ଯାଜ୍ଞସେନୀ ସାହୁ
ନାହିଁ ଆଉ କିଛି ଜୀବନେ ମୋହର
ଆଶା ଅଭିଳାଷ - କାମନା
ଜୀବନ ପଥରେ ଚାଲି ମୁଁ ପାଇଛି
ଛଳନା ଛଳନା ଛଳନା ।
ସଂସାର ମାୟାରେ ଆଜୀବନ ସିନା
ଥିଲି ମାଂସ ହାଡ଼େ ବାନ୍ଧି
ସତ୍ୟ ଜଗତରେ ମିଛ ଜାଲ ଦେହେ
ହୋଇଅଛି ଆଜି ଛନ୍ଦି
ଆପଣା - ପରର ନିକିତି କଣ୍ଟାରେ
ସହି ହୁଏନାହିଁ ଯାତନା
ସବୁ
ଛଳନା ଛଳନା ଛଳନା ।
ସୁଖ ପରା ଏଠି ଅଦିନିଆ ମେଘ
ଦୁଃଖ ଜୀବନର ସାଥି
କେବେ କେବେ ଦିନ ଲାଗେ ମରୁଭୂମି
କେବେ ଅନ୍ଧକାର ରାତ୍ରି
ମନେ ଅସରନ୍ତି ବେଦନା ସାଙ୍ଗକୁ
ସପନ ବି ଚୁନା ଚୁନା
ସବୁ
ଛଳନା ଛଳନା ଛଳନା।
ସେମିଳିଗୁଡା - କୋରାପୁଟ
ଜୟ ସାହିତ୍ୟ, ଜୟ ସମାଜ
ନାହିଁ ଆଉ କିଛି ଜୀବନେ ମୋହର
ଆଶା ଅଭିଳାଷ - କାମନା
ଜୀବନ ପଥରେ ଚାଲି ମୁଁ ପାଇଛି
ଛଳନା ଛଳନା ଛଳନା ।
ଜୀବନଟା ନୁହେଁ ସ୍ୱର୍ଗ ପାରିଜାତ
ଏ ଯେ କଣ୍ଟକିତ ବାଟ
ଲୁହର ନାଆରେ ଭାସଇ ସାଗରେ
ହେଲେ ପାଉନାହିଁ ଘାଟ
ରକ୍ତିମ ପଥେ ଆଜି ମୁଁ ରୁଗ୍ଣ
ମାୟା ମୋହ କିଛି ଜାଣେନା
ସବୁ
ଛଳନା ଛଳନା ଛଳନା ।
ସଂସାର ମାୟାରେ ଆଜୀବନ ସିନା
ଥିଲି ମାଂସ ହାଡ଼େ ବାନ୍ଧି
ସତ୍ୟ ଜଗତରେ ମିଛ ଜାଲ ଦେହେ
ହୋଇଅଛି ଆଜି ଛନ୍ଦି
ଆପଣା - ପରର ନିକିତି କଣ୍ଟାରେ
ସହି ହୁଏନାହିଁ ଯାତନା
ସବୁ
ଛଳନା ଛଳନା ଛଳନା ।
ସୁଖ ପରା ଏଠି ଅଦିନିଆ ମେଘ
ଦୁଃଖ ଜୀବନର ସାଥି
କେବେ କେବେ ଦିନ ଲାଗେ ମରୁଭୂମି
କେବେ ଅନ୍ଧକାର ରାତ୍ରି
ମନେ ଅସରନ୍ତି ବେଦନା ସାଙ୍ଗକୁ
ସପନ ବି ଚୁନା ଚୁନା
ସବୁ
ଛଳନା ଛଳନା ଛଳନା।
ସେମିଳିଗୁଡା - କୋରାପୁଟ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।