ବିଷ୍ଣୁପ୍ରିୟା ମିଶ୍ର
ଘେନାଇ ଆମ୍ଭେ ଯେତେ କହିଲୁ ରେ ,ଘେନିଲୁ ନାହିଁ ଚିନା ଭୁଲିଲୁ ରେ ,
ଘରେ ଘରେ କୋଭିଡ୍ ଉଣେଇଶ ଭାଇରସ୍ ,
କେଉଁ ସଜାରେ ଆଣି ବାଣ୍ଟିଲୁ ରେ ,
ପଞ୍ଚ ଶୀଳ ନୀତିକୁ ଫାଙ୍କି କଲୁ ଯୁଦ୍ଧକୁ ,
ଭାଇ ପାଣିଆ ଭାବ ହାରିଲୁ ରେ ।
ମୋ' ସୀମା ମାଡି ବସି ଛଳନା ବନ୍ଧୁ ଆସି ,
ବିକା କିଣାରେ ମୋ' ମନ ରସିଲୁ ରେ ,
ଆଜି ପୃଥିବୀ ସାରା ବଜୁଅଛି ନାଗରା ,
ନିନ୍ଦିତ କର୍ମ କରି ବସିଲୁ ରେ ।
କୋଡିଏ ମୋ' ସନ୍ତାନ ବଳି ଦେଲେ ପରାଣ ,
ହୀନ କର୍ମା ହୃଦୟ ହାଣିଲୁ ରେ ।
ଶକ୍ତିଶାଳୀ ରାଷ୍ଟ୍ରଙ୍କୁ ଚାହୁଁଛୁ ଟପିବାକୁ ,
ଜାଣି ଗୋଡ଼କୁ କାଙ୍କ ମାରିଲୁ ରେ ,
ଶାନ୍ତି ପ୍ରିୟ ମୁଁ ସିନା ଭୁଲି ନ ଯା ଚାଇନା ,
ନାଗ ଗର୍ତ୍ତରେ ହାତ ମାଇଲୁ ରେ ,
ଯା'ର ନାମ ଭାରତ ଜଗତରେ ବିଦିତ ,
ତା'ର ସଂସ୍କୃତି ଶ୍ରେଷ୍ଠ ପାଳିଲୁ ରେ ।
ଭାଇ ଭାବକୁ ଭୁଲି ଭାଇରସକୁ ଠେଲି ,
ବଦନାମର ବୋଝ ବୋହିଲୁ ରେ ,
ଜଗତନାଥ ଶରଣ ବରନା ତୁ ମରଣ ,
ହେଜିବା ପାଇଁ ତୋତେ ସ୍ମରଣ ,
ଘେନାଇଁ ଆମ୍ଭେ ଯେତେ ବୋଇଲୁ ରେ.... ।।
ପଞ୍ଚ ପଲ୍ଲୀ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।