ଉଷାରାଣୀ ପଣ୍ଡା
ବେଦମୁନି କହୁଛନ୍ତିପ୍ରଭୁ ନାରାୟଣ
ବିଶ୍ବବାସୀ ଆତଙ୍କିତେ
କାଟୁଛନ୍ତି ଦିନ l
କୋରନା ରୂପୀ ଭୂତାଣୁ
ଆବିର୍ଭାବ ହୋଇ
ଗ୍ରାସିଲାଣି ଜନପ୍ରାଣ
ବିପଦ ଘଟାଇ l
ବିଶ୍ବସାରା ଘାରିଅଛି
ଅକସ୍ମାତ ଭୀତି
ଚିକିତ୍ସା ପାଇଁ ଔଷଧ
ନାହିଁ କ୍ଷିତିପତି l
ମାନବ ଜୀବନ ମୃତ୍ୟୁ
ମୁଖେ ପ୍ରଧାବିତ
ମହାକାଳ ନିକଟରେ
ହାରିବ ଜଗତ l
ଦ୍ବାପରର ଅନ୍ତ ଯେହ୍ନେ
କୋକୁଆ ମଧ୍ୟମେ
ବିଶ୍ବ ଧଂସ ହୋଇବ କି
କୋରନା ଅlକ୍ରମେ l
ଜ୍ଞାନୀ ବିଜ୍ଞାନୀ ସାଧୁ
ସୁଧୀ ବିତ୍ତ ସମ୍ପନ୍ନ
ନିଷ୍କ୍ରିୟ ନିରସ ପ୍ରାଣେ
କାଟୁଛନ୍ତି ଦିନ l
ବିଶ୍ୱବାସୀ ତରଫରୁ
କରେ ନିବେଦନ
ଦୁଃଖରାଶି ଘୁଞ୍ଚିଯାଉ
ପ୍ରଭୁ ଜନାର୍ଦ୍ଦନ ।
ସୋମପେଣ୍ଠ , ଆନ୍ଧ୍ରପ୍ରଦେଶ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।