ନିରାକାର ବିଷୋୟୀ
ହା ହା ହା ମୁଁ କରୋନାମତେ କେହି ଡରନା
ମୁଁ ଆସିଛି କେବଳ ତୁମ
ପରିବର୍ତ୍ତନ ପାଇଁ
ଦେଖ ତୁମେ ଅସ୍ଵଚ୍ଛତାକୁ ଛାଡି
ଆଜି ସ୍ୱଚ୍ଛତାକୁ ଆପଣାଇଛ
ଆଗେ ଅସୁସ୍ଥ ହେଲେ
ଅବହେଳାରେ ରହିଯାଇଛ
କିନ୍ତୁ ଆଜି ଅସୁସ୍ଥ ଅନୁଭବ କଲେ
ସଂଗେ ସଂଗେ ଡାକ୍ତର ପରାମର୍ଶ ନେଇଛ l
ଦେଖ ଦେଖ ଭଲସେ ଦେଖ
ଦିନ ଥିଲା ତୁମେ ରାସାୟନିକ ରଙ୍ଗରେ
ରଙ୍ଗୀନ ହୋଇ ହୋଲି ଖେଳୁଥିଲ
ଆଉ ଆଜି ଶୁଦ୍ଧ ହଳଦୀ ରଙ୍ଗରେ
ନିଜକୁ ରଙ୍ଗାଇ ହୋଲି ଖେଳୁଛ l
ମୁଁ ଚ଼ାହେଁ ସାରା ବିଶ୍ୱରେ ପରିବର୍ତ୍ତନ
କେବଳ ନିଚ୍ଛକ ପରିବର୍ତ୍ତନସେହି ରାସାୟନିକ କୃତ୍ରିମରୁ
ଜୈବିକ ପ୍ରାକୃତିକକୁ l
ହା ହା ହା ଜୀବନରେ ଭାଇରସ୍
ହୋଇ ଆସି ତୁମକୁ ଡ଼ରାଇଲି
ସତ ମାତ୍ର ତୁମ ହୋଲିର ରଙ୍ଗ
ପରିବର୍ତ୍ତନ କରିଦେଲି
ଯାହା କେବେ ହୋଇ ନଥିଲା କଳନା
ହା ହା ହା ମୁଁ କରୋନା
ମତେ କେହି ଡରନା l
ହାଡ଼ିଚ଼ିରା , ଶେରଗଡ଼ , ଗଞ୍ଜାମ
ଫୋ- ୮୦୧୮୪୧୫୪୬୯
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।