ସୌର ବିହାରୀ ଦାସଆଃ !
କୁଆଁରୀ ସକାଳଟିରେ
ଆନମନା ଇଛା ସବୁ
ଗୁଣୁଗୁଣୁ ଏକାନ୍ତରେ
ତା' ଆଗମନ ପ୍ରୀତିି ପ୍ରତୀକ୍ଷାରେ.....
ମୋ' ଭଲପାଇବାର
ଅସୀମ ଆକାଶ
ସ୍ବପ୍ନ ବୋଳା ମେଘମାଳା
ଆହତ ତ୍ରସ୍ତ ବିହଙ୍ଗୀ ମୁଁ
ଖାଲି ଡେଣାା ଝାଡେ ଅହରହ
ତୋ' ନୀଡ଼ରେ
ଖୋଜିବାକୁ ଯାଇ
ମୋ' ଇପ୍ସିତ ପରିଚୟ ......
ଏବେ ଏବେ
ଏଇ ହଜିଯାଏ ମୁଁ ଏକାନ୍ତରେ--
ଦଧିହାଣ୍ଡି , ଜଳକୁମ୍ଭ, ଏ ଉଆସ
ମୁଖରିତ ଗୋପଦାଣ୍ଡ,
ଶୀତଳ କଦମ୍ବ ଛାୟା
ଏଇ ନିଃସଙ୍ଗ ଯମୁନାର କୂଳ
ସତେ ଅବା
ପ୍ରଲେପିତ
ପ୍ରହେଳିକା କିଛି
ସମସ୍ତ ଆଲେଖ୍ୟର......
ମୟୂର ପଙ୍ଖର ପଛେ
ମୋ' ହୃଦୟରେ ,
ଜୟ ସାହିତ୍ୟ, ଜୟ ସମାଜ
କେବେ ଦିନେ ମାଗିଛି କି କୁହ
ଟୋପାଏ ସ୍ୱର୍ଗର ମୋହ
ଅବା ଉଆସର
କୋଳାଗ୍ରତ
ପାଖୁଡା ପାଖୁଡା ସୁଖ
ଶତ ଶତ ବିନିଦ୍ର ରାତିର
କୋହ ସବୁ ମାଖି
ଝରା ଶେଫାଳି ମୁଁ
ଖାଲି ନୀରବରେ ଝରୁଥାଏ....
ଟୋପାଏ ସ୍ୱର୍ଗର ମୋହ
ଅବା ଉଆସର
କୋଳାଗ୍ରତ
ପାଖୁଡା ପାଖୁଡା ସୁଖ
ଶତ ଶତ ବିନିଦ୍ର ରାତିର
କୋହ ସବୁ ମାଖି
ଝରା ଶେଫାଳି ମୁଁ
ଖାଲି ନୀରବରେ ଝରୁଥାଏ....
ମୋ' ଭଲପାଇବାର
ଅସୀମ ଆକାଶ
ସ୍ବପ୍ନ ବୋଳା ମେଘମାଳା
ଆହତ ତ୍ରସ୍ତ ବିହଙ୍ଗୀ ମୁଁ
ଖାଲି ଡେଣାା ଝାଡେ ଅହରହ
ତୋ' ନୀଡ଼ରେ
ଖୋଜିବାକୁ ଯାଇ
ମୋ' ଇପ୍ସିତ ପରିଚୟ ......
ଏବେ ଏବେ
ଏଇ ହଜିଯାଏ ମୁଁ ଏକାନ୍ତରେ--
ଦଧିହାଣ୍ଡି , ଜଳକୁମ୍ଭ, ଏ ଉଆସ
ମୁଖରିତ ଗୋପଦାଣ୍ଡ,
ଶୀତଳ କଦମ୍ବ ଛାୟା
ଏଇ ନିଃସଙ୍ଗ ଯମୁନାର କୂଳ
ସତେ ଅବା
ପ୍ରଲେପିତ
ପ୍ରହେଳିକା କିଛି
ସମସ୍ତ ଆଲେଖ୍ୟର......
ମୟୂର ପଙ୍ଖର ପଛେ
ମୋ' ଅଭିସାରି ହଳକ ଚକ୍ଷୁ ,
ମୋ' ଛାତିତଳ
ଅହେତୁକ ସ୍ପନ୍ଦନ ,
ମୋ' ଚାରିକାନ୍ଥ
ଚାରିପାଖ ସ୍ୱପ୍ନିଳ ମହକ ,
ଅସ୍ପଷ୍ଟ ସେ ବଇଁଶୀର ସୁର
ସଭିଏଁ ଯେମିତି କହୁଥା'ନ୍ତି
ସିଏ ତ ଏଇଠି
ତୋ' ଚାରିପାଶ
ଖାଁ ଖାଁ ଶୂନ୍ୟତାରେ ....
ଅହେତୁକ ସ୍ପନ୍ଦନ ,
ମୋ' ଚାରିକାନ୍ଥ
ଚାରିପାଖ ସ୍ୱପ୍ନିଳ ମହକ ,
ଅସ୍ପଷ୍ଟ ସେ ବଇଁଶୀର ସୁର
ସଭିଏଁ ଯେମିତି କହୁଥା'ନ୍ତି
ସିଏ ତ ଏଇଠି
ତୋ' ଚାରିପାଶ
ଖାଁ ଖାଁ ଶୂନ୍ୟତାରେ ....
ମୋ' ହୃଦୟରେ ,
ମୋ' ନିଃଶ୍ୱାସରେ ,
ମୋ' ଜନ୍ମ ଜନ୍ମାନ୍ତର
ପୁଞ୍ଜିଭୁତ କୋହ ଭିତରେ ,
ମୋ' ଚେତନାର
ସମଗ୍ର ଆକାଶରେ
ହେ' କେଶବ
ତୁମେ ହିଁ ତ ପବିତ୍ର
ଆଲୁଅ ଆଞ୍ଜୁଳାଏ .....
ମୋ' ଜନ୍ମ ଜନ୍ମାନ୍ତର
ପୁଞ୍ଜିଭୁତ କୋହ ଭିତରେ ,
ମୋ' ଚେତନାର
ସମଗ୍ର ଆକାଶରେ
ହେ' କେଶବ
ତୁମେ ହିଁ ତ ପବିତ୍ର
ଆଲୁଅ ଆଞ୍ଜୁଳାଏ .....
ମୋ' ପ୍ରତ୍ୟେକ ପ୍ରଭାତର
ଇପ୍ସିତ ବିଭୁ ,
ଯାହା ପାଇଁ ପଥ ହୁଡେ
ମୋ' ଅଶ୍ରୁସିକ୍ତ
ଆନମନା ମନର ମରାଳ
ପୁଣି ପ୍ରତୀକ୍ଷିତ ସମସ୍ତ ସକାଳ.......
ଇପ୍ସିତ ବିଭୁ ,
ଯାହା ପାଇଁ ପଥ ହୁଡେ
ମୋ' ଅଶ୍ରୁସିକ୍ତ
ଆନମନା ମନର ମରାଳ
ପୁଣି ପ୍ରତୀକ୍ଷିତ ସମସ୍ତ ସକାଳ.......

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।