ସ୍ମିତା ମହାନ୍ତି
ଅନେକ ଚେଷ୍ଟା ସତ୍ତ୍ୱେ ମଧ୍ୟ ଜାନକୀ ସେଦିନ ନିଜର ସାହସ ଏକତ୍ରିତ କରିପାରୁ ନଥିଲା । କାହିଁକି କେଜାଣି ଏକ ଅଜଣା ଭୟ ତାକୁ ଭିତରୁ ଦୁର୍ବଳ କରିଦେଉଥିଲା । ଯଥାସମ୍ଭବ ଚେଷ୍ଟା କରୁଥାଏ ନିଜ ମନୋବଳ ଦୃଢ କରି ଇଂଲିଶ ଚ୍ୟାନେଲ ସନ୍ତରଣ କମିଟିର ସଭାପତି ଓ କିଛି ସଭ୍ୟଙ୍କୁ ସାକ୍ଷାତ କରିବା ପାଇଁ । ସାକ୍ଷାତକାର ଚାଲିଥିଲା ବେଳେ ସମସ୍ତ ସଭ୍ୟ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା ............ ସତେ କ'ଣ ଏ ଝିଅ ଇଂଲିଶ ଚ୍ୟାନେଲ ଅତିକ୍ରମ କରିପାରିବ?
ସେମାନେ ଆଶ୍ଚର୍ଯ୍ୟlନ୍ବିତ ହୋଇଥିଲେ ଜାନକୀକୁ ଦେଖି ଯେ' କି ସୁଦୂର ଭାରତ ବର୍ଷରୁ ଇଂଲଣ୍ଡ ଯାଇଥିଲା ସେହି ପ୍ରତିଯୋଗିତାରେ ଭାଗ ନେବାପାଇଁ । ଯେଉଁଥିରେ ତାକୁ ସନ୍ତରଣ ମାଧ୍ୟମରେ ଇଂଲିଶ ଚ୍ୟାନେଲ ଅତିକ୍ରମ କରିବାକୁ ହେବ । କିନ୍ତୁ ପୋଲିଓ ରୋଗରେର ଆକ୍ରାନ୍ତ ଗୋଟିଏ ଝିଅ ପାଇଁ ଏହା କ'ଣ ସମ୍ଭବ ! ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା , ଅୟୋଜକ ମାନଙ୍କ ମନରେ ।
ଦୁଇବର୍ଷ ବୟସ ହୋଇଥିବା ସମୟରେ ଜାନକୀ ପୋଲିଓରେ ଆକ୍ରାନ୍ତ ହୋଇ ନିଜ ଗୋଡ ୨ଟି ଥାଇ ମଧ୍ୟ ନଥିଲା ପ୍ରାୟ ହୋଇଯାଇଥିଲା ।ସ୍ନାୟୁଗତ ଦୁର୍ବଳତା ଯୋଗୁ ଗୋଡ଼ ଦୁଇଟି ଶକ୍ତିହୀନ ହୋଇପଡିଥିଲେ ।ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ପାଇଁ ହେଉଥିବା ପ୍ରତିଯୋଗିତାରେ ଦୁଇଟି ସର୍ତ୍ତ ପୂରଣ କରିବାର ଅଛି ବୋଲି ଅୟୋଜକ କମିଟିର ସଭ୍ୟ ମାନଙ୍କ ଭିତରୁ ଜଣେ ନିଜ ମତ ରଖିଲେ । ସର୍ତ୍ତ ଗୁଡିକ ହେଲା ପ୍ରଥମତଃ ଦୃଢ଼ ଆତ୍ମବିଶ୍ବାସ ରକ୍ଷା କରିବା ସହ ଦ୍ଵିତୀୟରେ ଦୀର୍ଘ ଦଶଘଣ୍ଟା କାଳ ଅଵିଶ୍ରାନ୍ତ ସନ୍ତରଣ କରିବାକୁ ପଡିବ , ତମେ ପାରିବ ?
ଜାନକୀ ବିନା ଦ୍ବିଧାରେ ହଁ ଭରିବା ସହ ଦୀର୍ଘ ୪ ଚାରି ବର୍ଷର ପ୍ରଶିକ୍ଷଣ ସମୟରେ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଅର୍ଜନ କରିଥିବା ମାନପତ୍ର ଗୁଡିକ ଦେଖାଇଲା । ଜଣେ ଶାରୀରିକ ବିକଳାଙ୍ଗ ଝିଅ ପାଇଁ ଏହା କୌଣସି ବରଦାନ ଠାରୁ କାମ ନଥିଲା । ନିଶ୍ଚିତ ରୂପେ ଝିଅଟିର ନୂଆ କିଛି କରିଦେଖାଇବାର ମାନସିକତା ନେଇ ଆସିଛି ଓ ତା'ର ପ୍ରଚେଷ୍ଟା ସ୍ବାଗତ ଯୋଗ୍ୟ ବୋଲି ସଭ୍ୟ ମାନଙ୍କ ମଧ୍ୟରୁ ଜଣେ କହିଲେ । ଜାନକୀ ସ୍ମିତହାସ୍ୟ ସହ ନିଜର ବକ୍ତବ୍ୟ ରଖିଲା ଯେ "ଆପଣମାନେ ମାନପତ୍ର ଗୁଡିକୁ ଭଲଭାବେ ଲକ୍ଷ୍ଯ କଲେ ଦେଖି ପାରିବେ ଯେ ମୁଁ ପ୍ରତିକୂଳ ସ୍ରୋତରେ ଅବିରତ ଦଶଘଣ୍ଟା ସନ୍ତରଣ କରିପାରେ" କହି କମିଟିର ସମସ୍ତ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା ଓ ସେମାନେ ତାକୁ ପ୍ରତିଯୋଗିତାରେ ଭାଗନେବା ପାଇଁ ଦୃଢ ପ୍ରତିଶ୍ରୁତି ମଧ୍ୟ ଦେଲେ । ପ୍ରତିଶ୍ରୁତି ପାଇବା ପରେ ଜନକୀର ଆଖିରେ ନୂଆ ଚମକ ଦେଖାଯିବl ସହ ଶରୀରରେ ନୂଆ ଉତ୍ସlହ ଓ ଉଦ୍ଦୀପନା।ନିଶ୍ଚିତ ରୂପେ କରି ଦେଖାଇବା ପାଇଁ ଦୃଢ଼ ପରିକର ବଦ୍ଧ ସେ । କିନ୍ତୁ ସେ ଚାହୁଁଥିଲା ଏକାକୀ (solo) ସନ୍ତରଣ କରିବ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ କରିପାରିଲା ନାହିଁ କାରଣ ତା'ର ନିରାପତ୍ତା (life supporting boat) ପାଇଁ ଆବଶ୍ୟକ ହେଉଥିବା ନିର୍ଦ୍ଧିଷ୍ଟ ବୋଟ ନଥିଲା । ତେଣୁ ଏହା ନିଷ୍ପତ୍ତି ନିଆଗଲା ଯେ ସେ ଆମେରିକାର ରିଲେ ଟିମର ଏକ ଅଂଶ ଭାବେ ସେ ପ୍ରତିଯୋଗିତାରେ ଭାଗ ନେଇ ପାରିବ ।
ଜୁଲାଇ ମାସ ୨୨ ତାରିଖ ପହଁଚିଲା । ଏହା ସେହିଦିନ ଥିଲା ଯାହା ଜାନକୀ ଜୀବନରେ ଆଣି ପାରିବ ଏକ ନୂଆ ଚେତନା । ତା' ଜୀବନର ଲକ୍ଷ୍ୟ ପୂରଣ କରିବାର ଦିନ ଆସିଯାଇଥିଲା । ଯାହାକୁ ସେ ଏତେ ଦିନ ହେଲା ଅପେକ୍ଷା କରି ଆସିଛି । ସେ ଏତେ ଖୁସି ଥିଲା ଯେ ଠିକ୍ସେ ନିଃଶ୍ୱାସ ନେବା ତା' ପାଇଁ ସମ୍ଭବ ହୋଇ ପାରୁନଥିଲା । ସେଦିନ ସମୁଦ୍ର ବୋଧହୁଏ ତାକୁ ପ୍ରତିଦ୍ବନ୍ଦିତାର ଆହ୍ୱାନ ଦେବା ପାଇଁ ଜୋର୍ରେ ଫୁଲି ଉଠିଥିଲା କିନ୍ତୁ ଜନକୀର ସେଥିପ୍ରତି ଖାତିର ନଥିଲା । ଜାନକୀର ଦୃଢ଼ ଇଛାଶକ୍ତିକୁ ସ୍ୱୟଂ ଭଗବାନ ଆସିଥିଲେ ବି ଦୋହଲାଇ ପରିନଥା'ନ୍ତେ ।ଅସୀମ ଆତ୍ମବିଶ୍ବାସ ମନରେ ତା'ର । ଛାତିର ସ୍ପନ୍ଦନ ଦ୍ରୁତରୁ ଦ୍ରୁତତର ହେଉଥାଏ । ସେ ଦେଖି ପାରୁଥିଲା ତା' ଦଳର ପ୍ରତିଦ୍ବନ୍ଦୀ ମାନେ ତା'ର ନିକଟତର ହେବାରେ ଲାଗିଛନ୍ତି । କିଛି ମୁହୂର୍ତ୍ତରେ ସେମାନେ ଆସି ତା' ନିକଟରେ ପହଂଚି ଯିବେ । କ'ଣ ହେବ ଯଦି ତା' ଏକାଗ୍ରତା ଭାଙ୍ଗିଯାଏ ? ଜାନକୀ ସମସ୍ତ ଭାବନାକୁ ପଛରେ ପକାଇ ପ୍ରତିଯୋଗିତା ଉପରେ ଧ୍ୟାନ ଦିଏ ।
ସେ ବିଶ୍ୱାସ କରି ପାରୁନଥାଏ ଯେ ସେ ଇଂଲିଶ ଚ୍ୟାନେଲରେ ସନ୍ତରଣ ପ୍ରତିଯୋଗିତାରେ ଓହ୍ଲାଇଲାଣି । ଆଗକୁ ତାକୁ ଦୃଢ଼ ପ୍ରତିଯୋଗିତାର ସାମ୍ନା କରିବାକୁ ପଡିବ । ତା'ର ସମସ୍ତ ଶକ୍ତି କ୍ଷୟ ହୋଇ ଯାଉଥାଏ ସମୁଦ୍ରର କରାଳ ସ୍ରୋତରେ । ଖର ସ୍ରୋତରେ ତା'ର ନିର୍ଜୀବ ଗୋଡ ଦୁଇଟି ଯେପରି କୁଟାଖିଅ ପରି ଏପାଖ ସେପାଖ ହେଉଥାଏ । ତା' ସହ ଇଂଲିଶ ଚ୍ୟାନେଲ ପାଣିର ଭୟାବହ ଥଣ୍ଡା ତାକୁ ନିସ୍ତେଜ କରି ପକାଉଥାଏ ।
ଥରକୁ ଥର ଖାରପାଣି ତା' ପାଟିରେ ପଶି ପେଟ ଭିତରକୁ ଯିବା କ୍ଷଣି ସେ ଅସ୍ତବ୍ୟସ୍ତ କରି ପକାଉଥାଏ । ସାମୁଦ୍ରିକ ଦଳ ଓ ମାଛମନେ ତା' ସର୍ବାଙ୍ଗକୁ ଅବିରତ ଫୁଟାଇ ଚାଲିଥିଲେ । କିନ୍ତୁ ଯେତେ ଅସୁବିଧାରେ ସମ୍ମୁଖୀନ ହେଲେ ମଧ୍ୟ ସେ ଗୁଡିକ ଭୁଲି ହୋଇଯାଏ ଯଦି ଜଣେ ତା'ର ଲକ୍ଷ୍ୟ ସ୍ଥଳରେ ଉପନୀତ ହୁଏ । ଜାନକୀର ଦୀର୍ଘ ଅଢେଇ ଘଣ୍ଟା କାଳ ଇଂଲିଶ ଚ୍ୟାନେଲରେ ସନ୍ତରଣ କରି ସେ ସାରା ବିଶ୍ୱ ପାଇଁ ସାହସ ଓ ଦୃଢ଼ ଆତ୍ମବିଶ୍ବାସର ବଳିଷ୍ଠ ଉଦାହରଣ ପାଲଟି ଗଲା । ଦୃଢ଼ ଉଦ୍ୟମ , ଆତ୍ମବିଶ୍ୱାସ ଓ ପରିଶ୍ରମ ଯେ କୌଣସି ଲୋକକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇ ପାରେ , ତାହା ଜାନକୀ ପାଖରେ ପ୍ରମାଣିତ ହୋଇପାରିଲା । ଶାରୀରିକ ବିକଳାଙ୍ଗ ହୋଇ ମଧ୍ୟ ଅନେକ ଘାତ ପ୍ରତିଘାତର ସାମ୍ନା କରି ନିଜ ପ୍ରତିଭା ଦ୍ୱାରା ଅସମ୍ଭବକୁ ସମ୍ଭବ କରିବା ଚରିତ୍ର ଏ ପୃଥିବୀରେ ବିରଳ । ସେଇ ବିରଳ ଚରିତ୍ର ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଜନ୍ମ ହୋଇଥିବା ସି .ଏସ .ଜାନକୀ ଜଣେ । ଆୟୁର୍ବେଦିକ ଡାକ୍ତର ଓ ଶିକ୍ଷକ ଶ୍ରୀରାମମୂର୍ତ୍ତି ଶୀତଲାଙ୍କର କନ୍ୟା ହୋଇଥିବା ସତ୍ତ୍ୱେ ଦୁଇବର୍ଷ ବୟସରେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ନିଜ ଗୋଡ଼ର ସମସ୍ତ ଶକ୍ତି ହରାଇ ଥିଲେ ମଧ୍ୟ ଭାରତ ତାଙ୍କ ପାଇଁ ହୋଇଥିଲା ଗୌରବ ମଣ୍ଡିତା । ସେହି ମହିଳାଙ୍କୁ ଶତ ନମସ୍କାର ଯେ' କି ଅନେକ ମହିଳା ଓ ଶାରୀରିକ ବିକଳାଙ୍ଗ ମାନଙ୍କ ପାଇଁ ଭିନ୍ନ ଏକ ବlର୍ତ୍ତାବlହିକା ।
ରାଉରକେଲା
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।