ଶ୍ରୀମତୀ ଜ୍ଯୋତ୍ସ୍ନା ପୃଷ୍ଟି **************
ଚାଇନା ବାଢ଼ିଲା ଭୂତାଣୁ "କରୋନା"
ଦୁନିଆକୁ ମହାମାରୀ
ବିଶ୍ଵ ସ୍ଵାର୍ଥହିତେ ବିଚାର କରେନା
ଅବିବେକି ମିଥ୍ୟାଚାରୀ ।
ନିଜ ଖଞ୍ଜରରେ ନିଜେ ଯେ କଟୁଛି
କାହାକୁ କହିବ ଏବେ ?
କୋଟି ଜନ ମୁଖେ ଅନଳ ଢ଼ାଳିଛି
ନିର୍ଲଜତା ଧରି ଭବେ ।
ବେପାର ବଣିଜ ସବୁ ସ୍ଵାହା ହେଲେ
ଦାନା ପାଣି ଉଠିଯିବ
ଗର୍ବୀ ଅହଙ୍କାରୀ ମୁଣ୍ଡ ଗଡ଼ାଇଲେ
କେ'କାହିଁ ସାହା ହୋଇବ ?
ବେପରୁଆ ନୀତି ଯୁଦ୍ଧ ଅସ୍ତ୍ର ପ୍ରତି
ଲୁଚାଛପା କାରବାର
ଆତଙ୍କବାଦରେ ଭେଇଥିଲା ପ୍ରୀତି
ଏଣୁ ତୁଣ୍ଡେ ନାହିଁ ଜୋର ।ବିଶ୍ଵେ ହଇଚଇ ଉଦ୍ବେଗଜନକ
ଦ୍ଵନ୍ଦ୍ଵ ଗୁନ୍ଥା ଦାବାନଳ
ଉଦ୍ଭାବନ ହେଉ ଭୂତାଣୁ ନାଶକ
ବିଜ୍ଞାନ ନାଶୁ ସମୂଳ ।
"କରୋନା" ହାରିଲେ ଜିତିଯିବା ଜାଣ
ଜଗତେ ରହିବ ମାନ
ସ୍ଵଚ୍ଛ ପରିମଳ ସ୍ଵାସ୍ଥ୍ୟ ପରିମାଣ
ଅମୂଲ୍ୟ ସମ୍ପତି ଧନ ।
ସଚେତନ ହୁଅ ହେ -ଭାରତ ବର୍ଷ !!
ସଜାଗତା ଥାଉ ଜନେ
ପ୍ରକୃତି ବିଧାନ ଆଶିଷ ସଂସ୍ପର୍ଶ
ବଞ୍ଚୁ ଆଶା ସର୍ଵସ୍ଥାନେ ।
ସୌଭାଗ୍ଯ ନଗର , ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।