ସୁଜାତା ସାହୁ
=================
ଯେତେ ଯାହା କର ମୃତ୍ୟୁ ସୁନିଶ୍ଚିତ
କୋରୋନା ଆସୁଛି ମାଡି
କଳିକାଳେ ଯଦି ଅତି ଉତୁପାତ
କିଏବା ଶୁଣିବ ରଡି ।।
ସମୟକୁ ଶେଷ କରିଛି ମଣିଷ
ମାନିନାହିଁ ପ୍ରକୃତିକୁ
ଆଜି ସେ ଗୁମାନ ଶୁଣୁନାହିଁ କିଛି
ଯେତେ ହୁଅ ପଛେ ଭିଡି
କୋରୋନା ଆସୁଛି ମାଡି ।।
ଆର୍ତ୍ତନାଦ ଏଠି ଶୁଭିବ ବୋଲିକି
ମାଳିକା ଦେଲା ବଚନ
ତଥାପି ତୁମର ପଶିଲାନି ଚେତା
ହୋଇଗଲ ତୁମେ ହାଡି
କୋରୋନା ଆସିଲା ମାଡି ।।
ପିନ୍ଧିଲ ଚାଇନା ଖାଇଲ ଚାଇନା
ରହିଲ ଚାଇନା ଜାବୁଡି
ଏବେ କିଆଁ ପୁଣି ହୁଅ ଛାଟିପିଟି
ମାଗଣାରେ ଯଦି ଧରେ ଜାବୁଡି ।।
ମହାମାରୀ ରୂପେ ଆସିଛି କୋରୋନା
ଆସ ହେବା ଆମେ ଏକାଠି
ନିଜେ ଜାଗ ଭାଇ ନିଜ ପାଇଁ ଏଠି
କୋରୋନାକୁ ଦେବା ତଡି ।।
ଯଦି ହୁଏ ଛିଙ୍କ,ଥଣ୍ଡା ଅବା କାଶ
ଡ଼ର ନାହିଁ କର ମୁକାବିଲା
ଅଛନ୍ତି ସାଙ୍ଗରେ ପ୍ରଭୁ ଜଗନ୍ନାଥ ଉଦ୍ଧାରିବେ ପ୍ରାଣ
ଜାଳିବେ କୋରୋନା ଜ୍ବାଳା ।।
ବ୍ରହ୍ମଗିରି - ପୁରୀ
ଜୟ ସାହିତ୍ୟ, ଜୟ ସମାଜ
=================
ଯେତେ ଯାହା କର ମୃତ୍ୟୁ ସୁନିଶ୍ଚିତ
କୋରୋନା ଆସୁଛି ମାଡି
କଳିକାଳେ ଯଦି ଅତି ଉତୁପାତ
କିଏବା ଶୁଣିବ ରଡି ।।
ସମୟକୁ ଶେଷ କରିଛି ମଣିଷ
ମାନିନାହିଁ ପ୍ରକୃତିକୁ
ଆଜି ସେ ଗୁମାନ ଶୁଣୁନାହିଁ କିଛି
ଯେତେ ହୁଅ ପଛେ ଭିଡି
କୋରୋନା ଆସୁଛି ମାଡି ।।
ଆର୍ତ୍ତନାଦ ଏଠି ଶୁଭିବ ବୋଲିକି
ମାଳିକା ଦେଲା ବଚନ
ତଥାପି ତୁମର ପଶିଲାନି ଚେତା
ହୋଇଗଲ ତୁମେ ହାଡି
କୋରୋନା ଆସିଲା ମାଡି ।।
ପିନ୍ଧିଲ ଚାଇନା ଖାଇଲ ଚାଇନା
ରହିଲ ଚାଇନା ଜାବୁଡି
ଏବେ କିଆଁ ପୁଣି ହୁଅ ଛାଟିପିଟି
ମାଗଣାରେ ଯଦି ଧରେ ଜାବୁଡି ।।
ମହାମାରୀ ରୂପେ ଆସିଛି କୋରୋନା
ଆସ ହେବା ଆମେ ଏକାଠି
ନିଜେ ଜାଗ ଭାଇ ନିଜ ପାଇଁ ଏଠି
କୋରୋନାକୁ ଦେବା ତଡି ।।
ଯଦି ହୁଏ ଛିଙ୍କ,ଥଣ୍ଡା ଅବା କାଶ
ଡ଼ର ନାହିଁ କର ମୁକାବିଲା
ଅଛନ୍ତି ସାଙ୍ଗରେ ପ୍ରଭୁ ଜଗନ୍ନାଥ ଉଦ୍ଧାରିବେ ପ୍ରାଣ
ଜାଳିବେ କୋରୋନା ଜ୍ବାଳା ।।
ବ୍ରହ୍ମଗିରି - ପୁରୀ
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।