ଦେବାଶୀଷ ମହାନ୍ତି
କବିଙ୍କର ଘର ପଡୁଛି ଉଠୁଛି
ଏଇ ମୋବାଇଲ ପାଇଁ
ଛୁଟି ହେଲେ ଖାଲି ମୋବାଇଲ ଛଡା
ଆଉ କିଛି କାମ ନାହିଁ ।
ରୋଷେଇ କରିବି ସଉଦା ଆଣିବି
ପତ୍ନୀ କହନ୍ତି ଚିଲେଇ !!!
ତମେ ଖଟରୁ ଓହ୍ଲାଅ ନାହିଁ ;
ମାଛ ସାରିଗଲେ ମାର୍କେଟରୁ କ'ଣ
ଶ୍ୱଶୁର ଦେବେ ପଠାଇ !!!
ବାଲେଶ୍ୱର ଯାଉଛି ମୁହିଁ ,
ମଞ୍ଜି କଥା ସବୁ କହିଦେବି ତମ
ବାପା ବୋଉଙ୍କୁ ବସାଇ ।
ଟିକିଏ ତ ଶାନ୍ତି ନାହିଁ...
କି ବେଳାରେ ୟା'ଙ୍କ ହାତ ଧରିଥିଲି
ଏବେ ନାଚୁଚି ତ ଥେଇ ଥେଇ !!!
ଖାଲି ମୋବାଇଲ ଆଉ ବହି...
ଏଇ ଦୁଇଟିକୁ ଛାଡିଦେଲେ ଯିବ
କି ପିଣ୍ଡୁ ପ୍ରାଣ ଓହ୍ଲଇ ।
ଭଲ ଦଶା ଯେବେ ଥାଇ ;
ମାଛ ରଖିଅଛି ମୁଇଁ ଧୋଇ ଧାଇ
କଡେଇରେ ମାଛ ଥୋଇ ,
ଆସିବା ବେଳକୁ ଭାଜି ରଖିଥିବ
ତେଲ ବେଶୀ ନ ପକାଇ ।
ମାର୍କେଟ ଯାଉଛି ମୁହିଁ ;
ଆସିଲାଣି ଟୁନି ଯାଉଛି ତା' ସଙ୍ଗେ
ବହି ଫେରାଇବା ପାଇଁ ।
ପ୍ରାଣସହି ଅର୍ଡର ଦେଇ ,
ଭଉଣୀ ସାଙ୍ଗରେ ଆକ୍ଟିଭlରେ ବସି
ଚାଲିଗଲେ ହର୍ଣ୍ଣ ଦେଇ ।
I.P.O.DIC
ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ
କବିଙ୍କର ଘର ପଡୁଛି ଉଠୁଛି
ଏଇ ମୋବାଇଲ ପାଇଁ
ଛୁଟି ହେଲେ ଖାଲି ମୋବାଇଲ ଛଡା
ଆଉ କିଛି କାମ ନାହିଁ ।
ରୋଷେଇ କରିବି ସଉଦା ଆଣିବି
ପତ୍ନୀ କହନ୍ତି ଚିଲେଇ !!!
ତମେ ଖଟରୁ ଓହ୍ଲାଅ ନାହିଁ ;
ମାଛ ସାରିଗଲେ ମାର୍କେଟରୁ କ'ଣ
ଶ୍ୱଶୁର ଦେବେ ପଠାଇ !!!
ବାଲେଶ୍ୱର ଯାଉଛି ମୁହିଁ ,
ମଞ୍ଜି କଥା ସବୁ କହିଦେବି ତମ
ବାପା ବୋଉଙ୍କୁ ବସାଇ ।
ଟିକିଏ ତ ଶାନ୍ତି ନାହିଁ...
କି ବେଳାରେ ୟା'ଙ୍କ ହାତ ଧରିଥିଲି
ଏବେ ନାଚୁଚି ତ ଥେଇ ଥେଇ !!!
ଖାଲି ମୋବାଇଲ ଆଉ ବହି...
ଏଇ ଦୁଇଟିକୁ ଛାଡିଦେଲେ ଯିବ
କି ପିଣ୍ଡୁ ପ୍ରାଣ ଓହ୍ଲଇ ।
ଭଲ ଦଶା ଯେବେ ଥାଇ ;
ମାଛ ରଖିଅଛି ମୁଇଁ ଧୋଇ ଧାଇ
କଡେଇରେ ମାଛ ଥୋଇ ,
ଆସିବା ବେଳକୁ ଭାଜି ରଖିଥିବ
ତେଲ ବେଶୀ ନ ପକାଇ ।
ମାର୍କେଟ ଯାଉଛି ମୁହିଁ ;
ଆସିଲାଣି ଟୁନି ଯାଉଛି ତା' ସଙ୍ଗେ
ବହି ଫେରାଇବା ପାଇଁ ।
ପ୍ରାଣସହି ଅର୍ଡର ଦେଇ ,
ଭଉଣୀ ସାଙ୍ଗରେ ଆକ୍ଟିଭlରେ ବସି
ଚାଲିଗଲେ ହର୍ଣ୍ଣ ଦେଇ ।
I.P.O.DIC
ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।