ପ୍ରଦୀପ କହଁର*****((((0))))*****
ଦିନେ ଶୁଭୁଥିଲା ପଥେ ଯନ୍ତ୍ର ରଡ଼ି
ଆଜିଦିନ ଶୁଭୁ ନାହିଁ ,
ନିଃସ୍ତବ୍ଧ ପରାଏ ନିଶାର୍ଦ୍ଧେ ଯେସନେ
ସତେ ଅବା କେହି ନାହିଁ ।୧।
ଯେଉଁ ପଥ ସଦା ହୁଏ ଲୋକାରଣ୍ୟ
ଯାନବାହାନ, ଘୋଡ଼ାରେ ,
ସେହି ରାଜପଥ ଦେଖ ଜନଶୂନ୍ୟ
ନ ଶୁଭେ ମୁଖରାବରେ ।୨।
ଶୁଭୁଅଛି ଖାଲି କାକଳିତ ସ୍ୱର
ବିହଙ୍ଗର ଗୁଞ୍ଜରଣ ,ସତେ ନିକାଞ୍ଚନେ ଝଙ୍କୁରିତ ବନ
ବହେ ମଳୟ ପବନ ।୩।
ମଳିନ ପଡ଼ିଛି ସ୍ଵର୍ଗୁଁ ରବି ଛାଇ
ହସୁନାହିଁ ଏହି ଧରା ,
"କରୋନା" କହଇ କି କଲୁ ଦଇବ
ଦେଲୁ ନାହିଁ ମୋତେ ଧରା ।୪।
ୱହାନ ରାଜ୍ୟର ମୁଁ ରାଜ କୁମାର
ବିନା ଯୁଦ୍ଧେ ହୁଏ ଜୟ ,
ଦେଶରୁ ଦେଶକୁ ଜୟ କରି ଚ଼ାଲେ
କରେ ନାହିଁ କା'କୁ ଭୟ ।୫।
ମାଡ଼ିଅଛି ଆଜି ମାରିବି ତୁମକୁ
ତୁମେ ପରା ଶତ୍ରୁ ମୋର ,
ତେଣୁକରି ଆଜି ଚ଼ାଇନା ଦେଶରୁ
ଆସିଅଛି ମୁହିଁ ବୀର ।୬।
ଏଥି ଯୋଗୁ ଜନ ହିତାଦେଶ ଜାରି
କରିଲେ ମୁଖ୍ୟ ନରେଶ ,
ଚ଼ାଇନା ଦେଶର "କରୋନା" ଭୂତାଣୁ
ନକରୁ ପ୍ରଜାଙ୍କୁ ଗ୍ରାସ ।୭।
ମହାମାରୀ ପରି ଗ୍ରାସଇ ଦେଶକୁ
ଶତ୍ରୁ ରାଷ୍ଟ୍ରରେ ଜନମି ,
ନାମ ତା' "କରୋନା" କେହି ତ ଡରନା
କରିବା ଆସ ଅକାମୀ ।୮।
ଶୂନ୍ୟ ମେଘାଚ୍ଛନ୍ନ ମୁକ୍ତ ଜଳବାୟୁ
ନାହିଁ କାହାର ସନ୍ଦେଶ ,
ଦେଶର ନୃପତି ଆଦେଶ ମାତ୍ରକେ
ପାଳିଲେ ସ୍ୱ-ଗୃହେ ବାସ ।୯।
ଧୂଆଁଧାର ଶୂନ୍ୟ ହୋଇଲା ଆକାଶ
ଧରଣୀ ହେଲା ଆଶ୍ୱସ୍ତ ,
ଦେଶର ଜନତା ସଚେତନା ହୋଇ
ରଖିଲେ ଦେଶ ମହତ ।୧୦।
==★==
ରାମାଡ଼ି , କନ୍ଧମାଳ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।