ଇଂ. ବିରଞ୍ଚି କୁମାର ପରିଡ଼ା
ଆହେ ! ପ୍ରଭୁ ଜଗନ୍ନାଥ ଘେନ ଆମର ଆରତ
ବିକଳେ ଡାକୁଛୁ ବିଶ୍ବବାସୀ,
କରୋନା ଯେ ଭୟାନକ ଖେଳାଇ ବିଶ୍ବେ ଆତଙ୍କ
ବହୁପ୍ରାଣ ସାରିଲାଣି ଗ୍ରାସି ହେ ..
ମହାବାହୁ
ତୁମ ବିନା ସାହା କିଏ ଆଉ ? l୧l
କେତେକେତେ ରୂପଧରି ହେଉଅଛି ମହାମାରୀ
ବିଜ୍ଞାନ ପାଉନି ତା'ର ଭେଦ,
ବିଜ୍ଞାନରୁ ସୃଷ୍ଟି ହୋଇ ମାତିଛି ଚକମା ଦେଇ
ସାରା ବିଶ୍ବ ଗଣୁଛି ପ୍ରମାଦ ହେ ...
ରାଧାଧବ
ଚାଇନାରୁ ହୋଇ ସେ ଉଦ୍ଭବ l୨l
ତୁମକୁ ତ ସବୁ ଜଣା ସୃଷ୍ଟି ହେବ କି ମାର୍ଜନା
ପେଷିଛ କି ଭୁତାଣୁ କରୋନା,
ବିନାଶି ଦୁଷ୍ଟ ଜନଙ୍କୁ ସାଧୁ ଜନ ପାଳିବାକୁ
ପରୋକ୍ଷରେ ଦିଆଇ ସୂଚନା ହେ ..
ନୀଳଗିରି
ହେଉ ଇଛା ପୂରଣ ତୁମରି l୩l
ମୁଁ ବିରଞ୍ଚି ଛାର ନର କି ବୁଝିବି ତୋ' ବିଚାର
ଏତିକି କରୁଛି ମାତ୍ର ଅଳି,
ଧରମକୁ କର ପୁଷ୍ଟ ଅଧର୍ମର ହେଉ ନଷ୍ଟ
ହିଂସା,ରାଗ,ଦ୍ବେଷ ଦିଅ ଟାଳି ହେ ..
କୃପାନିଧି
ବିଶ୍ବେ ବହୁ ଶାନ୍ତିର ବାରିଧି l୪l
ପାଇକ ଚାଟ୍ଟ୍ରା , କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।