
ମୂଳ ରଚ଼ନା - ରବୀନ୍ଦ୍ରନାଥ ଠାକୁର
ଅନୁସୃଜନ - ସୁଜାତା ବନ୍ଦ୍ଯୋପାଧ୍ଯାୟ
[ଲେଖକ ପରିଚ଼ିତି : ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ନାମ ଆଜି ସର୍ବଜନବିଦିତ । ତାଙ୍କର ଜନ୍ମ ହୋଇଥିଲା ୨୫ ବୈଶାଖ ୧୨୬୮ ମସିହାରେ ଜୋଡାସାଁକୋ ଠାକୁର ପରିବାରରେ ।କବିତା,ଛୋଟ ଗଳ୍ପ ,ବଡ଼ ଗଳ୍ପ ,ଉପନ୍ୟାସ, ଗୀତ, ନାଟକ,ପ୍ରବନ୍ଧ ଲେଖି ସିଏ ବିଶ୍ବକବି, କବିଗୁରୁ,ଗୁରୁଦେବ, ଉପାଧିରେ ଭୂଷିତ ହୋଇଥିଲେ ।ସାହିତ୍ୟ ରଚନା ପାଇଁ ନୋବେଲ ପୁରସ୍କାର ପାଇଛନ୍ତି । ୧୩୪୮ ମସିହାରେ ୨୨ ଶ୍ରାବଣରେ ତାଙ୍କର ମୃତ୍ୟୁ ହୁଏ ।]

ଆମେ ତିନିଜଣ ସାଙ୍ଗ ମିଶି ଜଣଙ୍କ ଘରକୁ ଦିନେ ଯାଇଥିଲୁ , ତାଙ୍କ ପାଖ ଘର କାନ୍ଥରେ ଗୋଟିଏ ପରିପୂର୍ଣ୍ଣ ନରକଙ୍କାଳଟିଏ ଲମ୍ବେଇକି ରଖା ହୋଇଥିଲା । ରାତିରେ ପବନରେ ତାହାର ହାଡ଼ ଗୁଡିଙ୍କ ଖଟ୍ଖଟ୍ ଶବ୍ବ କରି ନଡବଡ କରୁଥିଲେ । ଆମେ ସେତେବେଳେ ପଣ୍ଡିତଜୀ ପାଖରେ 'ମେଘନାଦ ବଧ' ଏବଂ କ୍ୟାମ୍ବେଲ ସ୍କୁଲର ଜଣେ ଛାତ୍ର ପାଖରେ ଅସ୍ଥିବିଦ୍ୟା ଶିଖୁଥିଲୁ । ଆମର ଅବିଭାବକଙ୍କର ଇଛା ଥିଲା ଆମ ମାନକୁ ସର୍ବବିଦ୍ୟାରେ ପାରଦର୍ଶୀ କରି ଗଢ଼ି ତୋଳିବେ । ତାଙ୍କର ଈଛା କେତେକ ସଫଳ ହେଉଛି ଯେଉଁମାନେ ଆମକୁ ଜାଣୁଛନ୍ତି ସେମାନଙ୍କ ନିକଟରେ ପ୍ରକାଶ କରିବା ନିହାତି ଜରୁରୀ ଏବଂ ଯେମାନେ ଜାଣୁ ନଥା'ନ୍ତି ସେମାନଙ୍କ ପାଖରେ ଗୋପନ ରଖିବା ଶ୍ରେୟ ।
ତାହାପରେ ବହୁଦିନ ଅତୀତ ହେଇଯାଇଛି ।ଇତିମଧ୍ୟରେ ସେହି ଘରଠୁ କଙ୍କାଳକୁ ଏବଂ ଆମର ମୁଣ୍ଡରୁ ଅସ୍ଥିବିଦ୍ୟାକୁ କେଉଁଠାରେ ସ୍ଥାନାନ୍ତରିତ କରାଗଲା ସନ୍ଧାନ କଲେ ବି ଜଣା ପଡୁନାହିଁ । ଅଳ୍ପଦିନ ପରେ ,ଦିନେ ରାତିରେ କୋଣସି ଏକ କାରଣରୁ ଶୋଇବାର ଜାଗାର ଅଭାବ ହୋଇଥିବାରୁ ମତେ ସେହି ଘରେ ଶୋଇବାର ଅଭ୍ୟାସ ନଥିବାରୁ ସେହି ଘରେ ନିଦ ଆସୁ ନଥିଲା । ଏପଟ ସେପାଟ ହେଉ ହେଉ ଗୀର୍ଜାର ଘଡିରେ ବଡ ବଡ ଘଣ୍ଟା ସବୁଗୁଡିକ ବାଜି ଉଠିଲା । ଏମିତି ସମୟରେ ଘରକୋଣରେ ଯେଉଁ ତେଲର ଦୀପଟିଏ ଜଲୁଥିଲା,ସେହା ପ୍ରାୟ ପାଞ୍ଚ ମିନିଟ ଦପ୍ଦପ୍ କରି ଲିଭିଗଲା ।ଏହା ପୂର୍ବରୁ ଘରେ ଗୋଟିଏ-ଦି'ଟା ଦୂର୍ଘଟଣା ଘଟି ଯାଇଛି । ସେଥିପାଇଁ ଏହି ଆଲୋକ ଲିଭି ଯିବାର ସାଙ୍ଗେ ସାଙ୍ଗେ ମୃତ୍ୟୁର କଥା ମନକୁ ଛୁଇଁଲା । ଏହି ରାତି ଦି' ପ୍ରହରରେ ଗୋଟିଏ ଦୀପଶିଖା ଚି଼ର ଅନ୍ଧାରରେ ମିଶି ଗଲା । ପ୍ରକୃତିର ନିକଟରେ ଏହା ବି ଯେମିତି , ଆଉ ମଣିଷର ଛୋଟ ଛୋଟ ପ୍ରାଣଶିଖା କେବେ ଦିନରେ,କେବେ ରାତିରେ ହଠାତ ଲିଭି ଯାଉଛି, ମିଟି ଯାଉଛି ତାହା ବି ଏମିତି ।
ଧୀରେ ସେହି କଙ୍କାଳର କଥା ମନେ ପଡିଲା । ତାହାର ବଞ୍ଚି ଥିବାର ସମୟର କଥା ମନରେ କଳ୍ପନା କରୁ କରୁ ହଠାତ ମନେ ହେଲା ଗୋଟିଏ ଚ଼େତନ ପଦାର୍ଥ ଅନ୍ଧାରରେ ଘର କାନ୍ଥରେ ଅଣ୍ଡାଳିକି ମୋର ମଶାରି ଚ଼ାରିପଟେ ଘୁରି ବୁଲୁଛି । ତା'ର ନିଃଶ୍ବାସର ବି ଶବ୍ଦ ଶୁଣା ଯାଉଛି ଯେମିତି କୌଣସି ଏ ଖୋଜୁଛି ପାଉନାହିଁ ଏବଂ ବହୁତ ଦ୍ରୁତବେଗରେ ଘର ଭିତରେ ଯେମିତି ଦୌଡ଼ି ବୁଲୁଛି । ଏହା ନିଶ୍ଚୟ ସବୁ ମୋର ନିଦ୍ରାହୀନ ଉଷ୍ମ ମସ୍ତିଷ୍କର ଅଳୀକ କଳ୍ପନା ବୋଲି ବୁଝି ପାରିଲି ଏବଂ ମୋର ମୁଣ୍ଡ ମଝିରେ ବୋଁଁ ବୋଁ କରି କ୍ଷିପ୍ରେ ପିଟୁଛି ଯେମିତି ସେହି ଦ୍ରୁତ ପଦଶବ୍ଦ ପରି ଲାଗୁଛି ଶୁଣିବାକୁ । କିନ୍ତୁ ପୁଣି ବି ମୋର ଦେହ ଯେମିତି ଅକାରଣେ ଛନ୍ଛନ୍ କରିବାକୁ ଲାଗିଲା । ଜୋର୍ କରି ଡରକୁ ଭଗାଇବା ପାଇଁ କହିଲି - "କିଏ ଲୋ ?" ପାଦଶବ୍ଦ ମୋର ମଶାରି ପାଖକୁ ଆସି ଥମି ଗଲା ଏବଂ ଗୋଟିଏ ଉତ୍ତର ଶୁଣିବାକୁ ମିଲିଲା - "ମୁଁ । ମୋର ସେହି କଙ୍କାଳଟିଏ କେଉଁଠି ଯାଇଛି ସେହାକୁ ହିଁ ଖୋଜିବାକୁ ଆସୁଅଛି" ।
ମୁଁ ଭାବିଲି, ନିଜ କଲ୍ପନା ପାଖରେ ଡର ଦେଖାଇବା କିଛି ନୁହେଁ - ପାଖ ତକିଆଟାକୁ ବହୁତ ଜୋରରେ ଆକଟି ଧରି ଚି଼ର ପରିଚିତ ଭଳି ଅତି ସହଜରେ କହିଲି - "ଏହି ରାତି ଦି'ପ୍ରହରରେ ବଢ଼ିଆ ଗୋଟିଏ କାମଟିଏ ବାହାର କରୁଛ । ହେଲେ ସେହି କଙ୍କାଳ ନେଇ କ'ଣ ଦରକାର ତମର ଏବେ ?'' ଅନ୍ଧାରରେ ମଶାରି ଅତି ନିକଟରେ ଉତ୍ତର ଆସିଲା - ''କ'ଣ କହୁଛ ମ ?ମୋର ଛାତିର ହାଡ଼ ଯେ ତାହା ମଝିରେ ଥିଲା ।ମୋର ଛାବିଶି ବର୍ଷର ଯୌବନ ଯେ ତାହାର ଚାରିଆଡ଼େ ବିକଶିତ ହୋଇଥିଲା , ଥରେ ଦେଖବାକୁ ଇଚ୍ଛା ହେବ ନାହିଁ ?'' ମୁଁ ସେତେବେଳେ କହିଲି - ''ହଁ , କଥାଟି ଠିକ୍ କହିଲେ । ହେଲେ ତମେ ଖୋଜୈଥାଅ ଆଉ ମୁଁ ଟିକିଏ ଶୋଇବାର ଚେଷ୍ଟା କରେ ।'' ସିଏ କହିଲେ - ''ତମେ ଏକୁଟିଆ ଅଛ ? ତେଣୁ ଟିକେ ବସ , ଗପିବା । ପଇଁତିରିଶି ବର୍ଷ ଆଗକୁ ମୁଁ ବି ମଣିଷ ପାଖରେ ବସି ମଣିଷର ସାଙ୍ଗରେ ଗପୁଥିଲି । ଆଉ ଏହି ପଇଁତିରିଶି ବର୍ଷରେ ମୁଁ କେବଳ ଶ୍ମଶାନର ପବନରେ ହୁ ହୁ କରି ବୁଲୁଛି । ଆଜି ତମ ପାଖରେ ବସି ଆଉ ଥରେ ମଣିଷ ଭଳି ଗପ କରିବି ।''
ଅନୁଭବ କରିଲି ମୋର ମଶାରି ପାଖରେ କିଏ ଜଣେ ବସିଲା । ନିରୁପାୟ ଦେଖି ମୁଁ ଟିକିଏ ଉତ୍ସାହିତ ହୋଇ କହିଲି - ''ସେଇଆ ହିଁ ଭଲ ।ଏମିତି ଗୋଟିଏ ଗପ କୁହ ଯାହା ଶୁଣିକି ମନ ଖୁସି ହୋଇ ଯିବ ।'' ସିଏ କହିଲେ - ''ସବୁଠୁ ମଜାର କଥା ଯଦି ଶୁଣିବାକୁ ଚାହଁ ତେବେ ମୋ' ଜୀବନର କଥା କହୁଛି, ଶୁଣ ।'' ଗୀର୍ଜାର ଘଡ଼ିରେ ରାତି ଦି'ଟା ବାଜିଲା । ସେ କହିବା ଆରମ୍ଭ କଲେ....
''ଯେବେ ମଣିଷ ଥିଲି ଏବଂ ଛୋଟ ଥିଲି ସେବେ ଜଣେ ବ୍ୟକ୍ତିକୁ ଦେଖି ଯମ ଭଳି ଡରୁଥିଲି ; ସିଏ ମୋର ସ୍ୱାମୀ । ମାଛକୁ ପାଣିରୁ କଣ୍ଟା ଦେଇ ଧରିଲେ ଯେମିତି ଅବସ୍ଥା ହୁଏ ମୋର ସେମିତି ହେଉଥିଲା ମନରେ ; ଅର୍ଥାତ କୋଣସି ଗୋଟିଏ ସମ୍ପୂର୍ଣ୍ଣ ଜୀବକୁ ଯେମିତି କଣ୍ଟାରେ ଗୁନ୍ଥିକି ମତେ ମୋର ସ୍ନିଗ୍ଧ ଗଭୀର ଜନ୍ମ ଜଳାଶୟକୁ ଟାଣି ,ମାରି , ଭିଡ଼ିକି ନେଇ ଯାଇଛନ୍ତି । କିଛିରେ ବି ତାଙ୍କର ହାତରେ ମୋର ପରିତ୍ରାଣ ନାହିଁ ।ବିବାହର ଦି'ମାସ ପରେ ମୋର ସ୍ବାମୀଙ୍କର ମୃତ୍ୟୁ ହେଲା ଏବଂ ମୋର ଆତ୍ମୀୟସ୍ୱଜନମାନେ ବିଳାପ କରିବାକୁ ଲାଗିଲେ । ମୋର ଶ୍ୱଶୁର "ବୋହୂ କୁଲକ୍ଷଣୀ" କେବଳ ନୁହେଁ, ଶାସ୍ତ୍ରରେ ମିଳାଇ ଦେଖି ଶାଶୁମା'ଙ୍କୁ କହିଲେ - "ଶାସ୍ତ୍ରରେ ଯାହାକୁ ବିଷକନ୍ୟା କୁହାଯାଏ ଏହି ଝିଅଟି ସେହିପରି" ।ସେହି କଥାବାର୍ତ୍ତା ଆଜି ବି ମୋର ମନରେ ଅଛି ।ଶୁଣୁଛ ? କେମିତି ଲାଗୁଛି ?''
- "ଆହା,ବଢ଼ିଆ ତ ! ଗପର ଆରମ୍ଭଟି ବି ମଜାଦାର ।
ସେ ପୁନରାୟ କହିଲେ - ''ପୁଣି ଶୁଣ । ଖୁସିରେ ବାପା ଘରକୁ ଫେରି ଆସିଲି । କ୍ରମେ ବୟସ ବଢ଼ିବାକୁ ଲାଗିଲା । ଗୋଟିଏ କଥାକୁ ଲୋକମାନେ ଛୁପାଇକି ରଖିବାର ଚେଷ୍ଟା କଲେ ବି ମୁଁ ନିଜେ ଜାଣି ପାରୁଥିଲି ମୋ ଭଳି ରୁପସୀ କନ୍ୟା ଏଠୁ ସେଠୁ ମିଳିବ ନାହିଁ । ତମର କୋଣସି ମନରେ ହୁଏ ?''
-'ସେଇଆ ହିଁ ହେବ ବୋଧହୁଏ । କିନ୍ତୁ ମୁଁ ତମକୁ କେବେ ଭି ଦେଖି ନାହିଁ ।'
''ଓହୋ ! ଦେଖି ନାହଁ ? କାଁହିକି ? ମୋର ସେହି କଙ୍କାଳ ? ହି - ହି - ହି - ହିଁ ! ମୁଁ ଥଟ୍ଟା କରୁଛି । ତମ ପାଖରେ ଆଉ କ'ଣ ପ୍ରମାଣ କରିବି ଯେ !ସେହି ଦି'ଟା ଶୂନ୍ୟ ଆଖି ଗହ୍ୱର ମଝିରେ ବଡ଼ ବଡ଼ ଦି'ଟା କଳା ଆଖି ଥିଲା ଏବଂ ନାଲି ଓଠରେ ମୃଦୁ ହସଟିଏ ମିଶି ଥିଲା । ଏବେ ଅନାବୃତ ଦାନ୍ତକୁ ବିକଟ ହସର ସାଙ୍ଗରେ ତାହାର କୌଣସି ତୁଳନା ହୁଏ ନାହିଁ ଏବଂ ସେହି କେତେଗୋଟି ଦୀର୍ଘ ଶୁଖିଲା ହାଡ଼ ଗୁଡିଙ୍କ ଉପରେ ଏତେ ଲାଳିତ୍ୟ ,ଏତେ ଲାବଣ୍ୟ , ଯୌବନର ଏତେ କଠିନ କୋମଳ ସୌନ୍ଦର୍ଯ୍ୟର ପରିପୂର୍ଣ୍ଣତା ଥିଲା ।ପ୍ରତିଦିନ ପ୍ରସ୍ଫୁଟିତ ହୋଇ ଉଠିବାର କଥା ତମକୁ କହିବାକୁ ଗଲେ ହସ ବି ଲାଗେ , ରାଗ ବି ଆସୁଥାଏ । ମୋର ସିଏ ଶରୀରଠୁ ଅସ୍ଥିବିଦ୍ୟା ଶିଖା ଯାଇପାରେ ସେଦିନ ବଡ଼ ବଡ଼ ଡାକ୍ତରମାନେ ବି ବିଶ୍ୱାସ କଲେ ନାହିଁ । ମୁଁ ଜାଣେ , ଜଣେ ଡାକ୍ତର ( ତାଙ୍କ ସାଙ୍ଗ ) ଦେଖିକି ମତେ ସ୍ୱର୍ଣ୍ଣଚମ୍ପା କହିଥିଲେ । ତାହାର ଅର୍ଥ ହେଲା ପୃଥିବୀର ଆଉ ସବୁ ମଣିଷର କଙ୍କାଳ ଅସ୍ଥିବିଦ୍ୟା ଏବଂ ଶରୀରବିଦ୍ୟାର ଉପଯୁକ୍ତ ଥିଲା । କେବଳ ମୁଁ ଥିଲି ଜଣେ ସୌନ୍ଦର୍ଯ୍ୟମୟ ଫୁଲ ପରି । ସେହି ସ୍ୱର୍ଣ୍ଣଚମ୍ପାର ମଝିରେ ଗୋଟିଏ କଙ୍କାଳ ଥିଲା । ମୁଁ ଯେତେବେଳେ ଚାଲୁଥାଏ ସେତେବେଳେ ବୁଝି ପାରୁଥାଏ ଯେ , ଗୋଟିଏ ହୀରାଖଣ୍ଡଟାକୁ ହଲେଇଲେ ଯେପରି ତାହାର ଚାରିପଟେ ଆଲୋକ ଝକମକ କରୁଥାଏ ମୋର ଦେହ ଭଙ୍ଗିମାର ପ୍ରତ୍ୟେକ ଗତିବିଧିର ସୌନ୍ଦର୍ଯ୍ଯ ସେହିପରି ବିଭିନ୍ନ ତରଙ୍ଗରେ ବିଛୁରି ପଡେ ଚାରିଆଡ଼କୁ । ମୁଁ ବହୁତ ସମୟ ଧରି ମଝିରେ ମଝିରେ ନିଜ ହାତ ଦି'ଟାକୁ ଆପେ ଆପେ ଦେଖୁଥାଏ ; ପୃଥିବୀର ସମୟ ଉଦ୍ଧତ ପୁରୁଷର ପୌରୁଷ ମୁହଁରେ ମଧୁର ଭାବରେ ଲଗାମ ଲଗାଇ ଦେବା ପରି ସୁନ୍ଦର ଦି'ଟା ହାତ । ସୁଭଦ୍ରା ଯେବେ ଅର୍ଜୁନକୁ ନେଇ ଦୃପ୍ତଭଙ୍ଗୀରେ ନିଜର ବିଜୟ ରଥ ବିସ୍ମିତ ତିନି ମଣିଷର ମଧ୍ୟ ଦେଇ ଚଲେଇ ନେଇ ଯାଇଥିଲେ ସେମିତି ତାଙ୍କର ବି ବୋଧହୁଏ ଏମିତି ଦି'ଟା ହାତ କୋମଳ, ସୁଢ଼ଳ ବାହୁ , ରକ୍ତିମ କରତଳ ଏବଂ ଲାବଣ୍ୟବତୀ ଭଳି ଆଙ୍ଗୁଳି ଥୃଲା । କିନ୍ତୁ ମୋର ସେହି ନିର୍ଲଜ୍ଜ ନିରାବରଣ ଏବଂ ନିରାଭରଣ ଚି଼ରବୃଦ୍ଧ କଙ୍କାଳଟିଏ ତମ ପାଖରେ ମୋ' ନାମରେ ମିଥ୍ୟା ସାକ୍ଷୀ ଦେଇଛି । ମୁଁ ସେତେବେଳେ ନିରୁପାୟ ଏବଂ ନିରୁତ୍ତର ଥିଲି । ଏଥିପାଇଁ ପୃଥିବୀର ସବୁଠାରୁ ତମ ଉପରେ ମୋର ବେଶୀ ରାଗ ।ଇଚ୍ଛା ମୋର ଷୋହଳ ବର୍ଷର ଜୀବନ୍ତ , ଯୌବନତପ୍ତ , ଆରକ୍ତିମ ରୂପଟିଏ ଥରେ ତମର ଆଖି ସାମ୍ନାରେ ଛିଡ଼ା କରେଇ ଦିଏ । ବହୁକାଳ ଆମ ଭଳି ତମର ଦି' ଆଖିରେ ନିଦ ହଟେଇ ଦିଏ । ତମର ଅସ୍ଥିବିଦ୍ୟାକୁ ଅସ୍ଥିର କରି ଦେଶଛଡା କରିବା ।"
ମୁଁ କହିଲି - "ତମର ଦେହ ଯଦି ରହିଥା'ନ୍ତା ତେବେ ଦେହ ଛୁଇଁ ରାଣ ପକେଇ କହିଥା'ନ୍ତି , ସେହି ବିଦ୍ୟାର ବିନ୍ଦୁମାତ୍ର ଏବେ ମୋର ମୁଣ୍ଡରେ ନାହିଁ । ଆଉ ତମର ସେହି ଭୁବନମୋହିନୀ ପୂର୍ଣ୍ଣଯୌବନର ରୂପ ରଜନୀର ଅନ୍ଧାରଚି଼ତ୍ର ଉପରେ ଘଡ଼ି ଦୀପ୍ତ ହୋଇ ଫୁଟି ଉଠୁଛି । ଆଉ ଅଧିକ କହିବାକୁ ହେବ ନାହିଁ ।''
- "ମୋର କୋଣସିଏ ସାଙ୍ଗ ନ ଥିଲା । ବଡ଼ଭାଇ ଅର୍ଥାତ ମୋର ଦାଦା ପ୍ରତିଜ୍ଞା କରିଥିଲେ ବିବାହ କରିବେନି । ଅନ୍ଦରମହଲରେ ମୁଁ ଏକୁଟିଆ ।ବଗିଚ଼ାରେ ଗଛତଲରେ ବସି ମୁଁ ଏକୁଟିଆ ଭାବିଥାଏ ପୃଥିବୀ ମତେ ହି ଭଲପାଉଛି ଆଉ ସମସ୍ତେ ନକ୍ଷତ୍ର ମଣ୍ଡଳୀ ମତେ ହି ଦେଖୁଛନ୍ତି ।ପବନ ଛଳନା କରି ଦୀର୍ଘଶ୍ୱାସ ପକେଇ ମୋର ପାଖ ଦେଇ ବହି ଯାଉଛି ଏବଂ ଯିଏ ତୃଣାସନରେ ପାଦ ଦି'ଟା ମେଲି ବସିଛି ତାଙ୍କର ଯଦି ଚ଼େତନା ରହିଥା'ନ୍ତା ତେବେ ପୁନର୍ବାର ଅଚ଼େତନ ହୋଇ ଯାଇଥା'ନ୍ତେ । ପୃଥିବୀର ସମସ୍ତ ଯୁବାପୁରୁଷ ଏହି ତୃଣ ରୂପରେ ଦଳ ବାନ୍ଧି ନିଃସନ୍ଦେହେ ମୋ' ଚରଣ ସ୍ମରଣ କରି ଛିଡା ଅଛି । ଏମିତି ରୂପରେ ମୁଁ କଳ୍ପନା କରିଥା'ନ୍ତି , ହୃଦୟରେ ଅକାରଣରେ କେମିତି ବେଦନା ଅନୁଭବ ହୋଇଥାଏ । ଦାଦାଙ୍କ ସାଙ୍ଗ ଶଶିଶେଖର ଯେବେ ମେଡିକାଲ କଲେଜରୁ ପାସ୍ କରି ଆସିଲେ ସେତେବେଳେ ସିଏ ଆମ ଘରର ହାଉସ ଫିଜିଶିୟାନ ହେଲେ । ମୁଁ ତାକୁ ପୂର୍ବରୁ ଆବାଲ୍ୟରୁ ଦେଖିଛି ବହୁଥର । ଦାଦା ଅତ୍ୟନ୍ତ ଅଦ୍ଭୁତ ଲୋକ ଥିଲେ । ପୃଥିବୀଟାକୁ ଭଲଭାବରେ ଦେଖୁନଥିଲେ ।ସଂସାରଟିଏ ଯେମିତି ତାଙ୍କ ପକ୍ଷେ ଯଥେଷ୍ଟ ଫାଙ୍କା ନୁହେଁ । ସେଥିପାଇଁ ଘୁଞ୍ଚି ଘୁଞ୍ଚି ଯେମିତି ଗୋଟିଏ ପ୍ରାନ୍ତରେ ଯାଇ ଆଶ୍ରୟ ନେଇଛନ୍ତି । ତାହାର ସାଙ୍ଗ ମଝିରେ ଜଣେ ଏହି ଶଶିଶେଖର ।ଏଥିପାଇଁ ବାହାରର ଯୁବକ ମାନଙ୍କ ମଝିରେ ମୁଁ ଏହି ଶଶିଶେଖରଙ୍କୁ ସବୁ ସମୟରେ ଦେଖି ପାରୁଥିଲି । ଆଉ ମୁଁ ସନ୍ଧ୍ୟା ସମୟରେ ଫୁଲଗଛ ତଳେ ସମ୍ରାଜ୍ଞୀ ପରି ଆସନ ଗ୍ରହଣ କରୁଥିଲି । ତେବେ ପୃଥିବୀର ସବୁ ପୁରୁଷଜାତି ଶଶିଶେଖରର ମୂର୍ତ୍ତି ଧରି ମୋର ଗୋଡ଼ତଳରେ ହୋଇଥାନ୍ତି ।''
ମୁଁ କହିଲି - ''ମନେ ହେଉଛି ଶଶିଶେଖର ହୋଇ ଜନ୍ମ ନେଲେ ବଢ଼ିଆ ହୋଇଥାନ୍ତା ।"
- ଆଗ ସବୁ କଥା ଶୁଣ ମ ; ଗୋଟିଏ ଦିନ ମୋର ଜ୍ୱର ହୋଇଥିଲା । ଡ଼ାକ୍ତର ଆସିଛନ୍ତି ମତେ ଦେଖିବାକୁ ; ସେହି ପ୍ରଥମଥର ଦେଖା । ମୁଁ ଖିଡିକି ଦିଗରେ ମୁଁହ ଫେରାଇଥିଲି । ସନ୍ଧ୍ୟାର ଲାଲ୍ ଆଭା ପଡି ରୁଗ୍ଣ ବିବର୍ଣ୍ଣତା ସେଥିପାଇଁ ଦୂରରେ । ଡ଼ାକ୍ତର ଯେବେ ଘର ମଝିରେ ପ୍ରବେଶ କରି ମୋର ମୁହଁ ଦିଗରେ ଥରେ ଚାହିଁଲେ , ତେବେ ମୁଁ ମନ ମଧ୍ଯରେ ଡ଼ାକ୍ତର ହୋଇ କଳ୍ପନା କରି ନିଜ ମୁହଁ ଦିଗରେ ଥରେ ଚାହିଁଲି । ସେହି ସନ୍ଧ୍ୟାଲୋକରେ ନରମ ତକିଆ ଉପରେ ଗୋଟେ ରୁଗ୍ଣ ଫୁଲ ପରି ମୁହଁ , ଅସଂଯମୀ କେଶ କପାଳ ଉପରେ ପଡିଛି ଏବଂ ଲଜ୍ଜାରେ ନତ ; ବଡ ବଡ ଆଖିପଲ୍ଲବ ଦିଟା ଯେମିତି ଗାଲ ଉପରେ ଛାୟା ବିସ୍ତାର କରିଛି । ଡ଼ାକ୍ତର ଅତି ନରମ ଅଥଚ ମୃଦୁ ସ୍ୱରରେ କହିଲେ - 'ଥରେ ହାତଟି ଦେଖିବାକୁ ହେବ।' ମୁଁ ମୋର ଦେହାବରଣ ମଝିରୁ କ୍ଲାନ୍ତ ସୁଗୋଲ ହାତଟିଏ ବାହାର କରିଲି । ହାତ ଦିଗରେ ଚାହିଁ ଦେଖିଲି ଯଦି ନୀଳ ବର୍ଣ୍ଣର କାଚଚୁଡି ପିନ୍ଧିଥା'ନ୍ତି ଆହୁରି ବଢ଼ିଆ ଲାଗୁଥାନ୍ତି ।ରୋଗୀର ହାତ ନେଇ ଡ଼ାକ୍ତର ଏମିତି ଇତଃସ୍ତତଃ ହେବାର ଇତିପୂର୍ବରୁ କାହାକୁ ଦେଖି ନାହିଁ । ଅତ୍ୟନ୍ତ ଅବିନ୍ୟସ୍ତ କମ୍ପିତ ଆଙ୍ଗୁଳି ଦେଇ ସିଏ ମୋର ଜ୍ୱର ଉତ୍ତାପ ମାପିଲେ । ମୁଁ ବି ତାଙ୍କର ହୃଦୟର ନାଡୀସ୍ପନ୍ଦନକୁ ଯେମିତି ଅନୁଭବ କଲି ।ହେଲେ , ବିଶ୍ୱାସ ହେଉନି ନା କ'ଣ ତମକୁ ?"
ମୁଁ କହିଲି - "ଅବିଶ୍ୱାସ ହେବାର କୌଣସି କାରଣ ଦେଖୁ ନାହିଁ । ମଣିଷର ନାଡୀ ସବୁବେଳେ ସମାନ ଚାଲୁ ନାହିଁ ।"
ସେ କହିଲେ - "କାଳକ୍ରମେ ଆଉ ଦି' - ଚ଼ାରି ଥର ରୋଗ ଏବଂ ଆରୋଗ୍ୟ ହେବାର ପରେ ଦେଖିଲି , ମୋର ସେହି ସନ୍ଧ୍ୟା ସମୟରେ ମାନସ ସଭାରେ ପୃଥିବୀର କୋଟି କୋଟି ପୁରୁଷ ସଂଖ୍ୟା ଅତ୍ୟନ୍ତ କମି କମି ଜଣେ ପୁରୁଷ ମଣିଷରେ ଆସି ଲାଗିଛି । ମୋର ପୃଥିବୀ ପୂରା ଜନଶୂନ୍ୟ ହୋଇ ଆସିଲା । ମୋର ଜଗତରେ କେବଳ ଗୋଟିଏ ଡ଼ାକ୍ତର ଓ ଗୋଟିଏ ରୋଗୀ ହିଁ ବଞ୍ଚି ରହିଲା । ମୁଁ ଗୋପନରେ ସନ୍ଧ୍ୟା ସମୟରେ ଗୋଟିଏ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧିଥିଲି । ଭଲକରି କେଶଦ୍ଦାମକୁ ବାନ୍ଧି ମୁଣ୍ଡରେ ଗୋଟିଏ ବଉଳ ଫୁଲର ମାଳ ଜଡେଇ ନେଇ ଗୋଟିଏ ଆରସି ହାତରେ ରଖି ବଗିଚ଼ାରେ ଯାଇ ବସୁଥିଲି । ଆଜି ନିଜକୁ ଦେଖି ଆଉ ପରିତୃପ୍ତ ହୋଇ ନାହିଁ । ସତରେ ମନ ଉଠୁ ନାହିଁ । କାଁହିକି ନା ମୁଁ ତୋ' ଆଉ ନିଜ ବିଚାରରେ ନିଜକୁ ଦେଖି ନ ଥିଲି । ମୁଁ ସେତେବେଳକୁ ଡ଼ାକ୍ତର ହୋଇ ନିଜକୁ ଦେଖୁଥିଲି । ମୁଗ୍ଧ ହୋଇଥା'ନ୍ତି ଭଲପାଇଥିଲେ ଏବଂ ଗେହ୍ଲେଇ ହୋଇଥିଲେ । କିନ୍ତୁ ପ୍ରାଣ ଭିତରେ ଗୋଟିଏ ଦୀର୍ଘଶ୍ୱାସ ଲମ୍ବେଇ ଉଠି ସନ୍ଧ୍ୟା ପବନ ଭଳି ହୁ ହୁ କରି ଉଠୁଥିଲା । ସେହି ଦିନ ଠାରୁ ମୁଁ ଆଉ ଏକୁଟିଆ ନ ଥିଲି । ଯେତେବେଳେ ଚ଼ାଲୁଥିଲି ଅବନତ ଆଖିରେ ଦେଖୁଥିଲି ପାଦତଳର ଆଙ୍ଗୁଳି ଧରିତ୍ରୀ ବୁକୁରେ କେମିତି ପଡୁଛି । ଆଉ ଭାବୁଥିଲି ଏହି ଗୋଡ଼ତଳର ସୌନ୍ଦର୍ଯ୍ୟ ଆମର ନୁଆ ଡ଼ାକ୍ତରକୁ କେମିତି ଲାଗୁଥିବ । ଦି'ପ୍ରହରରେ ଖିଡିକି ବାହାରପଟରେ ଖରା ଝାଁ ଝାଁ କରୁଥାଏ ।କେଉଁଠି ଗୋଟିଏ ଶବ୍ଦ ବି ନାହିଁ । ମଝିରେ ମଝିରେ ଗୋଟିଏ ଦି'ଟା ଚି଼ଲ ଅତି ଦୂର ଆକାଶରେ ଶବ୍ଦ କରି ଉଡି ଯାଇଥିଲେ । ଆଉ ଆମର ବଗିଚ଼ାର କାନ୍ଥ ବାହାରେ ଖେଳଣାବାଲା ସ୍ବର କରି , କଣ୍ଢେଇ ନବ ଗୋ.... କାଚ଼ , ଚୁଡି ନବ..... ଖେଳଣା ନବ..... କହି ବଡପାଟିରେ ଡାକି ଯାଉଥିଲା । ମୁଁ ଧଳା ଚ଼ାଦରରେ ନିଜ ହାତରେ ଶଯ୍ୟା ପାତି କେବେ ନିଦ ଯାଉଥିଲି । କେବେ ଭାବୁଥିଲି ,ଏହି ହାତଟିର ଏହି ଭଙ୍ଗୀକୁ କେହି ଯେମିତି ଦେଖିବାକୁ ପାଇଲେ । କିଏ ଯେମିତି ହାତ ଦି'ଟା ଉଠେଇ ନେଲେ , କିଏ ଯେମିତି ଏହାର ଆରକ୍ତିମ କରତଳ ଉପରେ ପୁଣି ପୁଣି ଚୁମ୍ବନ ଦେଇ ଫେରିଗଲେ ; ଯଦି ଗଳ୍ପଟି ଏଠାରେ ସରିଯାଏ ତା'ହେଲେ କେମିତି ହୁଏ ?''
ମୁଁ କହିଲି - "ମନ୍ଦ ହୁଏ ନାହିଁ । ଟିକିଏ ଅସମ୍ପୂର୍ଣ୍ଣ ଅଛି , ହେଲେ ଆପଣ ମନର ମାଧୁରୀ ମେଲାଇ ପୂର୍ଣ୍ଣ କରି ନେଇ ବାକି ରାତିଟିଏ କଟି ଯିବ ।"
- କିନ୍ତୁ ତା'ହେଲେ ଗପଟିଏ ବହୁତ ଗମ୍ଭୀର ହୋଇପାରେ । ଏହାର ଉପହାସଟିଏ ରହିବ କେଉଁଠି ? ଏହା ଭିତରୁ କଙ୍କାଳଟିଏ ତାହାର ସବୁ ଦାନ୍ତ ଗୁଡିକ ମେଲି ଦେଖା ଯିବେ କୁଆଡେ ?
- ତାହାପରେ ଶୁଣ , ଟିକିଏ ପ୍ରସିଦ୍ଧ ହେଲା ପରେ ଆମ ଘରର ଏକମହଲାରେ ଡ଼ାକ୍ତର ତାଙ୍କର ଚେମ୍ବର ଖୋଲି ବସିଲେ । ସେତେବେଳେ ମୁଁ ତାହାକୁ ମଝିରେ ମଝିରେ ଔଷଧୀୟ କଥା , ବିଷର କଥା , କ'ଣ କଲେ ମଣିଷ ସହଜରେ ମରିଯାଏ , ଏହି ସବୁ କଥା ପଚାରୁଥିଲି ।ଡ଼ାକ୍ତରୀ କଥାରେ ଡ଼ାକ୍ତରବାବୁଙ୍କ ମୁହଁ ଖୋଲି ଯାଉଥାଏ । ଶୁଣି ଶୁଣି ମୃତ୍ୟୁ ଯେମିତି ପରିଚିତ ଘରଲୋକ ଭଳି ହୋଇ ଗଲା । ଭଲପାଇବା ଆଉ ମୃତ୍ୟୁ କେବଳ ଏହି ଦି'ଟାକୁ ପୃଥିବୀ ମଧ୍ୟରେ ଦେଖିଲି । ମୋର ଗପ ପ୍ରାୟ ସରି ଆସିଛି । ଆଉ ବେଶି ଅବଶିଷ୍ଟ ନାହିଁ ।
ମୁଁ ମୃଦୁ ସ୍ୱରରେ କହିଲି -"ରାତି ବି ପ୍ରାୟ ସରି ଆସିଛି ।" ସେ କହିଲେ - "କିଛିଦିନରୁ ଦେଖିଲି , ଡ଼ାକ୍ତରବାବୁ ଭାରି ଅନ୍ୟମନସ୍କ ଏବଂ ମୋର ପାଖରେ ସିଏ ଯେମିତି ହତବୁଦ୍ଧି ଭଳି ହୋଇ ଯାଉଥିଲେ । ଗୋଟିଏ ଦିନ ଦେଖିଲି , ସିଏ କିଛି ଅଧିକ ସଜବାଜ ହୋଇ ମୋର ଦାଦାଙ୍କ ପାଖରୁ ଯୋଡ଼େ ଗାଡି ଧାର ନେଲେ ; ରାତିରେ କେଉଁଠି ଯିବେ । ମୁଁ ଆଉ ରହି ପାରିଲି ନାହିଁ । ଦାଦାଙ୍କ ପାଖରେ ଯାଇ ବହୁତ ଇଆଡୁ ସିଆଡୁ କଥା କହିବା ପରେ ଜିଜ୍ଞାସିଲି - ଆଛା ଦାଦା , ଡାକ୍ତରବାବୁ ଆଜି ଯୋଡେ ଗାଡ଼ି ନେଇ କୁଆଡ଼େ ଗଲେ ? ଦାଦା ସଂକ୍ଷେପରେ କହିଲେ - ମରିବାକୁ ଗଲେ । ମୁଁ କହିଲି - ସତରେ କୁହ ନା ।ସେ ଆଉ ଟିକିଏ ଖୋଲିକି କହିଲେ - ବାହଘର କରିବାକୁ ଗଲେ । ମୁଁ କହିଲି, ସତରେ ! ଏ କଥା କହିକି ଖୁବ୍ ହସିବାକୁ ଲାଗିଲି । ଟିକେ ଟିକେ ଶୁଣିଲି , ଏହି ବାହାଘରରେ ଡାକ୍ତରବାବୁଙ୍କୁ ବାର ହଜାର ଟଙ୍କା ମିଲିବ । କିନ୍ତୁ ମୋ' ପାଖରେ ଏହି ଖବର ଗୋପନ ରଖି ମତେ ଅପମାନ କରିବାର ଅର୍ଥ କ'ଣ ? ମୁଁ କ'ଣ ତାହାର ଗୋଡ଼ ଧରି କହିଥିଲି ଯେ ଏମିତି କାମ କଲେ ମୋର ଛାତି ଫାଟି ମରି ଯିବି ? ପୁରୁଷ ମଣିଷକୁ ବିଶ୍ୱାସ କରିବାକୁ ଉପାୟ ନାହିଁ । ପୃଥିବୀର ମୁଁ ଜଣେ ମାତ୍ର ପୁରୁଷ ମଣିଷକୁ ବିଶ୍ୱାସ କରି ଦେଖିଲି ଏବଂ ଏକ ମୂହୂର୍ତ୍ତରେ ସବୁ ଜ୍ଞାନ ଲାଭ କଲି । ଡାକ୍ତର ରୋଗୀ ଦେଖି ସନ୍ଧ୍ୟା ପୂର୍ବରୁ ଘରକୁ ଆସିଲେ । ମୁଁ ବହୁତ ହସି ହସି କହିଲି - କ'ଣ ଡାକ୍ତରବାବୁ ଆଜି ଆପଣଙ୍କ ବାହାଘର ପରା । ମୋର ଖୁସି ଦେଖିକି ଡାକ୍ତର କେବଳ ଅପ୍ରତିଭ ନୁହେଁ ଟିକେ ଦୁଃଖିତ ବି ହୋଇଗଲେ । ପଚାରିଲି - "ବାଦ୍ୟ - ଗୀତ କିଛି ନାହିଁ ଯେ !'' ଶୁଣିକି ସିଏ ଟିକିଏ ନିଃଶ୍ୱାସ ପକେଇ କହିଲେ - ବାହାଘର ଭଳି ଜିନିଷଟିଏ କ'ଣ ଏତେ ଆନନ୍ଦର ? ଶୁଣିକି ମୁଁ ହସିକି ଯେମିତି ଅସ୍ଥିର ହୋଇଗଲି । ଏମିତି କଥା ବି କୁଆଡେ ଶୁଣି ନାହିଁ । ମୁଁ କହିଲି - ସିଏ ହେବ ନାହିଁ । ବାଜଣା ବି ଚାହେଁ, ଆଲୋକ ବି ଚାହେଁ ।
ଦାଦାକୁ ଏତେ ବ୍ୟସ୍ତ କରିଲି ଯେ ବାଧ୍ୟ ହୋଇ ଦାଦା ବହୁତ ବଡ କରି ଆୟୋଜନ କରିବାକୁ ଲାଗିଲେ । ମୁଁ କେବଳ ଗପିବାକୁ ଲାଗିଲି , ନୂଆ ବୋହୂ ଘରକୁ ଆସିଲେ କ'ଣ କରାଯିବ ; ପଚାରିଲି - ସେତେବେଳେ ବି ଆପଣ ରୋଗୀ ଦେଖିବେ ? ହି ହି ହି ହି ! ଯଦି ମଣିଷର ବିଶେଷ କରି ପୁରୁଷର ମନଟାକୁ ଦେଖିବାକୁ ପାଇଥା'ନ୍ତି ତେବେ ସତରେ ମୁଁ ରାଣ ପକେଇ କହୁଛି , କଥା ଗୁଡିକ ଡାକ୍ତରବାବୁର ଛାତିରେ ଶର ଭଳି ବିନ୍ଧୁଥିଲା । ଅଧିକ ରାତିରେ ଲଗ୍ନ ଧରା ହୋଇଥିଲା । ସନ୍ଧ୍ୟାରେ ଡାକ୍ତର ଛାତ ଉପରେ ବସି ଦାଦା ସାଙ୍ଗରେ ଗୋଟିଏ ଦି'ଟା ପାତ୍ର ମଦ ପିଉଥିଲେ । ଧୀରେ ଆକାଶରେ ଚାନ୍ଦ ଉଠିଲା । ମୁଁ ହସି ହସି ଆସି କହିଲି - "ଡାକ୍ତରବାବୁ ! ଭୁଲିଗଲେ ନା କ'ଣ ? ଯିବାର ସମୟ ହୋଇ ଗଲାଣି ।" ଏଥିରେ ଗୋଟିଏ କ୍ଷୁଦ୍ର କଥା କହିବାର ଦରକାର ଅଛି । ଇତିମଧ୍ୟରେ ମୁଁ ଗୋପନରେ ଡାକ୍ତରର ଚେମ୍ବରରେ ଯାଇ ଟିକିଏ ଚୂର୍ଣ୍ଣ ସଂଗ୍ରହ କରି ଆନିଥିଲି ଏବଂ ସେହି ଚୂର୍ଣ୍ଣର କିଛି ଅଂଶ ସୁବିଧା ଦେଖି ଡାକ୍ତରର ଗ୍ଲାସରେ ମେଳାଇ ଦେଇଥିଲି । କ'ଣ ଚୂର୍ଣ୍ଣ ଖାଇଲେ ମଣିଷ ବଡ ସହଜରେ ମରି ଯାଏ ଡାକ୍ତର ପାଖରୁ ଶିଖି ନେଇଥିଲି । ଡାକ୍ତର ପୂର୍ଣ୍ଣ ଗ୍ଲାସ୍ଟି ପିଇ ସାରି କିଛି ଆଦ୍ର , ପ୍ରେମଭରା କଣ୍ଠରେ ମୋର ମୁହଁ ଦିଗରେ ମର୍ମାନ୍ତିକ ଭାବରେ ଚ଼ାହିଁ କହିଲେ - "ହେଲେ ମୁଁ ଗଲି ।"
ବଂଶୀଧ୍ୱନି ବାଜିବାର ଲାଗିଲା । ମୁଁ ଗୋଟିଏ ବନାରସୀ ଶାଢ଼ୀ ପିନ୍ଧିଲି । ଯେତେ ଗହଣା ସିନ୍ଦୁକରେ ତୋଳି ରଖିଥିଲି ସବୁ ପିନ୍ଧିଲି । ମୁଣ୍ଡରେ ବଡ କରି ସିନ୍ଦୂର ଲଗାଇଲି । ଆଉ ମୋର ସେହି ବକୁଳ ତେଲରେ ଶଯ୍ୟା ବିଛାଇଲି । ବଡ ସୁନ୍ଦର ରାତି ଥିଲା । ଫଟଫଟ କରୁଛି ଜହ୍ନ । ନିଦ୍ରିତ ଜଗତର କ୍ଳାନ୍ତି ହରଣ କରି ଦକ୍ଷିଣା ପବନ ବହୁଛି । ଜୁଇ ଆଉ ବଉଳଫୁଲର ସୁଗନ୍ଧରେ ପୂରା ବଗିଚା ଆମୋଦିତ । ବଂଶୀର ଶବ୍ଦ ଯେବେ ଦୂରକୁ ଚ଼ାଲିଗଲା ଆଉ ଜହ୍ନ ଯେବେ ଅନ୍ଧାରରେ ଡୁବି ଗଲେ , ଏହି ଗଛମୂଳ , ଆକାଶ ଏବଂ ଆଜନ୍ମ ସମୟରେ ଘର ଦୁଆର ନେଇ ପୃଥିବୀ ଯେବେ ମୋର ଚାରିଆଡକୁ ମାୟା ପରି ମିଶି ଯିବାକୁ ଲାଗିଲା , ସେତେବେଳେ ମୁଁ ଆଖି ତଳକୁ ପୋତି ହସିଲି । ସାଧ ଥିଲା , ଯେବେ ଲୋକମାନେ ଆସି ମତେ ଦେଖିବେ ସେତେବେଳେ ଏହି ହସଟି ଯେମିତି ରଙ୍ଗୀନ ନିଶା ପରି ମୋର ଓଠରେ ଲାଗି ଥାଏ । ଇଛା ଥିଲା ଯେବେ ମୋର ଅନନ୍ତ ରାତିର ବାସର ଘରେ ପ୍ରବେଶ କରିବ ସେତେବେଳେ ଏହି ହସଟି ଏଠାରୁ ସାଙ୍ଗରେ ନେଇ ଯିବ । କେଉଁଠି ମୋର ଫୁଲଶଯ୍ୟା ? କେଉଁଠି ମୋର ବାହଘରର ନୂଆ ବେଶ ? ନିଜ ଭିତରକୁ ଖଟଖଟ ଶବ୍ଦରେ ଜାଗିକି ଦେଖିଲି , ମତେ ନେଇ ତିନିଜଣ ବାଳକ ଅସ୍ଥିବିଦ୍ୟା ଶିଖୁଛନ୍ତି । ଛାତିରେ ଯେଉଁଠି ସୁଖ-ଦୁଃଖ ଧୁକୁଧୁକୁ କରିଥିଲା ଏବଂ ଯୌବନର ପାଖୁଡା ପ୍ରତିଦିନ ଗୋଟିଏ ଗୋଟିଏ କରି ପ୍ରସ୍ଫୁଟିତ ହୋଇଥିଲା ସେଠି ବେତ ରଖି ନିର୍ଦ୍ଦିଷ୍ଟ ଅସ୍ଥିର ନାମ କ'ଣ ସେଇଟି ମାଷ୍ଟର ଶେଖାଉଛନ୍ତି । ଆଉ ସେହି ଯିଏ ଅନ୍ତିମ ହସଟିଏ ଓଠରେ ଫୁଟାଇ ତୋଳିଥିଲି ତାହାର ବିନ୍ଦୁମାତ୍ର ଚିହ୍ନଟେ ବି ଦେଖିବାକୁ ପାଇଥିଲେ ନା କ'ଣ ? କେମିତି ଲାଗିଲା ଗପଟି ?''
ମୁଁ କହିଲି - "ଭାରି ଆନନ୍ଦକର ଗପ ।" ଏମିତି ସମୟରେ ପ୍ରଥମ କୁଆ ଡାକିଲା । ଜିଜ୍ଞାସା କଲି , ଏବେ ବି ତମେ ଅଛ ନା କ'ଣ ? କୌଣସି ଉତ୍ତର ପାଇଲି ନାହିଁ । ଘର ମଝିରେ ପ୍ରତ୍ଯୁଷର ଆଲୋକ ପ୍ରବେଶ କରିଲା ।
ନନ୍ଦୋଲାଲ ବୋଷ ରୋଡ
ୱ।ର୍ଡ ନମ୍ବର - ୧୨
ଡାକ - କଟୱ।
ୱଷ୍ଟେ ବେଙ୍ଗଲ
ପିନ୍ - ୭୧୩୧୩୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।