କୃଷ୍ଣା ମିଶ୍ର
ହଁ , ମୁଁ ନାରୀ !
ଗୋଟିଏ ମଣିଷ , ରକ୍ତ ମାଂସର ।ମୋ' ମନ ବି ଆକର୍ଷିତ , ସେଇ ଦୃଶ୍ୟରେ ;
ସୃଷ୍ଟି ହୁଏ କମ୍ପନ....
କିନ୍ତୁ !
ଭୟ ହୁଏ , ଯଦି ମୁଁ ଅଭିଶପ୍ତା ହୁଏ ଅହଲ୍ଯା ଭଳି !
ଆଉ
ଯୁଗ ଯୁଗ ଧରି ପ୍ରତୀକ୍ଷା କରିବାକୁ ହୁଏ
ଜଣେ ରାମ ପାଇଁ !
ନା ! ମୁଁ ଚିହ୍ନି ପାରିଛି
ଇନ୍ଦ୍ର ଆଉ ଗୌତମର ଦୃଷ୍ଟିକୁ .....
ଅନୁଭବ କରିଛି , ଅଭିଶପ୍ତା ସ୍ତ୍ରୀରୁ
ପାଷାଣ ହେବାର ଯନ୍ତ୍ରଣାକୁ ......
ଅସ୍ତିତ୍ବକୁ ଲହୁଲୁହାଣ କରିବାର ପୀଡାକୁ......
କେବେ ଯଦି ଲଗାମହୀନ ହୁଏ ଏଇ ମନ ,
ଅଝଟ ହୁଏ ପାଇବାକୁ
ମୃଗ ମରୀଚିକାକୁ .....
ଚାନ୍ଦ ତୋଳି ଆଣିବାକୁ ;
ମୁଁ ଶିଖିଛି ମନକୁ ଆକଟ କରିବାକୁ ।
କାମନାକୁ ଚାପିଧରି , ମନର ଏକ କୋଣରେ
ଫିଙ୍ଗି ଦେବାକୁ .....
ହଁ , ମୁଁ ଅନୁଭବ କରିଛି ଯନ୍ତ୍ରଣାକୁ ......
ଅଧ୍ଯାପିକା , ଓ ପି ଜିନ୍ଦଲ ବିଦ୍ୟାଳୟ
ରାୟଗଡ , ଛତିଶଗଡ
ସମ୍ପର୍କ - ୯୩୧୦୧୨୩୩୩
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।