5/31/2020

କରୋନା ସୁନ୍ଦରୀ ଆସୁଛି

ଅଜୟ କୁମାର ମହାନ୍ତି 
,,,,,,,,,,,,,,,,,,,,,,,,,,,,,,,,,,,

ଚାଇନା ସୁନ୍ଦରୀ କରୋନା
ଗୋରୀ ନୁହେଁ ସେ ତ ସାବନା
ତା' ଲାଗି ସବୁରି ଭାବନା
ଡାକି ହାକି ତାକୁ ଆଣନା ।

କରିଷ୍ମା ନୁହେଁ କି କରିନା
ନୁହେଁ ପୁଣି ସିଏ କାଟ୍ରିନା
ବିଷକନ୍ୟା ସେ ତ ଭାଇନା
ମାଡ଼ି ଆସେ କରି ଛଳନା ।

ବେସତର୍କ ଜମା ହୁଅନା
ଅଳିକ ସୁଖରେ ଚଳନା
ନ ହୁଅ ନହୁଅ ଅସନା
ସ୍ୱଚ୍ଛତାକୁ କର ଆପଣା ।

ପରିଷ୍କାର ସଦା ରହିବ
ସାବୁନ୍‌ରେ ହାତ ଧୋଇବ
ଗରମ ଗରମ ଖାଇବ
ଗରମ ଚିକିତ୍ସା କରିବ ।

କଞ୍ଚା ରସୁଣ ଯେ' ଖାଇବ
ପାଣିକୁ ଫୁଟାଇ ପିଇବ
ତୁଳସୀ ପତର ପାଇବ
ନିତି ବେଲ ପତ୍ର ପାଇବ ;
ଦୈନିକ ବ୍ୟାୟାମ କରିବ
ସକାଳ ଖରାରେ ବୁଲିବ ।

ଛିଙ୍କ କାଶ ଠାରୁ ଦୂରରେ
ରହିବା ଛ' ଫୁଟ ଅନ୍ତରେ
ହଳଦୀ ଗରମ ପାଣିରେ
ଫୁଟାଇ ପିଇବା ଛାଣିରେ ।

ଛିଙ୍କ କାଶ  ସର୍ଦ୍ଦି ହୋଇଲେ
ଡାକ୍ତର ଦେଖାଅ ପହିଲେ
କରୋନା ଲକ୍ଷଣ ଦେଖିଲେ
ଫୋନ୍ କର ଟୋଲ୍ ଫ୍ରିରେ ।

କୋକୁଆ ପରାଏ ଆସୁଛି
ଗଣ୍ଡା ଗଣ୍ଡା ମୁଣ୍ଡ ମୋଡୁଛି
କଳି କାଳ କାଳେ ସରୁଛି
ସତ୍ୟ ଯୁଗ ପରା ଆସୁଛି ।

ମାଳିକା ବଚନ କହୁଛି
ପ୍ରଳୟ ଯେ ମାଡ଼ି ଆସୁଛି ।
ହରିପୁର , କବିରପୁର , ଯାଜପୁର 
ସମ୍ପର୍କ - ୯୪୩୭୫୬୪୧୬୦
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।