ଜୁମରନାଥ ପାତ୍ର
ଆସ ନା ଟିକେ ରୋମାଣ୍ଟିକ ହେବାକୋଉଠି କ'ଣ ମ
ବେଳାଭୂମିର ଝାଉଁ ବୁଦା କି
କୁଲଢିଆ ଜଂଗଲର ଅନ୍ଧାରିଆ ଜାଗା କି
ନଇକୂଳ ବରଗଛ ମୂଳ କି
ଝିପିଝିପି ବର୍ଷା ସନ୍ଧ୍ୟା କି
ଫାଷ୍ଟ ସୋ ସିନେମା ହଲ୍ କି
ତମ ଗାଁ ଆମ୍ବ ତୋଟାରେ ...
ଏସବୁ କୋଉଠି ବି ନୁହେଁ
ଷ୍ଟେସନ ପ୍ଲାଟଫର୍ମ ...!
ନା ବହୁତ ମହଙ୍ଗା
ଏ.ସି ବସ୍ରେ ସମସ୍ତେ ଚାହିଁବେ
ମାଇ ସଞ୍ଜ କଥା ନ କହିଲେ ଭଲ
ବହୁତ ଭିଡ ...
ତେବେ ଆସ ନା ମଲ୍କୁ
ବଢିଆ ହେବ
ତମେ ଆସ ସ୍କୁଟିରେ ଆଉ
ମୁଁ ବାଇକ୍ରେ ରବିବାର ଦେଖି
ଏକଦମ ଦ୍ବି'ପ୍ରହରେ
ତମେ କିଣିବ ତମ ଝିଅ ବେବି ସାମାନ ଆଉ
ମୁଁ ମୋ' ପୁଅର ଡ୍ରେସ୍ ...
ତମେ ଧରିଥିବ ମୋ' କାଣୀ ଆଙ୍ଗୁଠିକୁ
ସମିତେ ଭାବିବେ ନିରୋଳା କପଲ୍
କିଣା କମ୍ ଗପ ବେଶି
ନହେଲେ କିଛି ସମୟ ଏ.ସିରେ କାଟି
ତଳେ ଗୁପ୍ଚୁପ୍ ...ଆଇସ୍କ୍ରିମ୍ ଆଉ
ବହେ ହେଁ ହେଁ ଫେଁ ଫେଁ ...
ବାସ୍ ଲେଉଟିବା ..
ଆସିବ ତ ଠିକ୍ ଦ୍ବି'ପ୍ରହରେ ...!
ଆସ ନା ଟିକେ ରୋମାଣ୍ଟିକ ହେବା ...।
ମୋତିଗଞ୍ଜ - ବାଲେଶ୍ବର
୯୯୩୮୩୬୮୭୨୫
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।