10/19/2024

ମୋ ମାଆ

ସୋନାଲିସା ସାମଲ 
ମାଆ ଗୋଟିଏ ଏମିତି ଶବ୍ଦ 
ଦୁରେଇ ଦିଏ ସେ ସବୁ ବିପଦ ।
କେମିତି ବର୍ଣ୍ଣିବି ତାକୁ ଶବ୍ଦ ପାଉନାହିଁ 
ଯେତେ ଲେଖିଲେ ବି ମନ ପୁରେ ନାହିଁ ।
ସରଗ ସମାନ ଅଟେ କୋଳଟି ତାହାର 
ତା ଆଶିଷ ବିନା ଲାଗେ ସବୁ ତ ଅସାର ।
କେତେ ଦୁଃଖ କଷ୍ଟ ସେ ଯେ ଯାଇଛି ସହି 
କେତେ ଲୁହକୁ ଓଠ ତାର ଦେଇଛି ପିଇ ।
ତା କୋଳେ ଜନ୍ମ ହେଇ ମୋ ଜୀବନ ଧନ୍ୟ 
ସବୁ ଥାଇ ମାଆ ବିନା ଶହେ ଲାଗେ ଶୂନ୍ୟ ।
ମାଆ ଅଟେ ଆମ ପାଇଁ ପ୍ରଥମ ଶିକ୍ଷକ 
କେହି ହେବେ ନାହିଁ ତାର ସମକକ୍ଷ ।
ସବୁ ଖୁସି ଭରିଦିଅ ମୋ ମାଆ ଜୀବନରେ 
ଏତିକି ମୁଁ ନିତି ଡାକେ କାଳିଆ ପାଖରେ ।
ଜୟ ସାହିତ୍ୟ, ଜୟ ସମାଜ
ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।