ସୁସ୍ମିତା ବଳ
ତା କଥାବାର୍ତା ଅମୃତ ପରି।
ସେ କାଖ କରି ଦେଖାଏ ଶଶୀ
ମୋତେ ଗେଲ କରି ଦିଏ ସେ ହସି।
ଧୂଳି ହେଲେ ମୁଣ୍ଡ ଦିଅଇ ଝାଡି
ରାଗି ଗଲେ ସେ ମାରଇ ଭାରି।
ସେଇ ମାଡ଼ରେ ଥାଏ ସ୍ନେହ
ଜଣା ପଡ଼େ ନାହିଁ ଯାଏ ଚିହ୍ନ।
ମାଆ ତ ସିଏ ଲକ୍ଷ୍ମୀ ଆମର
ଭାରି ଭଲ ଲାଗେ ତାର ଆଦର।
ସୁଝି ପାରିବାନି ଋଣ ତାହାର
ସବୁ ବୁଝବନାକୁ କରେ ଦୂର।
ଗପ କହେ ଗୀତ ଗାଏ
ମୁଣ୍ଡରେ ହାତ ମାରି ସୋଆଇ ଦିଏ।
ଯେତେ କରିଲେବି ସରିବନି ପ୍ରଂଶସା ତୁମର
ଏଇଠୁ ରଖୁଛି ଛୋଟ କବିତାଟି ମୋର।
ଶ୍ରେଣୀ- ସ୍ନାତକ ଓଡ଼ିଆ ବିଭାଗ ତୃତୀୟ ବର୍ଷ ଛାତ୍ରୀ
ଠିକଣା - ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।