5/31/2020

କରୋନା

ସୁମନ୍ତ ବେହେରା 

କରୋନା ଆସୁଛି ମାଡି ହେ ଭାଇନା ,
    କରୋନା ଆସୁଛି ମାଡି ।
ଜୀବ ଜନ୍ତୁ ମାରି ଖାଇବା ଅଭ୍ୟାସ ,
     ଚାଲ ଆମେ ଦେବା ଛାଡି ।।
ମଣିଷ ହୋଇଣ ନୃଶଂସ ଭାବରେ ,
     ଜୀବଜନ୍ତୁ ମାରି ଖାଉଛେ ।
ବିଭିନ୍ନ ସମୟେ ସେମାନଙ୍କ ଠାରୁ ,
    ରୋଗ ଆଣି କଷ୍ଟ ପାଉଛେ ।।
କରୋନା ମଧ୍ୟ ଭାଇ ଭୁତାଣୁ ଏକ ,
     ଜୀବଜନ୍ତୁ ଠାରୁ ଆସିଛି ।
ଆମରି ଦେହରେ ପ୍ରବେଶି ସିଏ ,
     ଜୀବନ ଆମର ନେଉଛି ।।
ଥଣ୍ଡା , କାଶ ହେବ ଜଣା ପଡିବନି ,
    କରୋନା ହୋଇଛି ବୋଲିଣ ।
ଏହି ରୋଗେ ଆମେ ଆକ୍ରାନ୍ତ ହେଲେ ,
    ଚାଲିଯିବ ଆମ ଜୀବନ ।।
ସେଥିପାଇଁ ଆମେ ପ୍ରତିମୁହୂର୍ତ୍ତରେ ,
      ସତର୍କ ହୋଇଣ ରହିବା ।
ଥଣ୍ଡା , କାଶ ହେଲେ ନ କରି ହେଳା ,
      ଚିକିତ୍ସା ଆମେ ଯେ କରିବା ।।
ଗହଳି ସ୍ଥାନକୁ ଯିବା ନାହିଁ ଆମେ ,
      ଯଦି ଦରକାର ନଥାଏ ।
ଯିବା ଯଦି ଆମେ ଦରକାର ବେଳେ ,
      ମୁଖା ପିନ୍ଧୁଥିବା ମୁଖରେ ।।
ସଦା ବେଳେ ଆମେ ଆମ ଶରୀରକୁ ,
     ସଫାସୁତର ଯେ ରଖିବା ।

କରୋନା  ଭୁତାଣୁ ଠାରୁ  ଆମେ ଭାଇ,
      ଦୂରେଇ ହୋଇଣ ରହିବା ।।
କରୋନା ହୋଇଛି ବୋଲି ଯଦି ଆମେ ,
    କାହାକୁ ସନ୍ଦେହ କରିବା ।
ସଂଗେ ସଂଗେ ତା'ର ଡାକ୍ତରଖାନାରେ ,
     ସ୍ୱାସ୍ଥ୍ୟ ଯେ ପରୀକ୍ଷା କରିବା ।।
ସତର୍କ ହୋଇଣ ସତର୍କ କରିବା ,
     ଲୋକ ମାନଙ୍କୁ ଯେ ପୁଣି ।
ସେମାନେ ସତର୍କ କରିବେ ଅନ୍ୟକୁ ,
     ଆମରି କଥାକୁ ଶୁଣି ।।
ସମସ୍ତେ ସତର୍କ ହୋଇଲେ ନିଶ୍ଚିତ ,
    କରୋନାକୁ ଦେବା ଦୂରେଇ ।
ପ୍ରିୟ , ପ୍ରିୟଜନ ,ସାଙ୍ଗସାଥି  ଆମେ ,
     ନହେଲେ ଦେବା ଯେ ହରେଇ ।।

 ପୁରୁଷୋତ୍ତମପୁର - ଗଞାମ 
୭୬୧୦୧୮
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।