ଅଂଶୁମାନ ସ୍ବାଇଁ (ବବୁଲୁ)
କି ସୁନ୍ଦର ଥିଲା ତମ ମନ ପ୍ରାଣ
ତମେ ତ ମହାନ ବ୍ୟକ୍ତି
ତମ କଥା ଯେବେ ମନେ ପଡିଯାଏ
ମନେ ଆସିଯାଏ ଭକ୍ତି ।
ତମ ସରଳତା ତମ ବଡ଼ ପଣ
ଦେଇଛି ଆମ୍ଭଙ୍କୁ ଶକ୍ତି
ତମ ନିରବତା ତମ ମହାନତା
ମନେ ଦିଏ କେତେ ଶାନ୍ତି ।
ତନୁ ମନେ ତମେ ବୋଳିଛ ରଙ୍ଗୋଲି
ତମକୁ କିଏ ଭୁଲିବ
ସେ ରଙ୍ଗୋଲି ନୁହଁ ଅବିର ରଙ୍ଗ ଯେ
ଧୋଇ ଦେଲେ ଛାଡିଯିବ ।
ତମ ସ୍ନେହ ଶ୍ରଦ୍ଧା ଆଜି ବି ହସୁଛି
ହସୁଛି ତମରି ଭାବ
ଏହି ମନ ପ୍ରାଣ ଯେତେ ଦିନ ଥିବ
ତମେ ମନେ ପଡୁଥିବ ।
ତମ ଚରଣେ (ଅଂଶୁମାନ) କରେ କୋଟି ପ୍ରଣାମ
ଦିଅ ମତେ ଟିକେ ବୁଦ୍ଧି
ସେହି ବୁଦ୍ଧି ବଳେ ତମ ଗୁଣ ଗାଈ
ଆତ୍ମା ହୋଇଯିବ ସିଦ୍ଧି ।
ସରମଙ୍ଗା - ସଡ଼ଙ୍ଗ - କେନ୍ଦୁଝର
ପିନ୍ ନମ୍ବର - ୭୫୬୧୨୧
ଫୋନ୍ ନମ୍ବର - ୮୨୪୯୩୯୧୫୬
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।