4/30/2021

ଚମ୍ପୂ (ପ୍ରାନ୍ତାନୁପ୍ରାସ)

        ଗୌରହରି ସାହୁ (ଶିକ୍ଷକ)
ମିତଣୀ...
ବେଣୁପାଣି ଗୁଣକୁ ଗୁଣି (୦)
ଯେ ଦିନୁ ଗୋପୁ ଗଲାଣି
ହୃଦୟ ହେଉଛି ହାଣି
ନୟନୁ... ମଲାଣି ପାଣି ।୧।

ଶୁଖିଲାଣି ଫୁଲ ବେଣୀ
ଲାକ୍ଷା ପଦୁ ଲିଭିଲାଣି
ବକ୍ଷୋଜ.. ଭାରି ହେଲାଣି ।୨।

ପଦେ ଗାର ଟାଣି ଟାଣି
ଅଙ୍ଗୁଳି ଘୋରି ହେଲାଣି
ମୁଖ ଶ୍ରୀ... ଝାଉଁଳିଲାଣି ।୩।

ରାଧାରାଣୀ ବାଇଆଣୀ
ଗୋପେ ଗୋପି ଦୋଚାରୁଣୀ
ମୁଖରୁ... ନସ୍ଫୁରେ ବାଣୀ ।୪।

ସକଳ ସୁଷମା ଖଣି
ଯେବେଠୁ ପର କଲାଣି
ଗଉର... ଝୁରି ହେଲାଣି ।୫।

ଚିତ୍ରକୋଣ୍ଡା - ମାଲକାନଗିରି               
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।