4/30/2021

ମୋ ସୃଜନୀ

ରୀତା ଅପରାଜିତା ମହାନ୍ତି
କଳ୍ପନା - ୧
********
ତୁମେ କବିର ପ୍ରତ୍ୟେକ କବିତାରେ ରହିଥାଅ
ବିନା କଳ୍ପନାରେ
କବିର କବିତା ସ୍ୱୟଂ ସପୂର୍ଣ୍ଣ ହୁଏନି ।।

କଳ୍ପନା - ୨
********
ମୋ' କଳ୍ପନା ସହ ବାସ୍ତବତାର ରଙ୍ଗ ମିଶେ ।
ସେବେ ମୋ କବିତା ମହ ମହ ବାସେ ।।

କଳ୍ପନା - ୩
********
ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ
ମନ୍ଦିର ଯିବା ଲୋଡ଼ା ହୁଏ ନାହିଁ ;
ମୋ' କଳ୍ପନାରେ ଭାବିଦେଲେ
ମୋ' ଘର ତୁଳସୀ ତୁଳସୀ ବାସେ ।

କଳ୍ପନା - ୪
*********
 କେବେ କଳ୍ପନାରେ ଫୁଲ
ଗଜରା ସଜେଇଥିଲି
କେବେ ଦେଇଥିଲି
ମଥାରେ ସିନ୍ଦୂର
ଆଖି ଖୋଲିଲା ବେଳେ ମୁଁ ମୋର ଭଙ୍ଗା ଚ଼ାଳ ଘରେ
ଦଉଡି଼ଆ ଖଟରେ ଏକା ଶୋଇଥିଲି ।

କଳ୍ପନା - ୫
********
କଳ୍ପନା କେବେ ବଗିଚାର ଫୁଲ ତ
କେବେ ଭିକାରୀ ଭିକ ଥାଳି
କଳ୍ପନାର ସୀମା କେ' ପାରିବ କଳି ।

କଳ୍ପନା - ୬
********
କହି ବି ହୁଏନି ସହି ବି ହୁଏନି
ପ୍ରଭୁ ତୁମ ମନ୍ଦିର ଯାଇ ବି ହୁଏନି
ମୁଁ ନିଜେ ନିଜ ଘରେ ଗୃହ ବନ୍ଦୀ ;
କଳ୍ପନା ନେତ୍ରରେ
ତୁମକୁ ଦେଖିଲେ
ଆଖିର ଶୋଷ କି ମେଣ୍ଟିପାରେ ।

କଳ୍ପନା - ୭
********
କଳ୍ପନାରେ ଅନେକ କଥା
ଯଦି ବାସ୍ତବରେ ସତ୍ୟ ହୁଅନ୍ତା
ତେବେ କେତେ ଭଲ ହୁଅନ୍ତା
ଏ ଧରିଣୀରେ ସଭିଏଁ
ମିଳିମିଶି ଚଳନ୍ତେ
ନଥା'ନ୍ତା ଧନୀ ଗରିବର ଭେଦ ;
ଜାତି - ଧର୍ମ - ରୋଗ ଶୋକର ଯାତନା ,
ମୋ' କଳ୍ପନା କେବେ ସତ ହେବ କି ?
ନl ଖାଲି କବିର କବିତା ହେଇ ରହିଯିବ।

କଳ୍ପନା - ୮
*********
ଭଲ ହେଉ ବା ମନ୍ଦ
କଳ୍ପନା ଦୁନିଆ ରେ ରହିବା ଉଚିତ
କଳ୍ପନା ବିନା ଜୀବନ ଫିକା ଲାଗନ୍ତା
ବିନା ଚିନିର ଚା' ପରି ☕☕

କଳ୍ପନା - ୯
**********
କିଛି ତ ଲୋକେ କହିବେ
କବି କଳ୍ପନାକୁ ନେଇ ,
ହେ ସାହିତ୍ୟିକ ତୁମେ ହରିଗଲେ ହେବନି ;
କଳ୍ପନାର ମାଳା ସଜାଅ
ଗପର ଚାଙ୍ଗୁଡ଼ି କର ;
ସେମାନେ କହି କହି ଥମିଯିବେ ,
ତୁମ ଶବ୍ଦ କେବେ ନ ଥମୁ
କଳ୍ପନାର ଜୟ ଯାତ୍ରା ।

କଳ୍ପନା - ୧୦
**********
ମୋ କଳ୍ପନାଠୁ ବେଶି ସୁନ୍ଦର
ସାହିତ୍ୟିକ କବିବନ୍ଧୁ ପରିବାର ,
ସମସ୍ତେ ସ୍ନେହ ଓ ଶ୍ରଦ୍ଧା ଆଦର ପାତ୍ର ।

କଳ୍ପନା - ୧୧
**********
ସବୁ ପ୍ରତୀକ୍ଷlର ଅନ୍ତ  ଘଟାଇ
ମହାପ୍ରଭୁଙ୍କ ରଥ ନିର୍ମାଣ ହେଲା
କାଳିଆ ମାୟା ସେ ହିଁ ଜାଣେ
ଜଗତ ଜନଙ୍କୁ ଅଜଣା
ହୁଅନ୍ତି ବାଟବଣା ।

କଳ୍ପନା - ୧୨
*********
ମନ ପରିକଳ୍ପନା
ମନ ବୁଝେ
ମୋ ମନ ପକ୍ଷୀ କୁ ଉଡେଇ
ଦେଇଛି ଅନେକ ଦୂର ;
ସେଠି ପାଇବକି ସେ  ଈଶ୍ୱରଙ୍କ ଦର୍ଶନ ।
🙏🙏🙏🙏🙏🙏🙏🙏🙏🙏
ଆମ୍ରପଲ୍ଲୀ  -  ଭୁବନେଶ୍ବର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।