚ୍ଛାଚାରୀ
କରୋନା ଭୟ଼.......(୬)
ଘର ଭିତରେ ମୁକ୍ତ ବାୟୁରେ
ହୋଇବା ଚଳାଚଳ
ଶଉଚାଳୟ ଭୋଜନାଳୟ
ରଖିବା ନିରିମଳ
ଧୋଇବା ଆଣି ସାବୁନ୍ ପାଣି
ହାତକୁ ଭଲ କରି
କରୋନା ଭୟ଼........(୭)
କୀଟନାଶକ ଯେ ଆବଶ୍ୟକ
ମନରେ ଥିବା ରଖି
ଚଳନ ଦ୍ରବ୍ୟ କି ଆସବାବ
ସଫା କରିବା ଦେଖି
ସଂକ୍ରମିତକୁ ନେବା ଘରକୁ
ଦୂରେ ଅଲଗା କରି
କରୋନା ଭୟ ......(୮)
ଭାରତ ବର୍ଷ ମହିମା ଯଶ
ଜଗନ୍ନାଥର ଦେଶ
ଡରିବା କାହିଁ ଭକତ ହୋଇ
ଉତ୍କଳେ କରି ବାସ
ଖୋଲି ପହଡ ଚକ୍ର ଉହାଡ
କରିବେ ଚକ୍ରଧାରୀ
କରୋନା ଭୟ଼..... (୯)
ଡର କାହାକୁ ଭୟ କାହାକୁ
ପାଶରେ ଥିଲେ ଜଗା
ତାରିଲେ ସିଏ ମାରିବ କିଏ
ତା ଠାରୁ କିଏ ଯୋଗା ?ଓ
ଡରନା କେହି ଭ ଉଣୀ ମାଇଁ
କରୋନା ଯିବ ତରି
ଭୂତାଣୁ ଡର ନଥିବ କାର
ଵୋଲରେ ହରି ହରି ....(୧୦)
ସମ୍ପାଦକ
ଝଙ୍କଡ଼ ସାହିତ୍ଯ ସଂସଦ ( ତିର୍ତ୍ତୋଲ )
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।