କେବେ ଏ ପାଦ ତ କେବେ
ସେ ପାଦରେ ବନ୍ଧା ହୁଏ ମୁଁ ,
ମୁଁ କେବଳ ପାଦ ପାଇଁ ଯୋଗ୍ୟ
କେବେ ନୃତ୍ୟାଙ୍ଗନା ପାଦରେ
କେବେ ନବ ବିବାହିତା
ବୋହୂର ପାଦର ପାଉଁଜିରେ ,
କିବା କୁନି କୁନି ପାଦ ପକାଇ
ଆଗକୁ ଚାଲିବା ପାଇଁ
ପ୍ରଚେଷ୍ଟା କରୁଥିବା ଶିଶୁର ପାଉଁଜିରେ ।
କେବେ ମୁଁ ଧ୍ବନି ତୋଳେ
ମନ୍ଦିର ବେଢ଼ାରେ କେବେ ପୁଣି ମଞ୍ଚରେ
ପୁଣି କେବେ ବାଇଜି କୋଠିରେ ,
ପୁଣି କେବେ ବାସର ଗୃହରେ ତ
ପୁଣି କେବେ ଘର ଅଗଣାରେ ।
ହେଲେ ରୁଣୁ ଝୁଣୁ ଶବ୍ଦ ତୋଳି
ମନକୁ ବିଭୋର କରିବାରେ ମାେ' ଆନନ୍ଦ ;
ମୁଁ ଜିଇଁବାକୁ ଚାହେଁ ,
କାରଣ ମୁଁ ପରା ଘୁଙ୍ଗୁର ।
ଜୟ ସାହିତ୍ୟ, ଜୟ ସମାଜ
ସେ ପାଦରେ ବନ୍ଧା ହୁଏ ମୁଁ ,
ମୁଁ କେବଳ ପାଦ ପାଇଁ ଯୋଗ୍ୟ
କେବେ ନୃତ୍ୟାଙ୍ଗନା ପାଦରେ
କେବେ ନବ ବିବାହିତା
ବୋହୂର ପାଦର ପାଉଁଜିରେ ,
କିବା କୁନି କୁନି ପାଦ ପକାଇ
ଆଗକୁ ଚାଲିବା ପାଇଁ
ପ୍ରଚେଷ୍ଟା କରୁଥିବା ଶିଶୁର ପାଉଁଜିରେ ।
କେବେ ମୁଁ ଧ୍ବନି ତୋଳେ
ମନ୍ଦିର ବେଢ଼ାରେ କେବେ ପୁଣି ମଞ୍ଚରେ
ପୁଣି କେବେ ବାଇଜି କୋଠିରେ ,
ପୁଣି କେବେ ବାସର ଗୃହରେ ତ
ପୁଣି କେବେ ଘର ଅଗଣାରେ ।
ହେଲେ ରୁଣୁ ଝୁଣୁ ଶବ୍ଦ ତୋଳି
ମନକୁ ବିଭୋର କରିବାରେ ମାେ' ଆନନ୍ଦ ;
ସେଇ ଆନନ୍ଦର
ଅମୃତ ଅନୁଭବ ଭିତରେମୁଁ ଜିଇଁବାକୁ ଚାହେଁ ,
କାରଣ ମୁଁ ପରା ଘୁଙ୍ଗୁର ।
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।