କବିତା ମହାନ୍ତି (ପ୍ରଧାନ ଶିକ୍ଷୟିତ୍ରୀ)

ଜୀବନର ଶେଷ ସନ୍ଧ୍ୟା ଆଗମନେ
ନିଡରୁ ବାହୁଡେ ପକ୍ଷୀ
କପୋତି ବିଳପେ କପୋତର ପାଈଁ
କାଳ ସନ୍ଧ୍ୟା ଏକା ସାକ୍ଷୀ ।
ସନ୍ଧ୍ୟା ନଇଁ ଆସେ ଘନ ଅନ୍ଧକାରେ
ଶୁଭୁଥାଏ ରାମ ନାମ
ଶ୍ମଶାନ ଆଙ୍କେ ଶେଷ ସନ୍ଧ୍ୟା ଦୃଶ୍ଯ
ଟାଙ୍କୁରି ଉଠେ ଲୋମ ।
ସୌଦାମିନୀ କୋଳେ ଚମକି ଉଠେ
ପେଡିରେ ସାଇତା ଧନ
ବରଷାରେ ଭିଜେ ସନ୍ଧ୍ୟାର ହୃଦୟ
ମାୟାର ଛନ୍ଦେ ମନ ।
ଶ୍ମଶାନ ଅନଳେ ଆଲୋକିତ ସନ୍ଧ୍ୟା
ଶୂନ୍ୟ ନିଡ ଝୁରୁଥାଇ
ସନ୍ଧ୍ୟା ଫେରିଯାଏ ଶୂନ୍ଯ ହସ୍ତରେ
ସନ୍ଧ୍ୟାର ଅଫେରା ଛାଇ ।
ସାଇଲୋଝାରପଡ଼ା ଉପ୍ରା ବିଦ୍ଯାଳୟ - କଟକ
ଜୟ ସାହିତ୍ୟ, ଜୟ ସମାଜ

ଜୀବନର ଶେଷ ସନ୍ଧ୍ୟା ଆଗମନେ
ନିଡରୁ ବାହୁଡେ ପକ୍ଷୀ
କପୋତି ବିଳପେ କପୋତର ପାଈଁ
କାଳ ସନ୍ଧ୍ୟା ଏକା ସାକ୍ଷୀ ।
ସନ୍ଧ୍ୟା ନଇଁ ଆସେ ଘନ ଅନ୍ଧକାରେ
ଶୁଭୁଥାଏ ରାମ ନାମ
ଶ୍ମଶାନ ଆଙ୍କେ ଶେଷ ସନ୍ଧ୍ୟା ଦୃଶ୍ଯ
ଟାଙ୍କୁରି ଉଠେ ଲୋମ ।
ସୌଦାମିନୀ କୋଳେ ଚମକି ଉଠେ
ପେଡିରେ ସାଇତା ଧନ
ବରଷାରେ ଭିଜେ ସନ୍ଧ୍ୟାର ହୃଦୟ
ମାୟାର ଛନ୍ଦେ ମନ ।
ଶ୍ମଶାନ ଅନଳେ ଆଲୋକିତ ସନ୍ଧ୍ୟା
ଶୂନ୍ୟ ନିଡ ଝୁରୁଥାଇ
ସନ୍ଧ୍ୟା ଫେରିଯାଏ ଶୂନ୍ଯ ହସ୍ତରେ
ସନ୍ଧ୍ୟାର ଅଫେରା ଛାଇ ।
ସାଇଲୋଝାରପଡ଼ା ଉପ୍ରା ବିଦ୍ଯାଳୟ - କଟକ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।