ସୁ ପ୍ରଭାତ



                       ଯାମିନୀ ଜନନୀଙ୍କ ପ୍ରତ୍ଯାବର୍ତ୍ତନ ପରେ ପ୍ରଭାତ ସାର୍ଙ୍କ ପ୍ରତ୍ୟାଗମନ ହସି ଉଠେ ଅବନୀ ସେ ଆସିବା କ୍ଷଣି ରବି ବାବୁ ନଭମଣ୍ଡଳରେ ପୂର୍ବ ଦିଗରୁ ପ୍ରବେଶ କରନ୍ତି ସ୍ମିତହାସ୍ଯ ଦେଇ  ଲାଲ୍ରଙ୍ଗର ଚ଼ାଦର ଢ଼ାଙ୍କି ହୋଇ ରବି ବାବୁଙ୍କ ଭୟରେ ଚନ୍ଦ୍ର ବାବୁ ଛପି ଯା'ନ୍ତି କେଉଁ ଏକ ଅଜ୍ଞାତ ସ୍ଥାନରେ ଏବଂ ତାଙ୍କ ସାଥୀସାଙ୍ଗ ନକ୍ଷତ୍ରଗଣ କିଏ କୁଆଡ଼େ ଲୁଚ଼ି ପଡ଼ନ୍ତି ମହାଥୁକେ ସ୍ବାଗତ ସଙ୍ଗୀତ ଗାନ କରନ୍ତି କୀଟ ପତଙ୍ଗଙ୍କ ସହିତ ପତଙ୍ଗିକାଗଣ ଚଳଚଞ୍ଚଳ ହୋଇଉଠେ ମରଧାମ ; ମନ୍ଦିରରୁ ଶୁଭେ ଘଣ୍ଟ ଘଣ୍ଟାର ନିନାଦ ଯେଝା କାମରେ ଯିଏ ଲାଗି ପଡ଼ନ୍ତି  ; କର୍ମମୟ ଜୀବନରେ ପଛକୁ ବୁଲି ଚାହିଁବାକୁ ଆଉ କାହାକୁ ବେଳ ଥାଏ ଗାଁରୁ ସହର, ବେତାରରୁ ଦୂରଦର୍ଶନ, ଦୂରଭାଷ ଯନ୍ତ୍ରରେ ଘନ ଘନ ସୁପ୍ରଭାତର ବାର୍ତ୍ତା ବଣ୍ଟାବଣ୍ଟି ; ପ୍ରଭାତ ସାର୍ଙ୍କ ଆସିବା ଖୁସିରେ ମସ୍ଗୁଲ୍ସର୍ବେ କବିର କଲମ ମୂନରୁ ଝରିପଡ଼େ କବିତା ପ୍ରଭାତ ସାର୍ଙ୍କ ଆଗମନରେ ପ୍ରାବନ୍ଧିକ, ନିବନ୍ଧିକ, ଗାଳ୍ପିକ ମାନେ ଗାରେଇ ଚାଲନ୍ତି ଅବିଶ୍ରାନ୍ତ ଗତିରେ ଲେଖି ଚାଲନ୍ତି ଲେଖକ ପ୍ରଭାତ ବର୍ଣ୍ଣନା   
    
     ସେହି ପ୍ରଭାତ ସାର୍ଙ୍କ ଆଗମନରେ ମୋର ପୁଲ୍ଲକିତ ମାନସରୁ ଝରି ପଡ଼ିଥିବା କେତୋଟି କବିତାର ବୀଜରୁ ସୃଷ୍ଟି ନେଇଛି ଫଳ ପୁଷ୍ପରେ ସୁସଜ୍ଜିତ ମୋର ସଙ୍କଳନର ଦ୍ରୁମ ଆଶା ଦ୍ରୁମର ଫୁଲ ସମସ୍ତଙ୍କୁ ମୋହିତ କରିବା ସହିତ ଏହାର ଫଳ ସମସ୍ତଙ୍କର ଭୋଜ୍ଯ ହୋଇ ପାରିବ  

     ଏହି ଆଶା ବିଶ୍ବାସ ସହିତ ଆପଣ ମାନଙ୍କ ସୁଚିନ୍ତିତ ମତାମତ ପ୍ରତିକ୍ଷାରେ ମୁଁ.....
     
       ଉଷାରାଣୀ ପଣ୍ଡା 
    ସୋମପେଣ୍ଟା (ଆନ୍ଧ୍ରପ୍ରଦେଶ)



ସୁପ୍ରଭାତ-
ଘନ ଅନ୍ଧକାର ଘୁଞ୍ଚିଲା ସତ୍ବର
                   ଘୋଟକରେ ଉଭା ରବି  ,
ଘନାକାଶରେ ରକ୍ତିମା ରଙ୍ଗରେ
                    ଘମାଘଟ ରଙ୍ଗ ଛବି   ।
ଘଞ୍ଚ ବରଡାଳେ ବିହଙ୍ଗମ ମେଳେ
                     ଘନଘନ ରାବ ଛାଡି  ,
ଘଟି ଏକାଠାବେ ଆହାରର ଲଭ୍ୟେ
                  ଘର ମଥାନରୁ ଉଡି       ।
ଘଣ୍ଟ ତୂରୀ ଭେରୀ ଦେବଦ୍ବାରେ ହୁରି
                 ଘେରି କଲେ ସଂକୀର୍ତ୍ତନ ,
ଘନଶ୍ୟାମ ନାମ ସ୍ମରି କଲେ କର୍ମ
                    ଘୁଞ୍ଚିବାକୁ କ୍ଳେଶମାନ    ।
ଘଟେ ଧରି ଜଳ ଥୋଇ ନାରିକେଳ
                  ଘନକୃଷ୍ଣେ ହେଲି ଲୀନ ,
ଘୁଞ୍ଚୁ ବାଧାବିଘ୍ନ ଶୁଭେ ଯାଉ ଦିନ
                   ଘେନ ଦୀନ ନିବେଦନ   ।
ଘଣ୍ଟକୁ ଘୋଡାଇ ରଖ ଦୀନସାଇଁ
                   ଘାତ ହେଉ ପ୍ରଭୁ ଦୂର  ,
ଘୋର ବିପଦରେ ସାହା ହେବ ବାରେ
                    ଘେନ ମାଗୁଣି ମୋହର  ।
ଘଟର ମାଲିକ  ଦୁଷ୍ଟ ସଂହାରକ
                 ଘୋରପାପୁଁ  ତ୍ରାହିକର  ,
ଘର  ଜଞ୍ଜାଳରେ ଛନ୍ଦି ହେଲି ବନ୍ଦୀ
                ଘୋର ହେଲା ପାପଭାର ।

ସୁପ୍ରଭାତ -
ସବାରୀ ଆରୋହୀ ଅଶ୍ବ ସମୂହରେ
           ସଂକ୍ରମିଲେ ରବି ଧୀରେ,
ସଂକ୍ରନ୍ତିର ଆଭା ମେଦିନୀର ଶୋଭା
           ସମ୍ବଳିତ କିରଣରେ।
ସତ୍ବରେ ଶବ୍ଦର ଗମନ୍ତେ ନଭର
          ସଂସାର ଯେ ଦୀପ୍ତମାନେ
ସନ୍ନିବିଷ୍ଟ ହୋଇ ପୁର ପୁରୋହିତ
         ସପର୍ଯ୍ୟାର ଆୟୋଜନେ।
ସ୍ବଚ୍ଛ ସୁହୃଦୟ ମନେ
          ସମଞ୍ଜସ ନିୟମରେ,
ସୁଗନ୍ଧିତ ଦ୍ରବ୍ୟ ପୁ୍ଷ୍ପ ଧୂପ ଦୀପେ
          ସମାଗମ ଦେବ ଦ୍ବାରେ।
ସର୍ବେ ସମାବେଶେ ଅଭୀଷ୍ଟ ପ୍ରାପ୍ତାର୍ଥେ
            ସମର୍ପିଲେ ଭକ୍ତିଭରେ।
ସାଦରେ ପ୍ରଣମୀ ସାରଙ୍ଗପାଣୀଙ୍କୁ
           ସକୃତ ହୃଦୟରେ,
ସୁକୃତର ଆଶେ ଧ୍ୟାୟୀ ପ୍ରଭୁପାଶେ
             ସୌହାର୍ଦ୍ଧ ଭାବନାରେ।
ସର୍ବଦେହେ ବ୍ୟାପୀ ବିଭୁ ଅନ୍ତର୍ଯ୍ୟାମୀ
       ସ୍ବସ୍ଥ ରହୁ ସଦା ଚିତ୍ତ,
ସ୍ବସ୍ତିବାଚକରେ ଢାଳ ଶୁଭାଶିଷ
        ସର୍ବେ କରୁ ପ୍ରଣିପାତ।
  ସୁପଭ୍ରାତେ ଆମ  ମଙ୍ଗଳରେ ଯାଉ
         ସୁଖମୟ ସର୍ବ ହେଉ,
ସୁଚିନ୍ତିନ ମନେ କର୍ମ କରିଯିବୁ
         ସୁଧାରତା ହୃଦ ହେଉ।
ସୁପ୍ରଭାତ-
ଗଗନମଣ୍ଡଳୁ ବିଜେ କଲେ ରବି
           ଗଣ୍ଠିରୀ ଧରି ରଙ୍ଗରେ ,
ଗଣଶଃ ତାରା ସୁସାଂଶୁର ସାଥେ
             ଗମୁଛନ୍ତି ଗଗନରେ ।
ଗନ୍ଧନତା ଭରେ ଦ୍ବିଜ କଳରବେ
            ଗରଜିଲା ବସୁମତୀ,
ଗରାବଡୁ ଆଦି ପଣ୍ଡିତ ସୁଧୀଜନ
            ଗାଡିଆକୁ ଗମୁଛନ୍ତି।
ଗାଧୁଆକୁ ସାରି ସୁଚି ଶୁଭ୍ରତାରେ
          ଗାୟତିରି ମନ୍ତ୍ର ଜପି,
ଗାୟଣ କରିବେ ହରେ ରାମ କୃଷ୍ଣ
         ଗାହାନ ରେ ମନ ଥାପି।
ଗୋଲୋକବିହାରୀ ନାମ ତୁଣ୍ଡେ ଧରି
       ଗୀତାୟନ ସଂକୀର୍ତ୍ତନେ,
ଗୃଧ୍ୟ ପୂରଣାର୍ଥେ ଭଜି ପ୍ରଭୁ ପାଶେ
         ଗୃହୋତ୍ପନ୍ନ ଧର୍ମଜ୍ଞାନେ।
ଗନ୍ଧ ଚନ୍ଦନରେ ଗୋରୁଚିନା ଲେପି
          ଗୋଦାଧର ସୁମରିଣ,
ଗେଣ୍ଡୁ ପୁଷ୍ପ ଆଦି ତୁଳସୀର ଦଳେ
            ଗୁନ୍ଥି ମାଳା ସମର୍ପିଣ।
ଗୋବର୍ଦ୍ଧନଧାରୀ ମୋହନମୂରାରୀ
             ଗରବ ନାଶନ ପ୍ରଭୁ,
ଗର୍ବ ଦମ୍ଭ ଦ୍ବେଷ କର ଦୂରୀଭୂତ
       ଗର୍ଦ୍ଧନ ହୀନକର ମହାବାହୁ।  
ସୁପ୍ରଭାତ-
ତରଣି ବିଜୟ ହେଲେ କ୍ଷିତିପରେ
                ତରଳମୟ କିରଣେ,,
ତରସେ ପ୍ରସ୍ଥାନ ହୋଇଲେ ନିଶାନ୍ତ
              ତାରା ତାରାପତି ଗହଣେ।
ତରୁ ଲତା ଦ୍ରୁମ ଶାଖାପରେ
             ତ୍ରାମଚୂଡ ଉଚ୍ଚସ୍ବରେ,,
ତାମରସୁ ଗଣ  କରିଣ ବର୍ଜନ
         ତାନପୂରା କାକଳିରେ।
ତୁଷ୍ଟମନେ ଜନେ ତେଜିତ ହୃଦୟେ
           ତେଜ୍ୟାକରି ବାସି ଶେଯ,
ତେଜିଣ ପ୍ରଦୀପ  ତେଜଃ ଭରପୁରେ
           ତୋଷଣେ ହୋଇଲେ ସଜ।
ତୂରୀ ତୂର୍ଯ୍ୟ ବାଦ୍ୟଯନ୍ତ୍ର ର ମେଳେ
                ତୁହାକୁ ତୁହା ବଜାଇ,,
ତେନାତେନା ଶବ୍ଦେ ଭକ୍ତିଭାବ ରସେ
        ତୃପ୍ତେ ପ୍ରଭୁ ପାଦ ଧ୍ୟାୟୀ।
ତ୍ରିଦଶମଞ୍ଜରୀ ନାନାପଫୁଷ୍ପ ଘେନି
        ତ୍ରିଜଟା ସୁଗନ୍ଧାଦି  ସାଥେ,
 ତ୍ରିବର୍ଗ କାମନାର୍ଥେ ଭଜି ପ୍ରଭୁପାଶେ
           ତ୍ରିମୂର୍ତ୍ତି ଙ୍କ ତୃପ୍ତାର୍ଥେ।
ତ୍ରାହିକର ନାଥ ଏ ଭବସାଗରୁ
          ତମୋଗୁଣ ନାଶ କର,
ତ୍ରୟମୂର୍ତ୍ତୀ ପାଶେ ପ୍ରଣମି ସ୍ବହସ୍ତେ
        ତରସ୍ତ ଦୁଃଖ କର ଦୂର।
ସୁପ୍ରଭାତ-
ଧରଣୀଧର ଶିଖରୁ ଧରାଭିମୁଖେ
         ଧାମମୟେ ପ୍ରଭାକର,
ଧ୍ବାନ୍ତବିତ୍ତ ହେଲା  ଦୂରୀଭୂତେ ଯଥା
           ଧପଧପ ଆଲୋକର।
ଧପଧାପେ ଶଶିତାରା ଏକତ୍ରିତେ
         ଧିରେ ଉଭାସନ ହେଲେ,
ଧାଡିବାନ୍ଧି ଦ୍ବିଜେ କଳରବ ମୁଖେ
          ଧଡସେ ବାସ ତେଜିଲେ।
ଧକଧକ ହୋଇ ନରନାରୀ ସର୍ବେ
            ଧଡପଡେ ନିଦ୍ରା ତେଜିଣ,
ଧବଳି ଶ୍ରୀପତି ଇଷ୍ଟଦେବ ସ୍ମରି
            ଧର୍ମ ସଂହିତା ପଢିଲେ।
ଧ୍ୟାନ ଜପତପ  ନାମ ସଂକୀତ୍ତନେ
          ଧ୍ୟାୟି ପଶିଲେ ଶରଣ,
ଧୀର ସ୍ଥିର ଭାବେ ମାର୍ଜିତ ହୃଦୟେ
         ଧର୍ମକର୍ମେ ନିବେଶିଣ।     

ସୁପ୍ରଭାତ-
ଆକାଶମାର୍ଗରୁ ବିଜେହେଲେ ଭାନୁ
       ଆରକ୍ତିମା କିରଣରେ,
ଆକର୍ଷିତ ରଙ୍ଗ ବିଛୁରିତ କଲେ
           ଆଡମ୍ବର ସହକାରେ।
ଆଦିଦ୍ୟ ଆଗମନ ବାରତାକୁ ଶୁଣି
        ଆକାଶେଶ ନକ୍ଷତ୍ରମାନ,
ଆକାଶବର୍ତ୍ତରେ ଗମିଲେ ନିଶ୍ଚିନ୍ତେ
        ଆକାୟ କରି ଗ୍ରହଣ।
ଆକାଶଚର  ପରମେଲି ଫରଫରେ
         ଆବାସକୁ ତ୍ୟକ୍ତ କରିଣ,
ଆହାର ନିମିତ୍ତେ ଅନ୍ବେଷଣ ରତେ
          ଆମନ୍ତ୍ରିଣ ବନ୍ଧୁଗଣ।
ଆଚ୍ଛଦ ଶୀର୍ଷରେ କାକ ରାବେ ଜନେ
          ଆଳସ୍ୟ କରି ବର୍ଜନ,
ଆନନ୍ଦିତ ମନେ ନିରଳସ ମନେ
      ଆଦିକନ୍ଦ ସୁମରିଣ।
ଆସ୍ପଦରେ ରତ ଆଶିଃ ନାରାୟଣ
           ଆରମ୍ଭିଲେ କାର୍ଯ୍ୟମାନ।
ଆର୍ତ୍ତତ୍ରାଣକର୍ତ୍ତା ଚିନ୍ତି ଦିନ ଯାଉ
     ଆର୍ତ୍ତ ମୋ କର ବିନାଶନ।
ଆଶକ୍ତହୀନ ମୁଁ ଆଶ୍ରୟୀ ଆକାଙ୍କ୍ଷେ
        ଆହିତ କରିଛି ମନ,
ଆସପତ ଭାବ ରହୁ ସଦାକାଳ
      ଆଶ୍ରେ ପଶୁଛି ଶରଣ।  

ସୁପ୍ରଭାତ-
ଲୋହିତ କିରଣ ସାଥେ ଧରି ଭାନୁ
         ଲୋଳିତ ମନେ ବିରାଜି,
ଲୋଲୁପରେ ଚନ୍ଦ୍ର ସହ ତାରମାନୋ
          ଲୌଲ୍ୟମତେ ଗଲେ ହଜି।
ଲୋଚନ ଆସନ୍ନ ଦେଖି ଦ୍ବିଜଗଣ
          ଲୁଳିତ ଧ୍ବନିର ମେଳେ,
ଲୀନ ହେଲେ ସର୍ବେ ଉଡି ଚାଲିଗଲେ
          ଲୁଡୁବୁଡୁ ଗଗନରେ।
ଲହୁଲି ମୂରତି ଦେଖି ଭାନୁଙ୍କର
           ଲୋକମାନେ ତତକ୍ଷଣେ,
ଲସିତ ବଦନେ ହୋଇ ସଚେତନ
          ଲହସ ଭରିଲେ ପ୍ରାଣେ।
ଲବ୍ଧ ବର୍ଣ୍ଣ ଜନ ମନ ନିବେଶିଣ
         ଲଭ୍ୟମତେ ପ୍ରଭୁପାଦେ,
ଲଗିତ ହୋଇଣ  ନାମ ଭଜନରେ
          ଲଘୁ ଆଶା ପ୍ରାପ୍ତ ଅର୍ଥେ।
ଲାବଣ୍ୟ ମୂରତି ଶିରୀପତି ପ୍ରଭୁ
          ଲାଘବ କର ଦୁଃଖ ମୋର,
ଲୋଟି ଶ୍ରୀ ପୟରେ ଲକସ୍ତକରେ ମୁଁ
           ଲକ୍ଷ୍ୟ ପୂରଣ ମୋ କର।   

ସୁପ୍ରଭାତ-
ସୌଦାମନୀ ଶିଖରୁ ସୂରୁଜ ଧିରେ
   ସୌମ୍ୟମୂର୍ତ୍ତି ବର୍ଦ୍ଧିତରେ,
ସ୍ତିମିତ ବସୁଧା ଶୁଷ୍କ ହେଲା ଆସ୍ତେ
             ସୌରୀଙ୍କର ପ୍ରତାପରେ।
ସ୍ନିଗ୍ଧମତେ ତାରା ଶଶି ଏକାନ୍ତରେ
             ସ୍ମିତହାସ ବଦନରେ,
ସ୍ମୃତିମତେ ସର୍ବେ ହୋଇ ଏକଠାବେ
          ସ୍ବତଃ ଛପି ଗଗନରେ।
ସt ପ୍ରସ୍ଫୁଟିତ ପାଖୁଡା ବିସ୍ତାରି
            ସ୍ମିତହାସେ କମଳିନୀ,
ସୁଶ୍ରୀମୟ ଭରେ ଆନନ୍ଦ ବିଭୋରେ
      ସୁହାଗରେ  ସୁହାଗିନୀ।
ସୂରୁଜ ସୂଚନା  ପାଇ ପୁରଜନେ
         ସୁଷୁପ୍ତିରୁ ଜାଗରଣେ,
ସୁସ୍ଥି ପରିତ୍ୟାଗେ ଚଞ୍ଚଳତା ହୃଦେ
         ସୁହୃଦୟେ  ସୁଚିତ୍ତରେ।
ସୁମନା ଗଣେ ସୁମରଣା କଲେ
        ସୁମରି ପ୍ରଭୁ ଚରଣ,
ସୁରକ୍ତେ ରଞ୍ଜିତ ସୁମନର ହାର
          ସୁଖେ କଲେ ସମର୍ପଣ ।
ସାହସତା ଭରେ ପ୍ରଣମୁଛି ଧିରେ
        ସାହା ହୁଅ ମହାବାହୁ,
ସାହା ନାହିଁ କେହି  ତୋ ବିନା ତ କେହି
        ସାର୍ଥ ମୋ ଜୀବନ ହେଉ ।   

ସୁପ୍ରଭାତ-
ଇନ୍ଦୁକାନ୍ତା ଅପହ୍ଳୁତ ଯଥାର୍ଥରେ

           ଇଳାବୃତ କୋଳୁ ଧିରେ,
ଇନ୍ଦୁ ଇନ୍ଦୁକାନ୍ତା ବୋମର କୋଳରେ
            ଇଳି କଲେ ସ୍ବଇଛ୍ଛାରେ।
ଇନ ପ୍ରକଟିଲେ ସହାସ୍ୟ ବଦନେ
            ଇନ୍ଦ୍ରତ୍ବରେ ଧରାପରେ,
ଇନ ଇଶାରାରେ ପୁରବାସୀ ଗଣ
           ଇଛ୍ଛାମତେ ନିଦ୍ରା ତେଜି,
ଇନ୍ଦ୍ରିୟସଂଯମେ ଇଛ୍ଛାମୟ ପାଶେ
         ଇତିକର୍ତ୍ତବ୍ୟରେ ମଜି।
ଇନ୍ଦିବର ଲୋଚନ ପୁରଷୋତ୍ତମ
        ଇତର ମୁଁ ହୀନମନ,
ଇନ୍ଦ୍ରିୟ ସମୁହ ସକ୍ରିୟତା ରହୁ
       ଇଚ୍ଛା ମୋ କର ପୂରଣ।
ସୁପ୍ରଭାତ-୧୦

ଅଶିରଙ୍କ ବିଜେ ଅବୀନୀ କକ୍ଷରେ

          ଅତିଶୟ ଆନନ୍ଦରେ,
ଅଂଶୁପାthର ଆଭା ଧାତ୍ରୀ ଦିଶେ ଶୋଭା
              ଅତିଲୋହିତ ରଶ୍ମିରେ।।
ଅକଳନ ତାରା ଅତ୍ରିଜଙ୍କ ସହ
         ଅପ୍ରତ୍ୟାଶିତେ ଘୁଞ୍ଚିଗଲେ,
ଅଗ୍ରକର ତାପ କ୍ଷିତିପରେ ବୁଣି
        ଅତ୍ୟୁଲ୍ଲାସେ ଉଭାହେଲେ।
ଅତପ ମଳୟେ ପାଦପର ଡାଳେ
       ଅଷ୍ଟଦିଗ କମ୍ପମାନ,
ଅତି ଉଚ୍ଚସ୍ବରେ ବିହଙ୍ଗ ଡାଳରେ
       ଅମ୍ବରେ କରି ଗମନ।
ଅଧଃଶଯ୍ୟ ତେଜି ମୁଖ ପ୍ରକ୍ଷାଳନେ
         ଅବନୀର ଜନଗଣ,
ଅଷ୍ଟ ଦିଗପାଳ ମହୀପାଳ ଭଜି
       ଅରପିତ କରି ମନ।
ଅନାକାର ବ୍ରହ୍ମ ଅନ୍ତର୍ଯ୍ୟାମୀ ଠାରେ
          ଅନର୍ଗଳ ସ୍ତୁତି କରି,
ଅନୁନେୟ ଚିତ୍ତେ ପ୍ରଫୁଲ୍ଲିତ ହୋଇ
          ଅଷ୍ଟଙ୍ଗତେ କରି ଗୁହାରି।
ଅପଥ ମାର୍ଗରୁ ନିସ୍ତାରଣ କରି
         ଅପଯଶ ହେଉ ଦୂର,
ଅତିପଥ ଗମି ସତ୍କର୍ମ ଆଚରି
      ଅତିମାନ ମୋ ସଂହାର।
ଅସ୍ଥିରତା ମନ କର ଥଇଥାନ
         ଅଧନ୍ୟ ମୁଁ ଅକିଞ୍ଚନ,
ଅତି ବ୍ୟଥିତରେ ନିବେଦନ କରେ
       ଅଧମ ମୁଁ କରେ ଜଣାଣ।   

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।