4/30/2021

ଓଡିଶାରେ ବୁଲ୍ ବୁଲ









ତୃପ୍ତି ରାଣୀ ପାତ୍ର (ଶିକ୍ଷୟିତ୍ରୀ)
ଜଣାଇଲେ ଆଗେ ସତର୍କ ସୂଚନା
   ପାଣିପାଗ କାର୍ଯ୍ୟାଳୟ
ବିଦେଶରୁ ଆସେ ବୁଲ୍ ବୁଲ୍ ରାଣୀ
      ରଚିବ ମହା ପ୍ରଳୟ  l
ମହାବାତ୍ୟା ତାର ଥିଲା ଜେଜେବାପା
    ଫାଇଲିନ ତାର ପିତା
ହୁଡ୍ ହୁଡ୍ ଅଟେ ଆଦରର ମାଆ
     ତିତିଲି ଫୋନି ବିମାତା l
ଚୁଲ୍ ଚୁଲ୍  ହୋଇ ଆସେ ବୁଲ୍ ବୁଲ୍
     ହୋଇଣ ସେ ଗୁଲୁଗୁଲ୍
 ଭରିଦେବ ମନେ ଦୁଃଖବିଲ୍ କୁଲ୍
      ନଭାବିବ ଠିକ୍ ଭୁଲ୍  l
ବହିଲା ବତାସ ବରଷିଲା ମେଘ
ବିସ୍ତାରିଲା ତା ପ୍ରଭାବ
ନଅଟି ଜିଲ୍ଲାରେ ବିପଦସଙ୍କେତ
       ଅତି ଶଙ୍କାକୂଳ ଭାବ l
ବୁଲ୍ ବୁଲ୍ ର ବାରତା ଶୁଣିଣ
    ଗରିବର ଉଡେ ଚାଳ
ଗଡିଲା ବିଦ୍ୟୁତ  ଖୁଣ୍ଟି ଆଉ ତାର
   ପ୍ରକୋପ ତା   ଅସମ୍ଭାଳ  l
ରୋଗୀ ଆଉଭୋଗୀ ପୁଣିବୃଦ୍ଧବୃଦ୍ଧା
ହୋଇଲେ ବଡ ହୀନସ୍ତା
ଦୂରଭାଷ ଆଉ ଯୋଗାଯୋଗ ସେବା
      ବିଚ୍ଛିନ୍ନ ହୋଇଲା ରାସ୍ତା  l
ବିନା ନିମନ୍ତ୍ରଣେ ସବୁ ଖାଇଗଲା
     ନିରାମିଷ  ନରୁଚିଲା
 ଛାଡଖାଇପାଇଁ ରହିନପାରିଲା
    ଖାଇ ଶେଷ କରିଦେଲା ।
💧💧💧💧💧💧💧
     ବାଲେଶ୍ୱର 
💧💧💧💧💧💧💧
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।