ସଂଯୁକ୍ତା ରାଉତ (ଶିକ୍ଷୟିତ୍ରୀ)
ଐଶ୍ଵର୍ଯ୍ୟ ପ୍ରାଚୁର୍ଯ୍ୟ ବିଳାସରେ ଭରା
ଜୀବନଟା କିବା ଚିର
ଅତି ଆପଣାର ଲାଗେ ଯା' ନିଜର
ଦିନେ ହୁଏ ସାତ ପର ୲୲
ମାୟାର ଭ୍ରମରେ ଭ୍ରମିତ ପରାଣ
ଲକ୍ଷ୍ୟରୁ ହୋଇ ବିଚ୍ୟୁତି
ମିଛ ମରୀଚିକା ପିଛା କରି କରି
ଲଭେ କିବା ଆତ୍ମତୃପ୍ତି ??
କ୍ଷଣିକ ମାୟାରେ ବଶୀଭୂତ ମନ
ଭୋଗ ବାସନାରେ ଭାସେ
ମେଣ୍ଟେ କିବା କେବେ କାମନାର ତୃଷା
ଯେତେ ରଙ୍ଗରସ ରସେ ??
ଅଳିକ ଜୀବନ ମୂଲ୍ୟ ନ ବୁଝିଣ
ଧନ ମାନ ପଛେ ଧାଏଁ
ଭୁଲି ହିତାହିତ ହୋଇ ପଥ ଭ୍ରଷ୍ଟ
ପରିଶେଷେ କଷ୍ଟ ପାଏ ୲୲
କାମନା ବାସନା ଅନ୍ଧ ଅର୍ଗଳିରେ
ହଜେ ମାନବୀୟ ଧର୍ମ
ମୋହେ ବନ୍ଦୀ ହୋଇ ସ୍ଵାର୍ଥେ ଛନ୍ଦି ହୋଇ
କରେ କେତେ ଅପକର୍ମ ୲୲
ମାୟା ବନ୍ଧନରେ ମୋହଗ୍ରସ୍ତ ପ୍ରାଣ
ସଦା ସିନା ରଡୁଥାଏ
ଶେଷ ହେଲେ ଆୟୁ କାୟାକୁ ଉପେକ୍ଷି
ଆତ୍ମା ପକ୍ଷୀ ଉଡ଼ିଯାଏ ୲୲
ଜୟପୁର - କୋରାପୁଟ
ଜୟ ସାହିତ୍ୟ, ଜୟ ସମାଜ
ଐଶ୍ଵର୍ଯ୍ୟ ପ୍ରାଚୁର୍ଯ୍ୟ ବିଳାସରେ ଭରା
ଜୀବନଟା କିବା ଚିର
ଅତି ଆପଣାର ଲାଗେ ଯା' ନିଜର
ଦିନେ ହୁଏ ସାତ ପର ୲୲
ମାୟାର ଭ୍ରମରେ ଭ୍ରମିତ ପରାଣ
ଲକ୍ଷ୍ୟରୁ ହୋଇ ବିଚ୍ୟୁତି
ମିଛ ମରୀଚିକା ପିଛା କରି କରି
ଲଭେ କିବା ଆତ୍ମତୃପ୍ତି ??
କ୍ଷଣିକ ମାୟାରେ ବଶୀଭୂତ ମନ
ଭୋଗ ବାସନାରେ ଭାସେ
ମେଣ୍ଟେ କିବା କେବେ କାମନାର ତୃଷା
ଯେତେ ରଙ୍ଗରସ ରସେ ??
ଅଳିକ ଜୀବନ ମୂଲ୍ୟ ନ ବୁଝିଣ
ଧନ ମାନ ପଛେ ଧାଏଁ
ଭୁଲି ହିତାହିତ ହୋଇ ପଥ ଭ୍ରଷ୍ଟ
ପରିଶେଷେ କଷ୍ଟ ପାଏ ୲୲
କାମନା ବାସନା ଅନ୍ଧ ଅର୍ଗଳିରେ
ହଜେ ମାନବୀୟ ଧର୍ମ
ମୋହେ ବନ୍ଦୀ ହୋଇ ସ୍ଵାର୍ଥେ ଛନ୍ଦି ହୋଇ
କରେ କେତେ ଅପକର୍ମ ୲୲
ମାୟା ବନ୍ଧନରେ ମୋହଗ୍ରସ୍ତ ପ୍ରାଣ
ସଦା ସିନା ରଡୁଥାଏ
ଶେଷ ହେଲେ ଆୟୁ କାୟାକୁ ଉପେକ୍ଷି
ଆତ୍ମା ପକ୍ଷୀ ଉଡ଼ିଯାଏ ୲୲
ଜୟପୁର - କୋରାପୁଟ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।